ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାହାଜରୁ କୋକେନ୍‌ ଜବତ ଘଟଣା: ଏମ୍‌ଭି ଦେବୀକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, ଭଡ଼ା ବାବଦକୁ ୮ କୋଟି ବାକି

କଟକ,୨୪/୦୨:ପାରାଦୀପ ବନ୍ଦର ଭିତରେ ଥିବା ପାରାଦୀପ ଇଣ୍ଟର୍‌ ନ୍ୟାସନାଲ୍‌ କାର୍ଗୋ ପ୍ରାଇଭେଟ୍‌ ଲିମିଟେଡ୍‌(ପିଆଇସିଟି)କୁ ବ୍ୟବହାର କରି ଭଡ଼ା ବାବଦ ୭କୋଟି ୯୫ ଲକ୍ଷ ଟଙ୍କା ନଦେବାରୁ ଓଡ଼ିଶା ହାଇକୋର୍ଟ ଏମ୍‌ଭି ଦେବୀ ନାମକ ଜାହାଜକୁ ଗିରଫ ପାଇଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ୨୨ କେଜି କୋକେନ୍‌ ଜବତ କାରଣରୁ ଚର୍ଚ୍ଚାରେ ଥିବା ଏହି ଜାହାଜକୁ ପାରାଦୀପରେ ହିଁ ଗିରଫ ପାଇଁ କୁହାଯାଇଛି । ଗିରଫ ଆଦେଶନାମା ସହ କୋର୍ଟର ମାର୍ଶାଲଙ୍କ ଚିଠିକୁ ମଧ୍ୟ ଆବେଦନକାରୀ ପ୍ରତିପକ୍ଷଙ୍କୁ ପ୍ରଦାନ କରିବେ । ପିଆଇସିଟି ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୨୧ ତାରିଖରେ ଜଷ୍ଟିସ୍‌ ନରସିଂହ ଏହି ଜାହାଜ ଗିରଫ ସଂକ୍ରାନ୍ତରେ ରୁଜୁ ଅନ୍ତରୀଣ ପିଟିସନ୍‌ ଉପରେ ଶୁଣାଣି ଆରମ୍ଭ କରିଥିଲେ । ମାତ୍ର ଦୁଇଦିନ ମଧ୍ୟରେ ଶୁଣାଣି ଶେଷ କରି ଏହି ରାୟ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ମାମଲାରୁ ଜଣାଯାଇଛି ଯେ, ଇଜିପ୍ଟରୁ ବାହାରିଥିବା ଏମ୍‌ଭି ଦେବୀ ଜାହାଜ ଇଣ୍ଡୋନେସିଆର ଗ୍ରେସିକ୍‌ ବନ୍ଦର ଦେଇ ଆସି ପାରାଦୀପରେ ପହଞ୍ଚିଥିଲା । ଏଠାରୁ ଡେନ୍‌ମାର୍କ ଅଭିମୁଖେ ଯିବାର ଥିଲା । ପାରାଦୀପ ବନ୍ଦରର ପିଆଇସିଟିରେ ଏହି ଜାହାଜ ରହିଥିଲାବେଳେ ୨୦୨୩ ଡିସେମ୍ବର ପହିଲା ଦିନ ସେଥିରୁ ୨୨ କେଜି କୋକେନ୍‌ ଜବତ ହୋଇଥିଲା । ସେହିଦିନଠାରୁ ଏହି ଜାହାଜଟି ପାରାଦୀପରେ ଅଟକି ରହିଛି । ଜାହାଜ କର୍ତ୍ତୃପକ୍ଷ ଏହି ଦୀର୍ଘଦିନର ରହଣି ବାବଦ ଭଡ଼ା ନଦେବାରୁ ପିଆଇସିଟି ହାଇକୋର୍ଟକୁ ଆସିଥିଲା । ପିଆଇସିଟି ପାରାଦୀପ ବନ୍ଦର ଅଞ୍ଚଳରେ ବର୍ଥ ଏବଂ ନିଜସ୍ୱ ବନ୍ଦର ନିର୍ମାଣ କରିଛି । ଏହାକୁ ବିଭିନ୍ନ ଜାହାଜକୁ ଭଡ଼ାରେ ଦେଇଥାଏ । ଏଥିପାଇଁ ପାରାଦୀପ ବନ୍ଦର ସହ ପିଆଇସିଟିର ଚୁକ୍ତି ମଧ୍ୟ ହୋଇଛି । 

ଏମ୍‌ଭି ଦେବୀ ଜାହାଜ ଉପରେ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ବକେୟା ହୋଇଛି । ଏଥିରେ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଥିଲାବେଳେ ୫୦ ଲକ୍ଷ ଟଙ୍କାର ଆଇନଗତ ଖର୍ଚ୍ଚ ରହିଛି । ତେବେ ଏହି ଆଡମିରାଲ୍‌ଟି ପିଟିସନ୍‌କୁ ଏମ୍‌ଭି ଦେବୀ ଜାହାଜ ପକ୍ଷରୁ ବିରୋଧ କରାଯାଇଥିଲା । କୋକେନ୍‌ ଜବତ ପାଇଁ କଷ୍ଟମ୍‌ ବିଭାଗ ଏହି ଜାହାଜକୁ ଅଟକାଇ ରଖିଛି ତେଣୁ ଏଥିରେ ଏମ୍‌ଭି ଜାହାଜର କୌଣସି ଭୁଲ୍‌ ନଥିବାରୁ ବନ୍ଦର ଭଡ଼ା ଦାବି ଠିକ୍‌ ନୁହେଁ ବୋଲି କୁହାଯାଇଥିଲା । ତେଣୁ ଏହି ପିଟିସନ୍‌ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ଜାହାଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା । କିନ୍ତୁ ହାଇକୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିବା ସହ ଏମ୍‌ଭି ଦେବୀ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଏହି ଜାହାଜରୁ ଜବତ କୋକେନ୍‌ ମୂଲ୍ୟ ୨୦୦ରୁ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କୋକେନ୍‌ ଜବତ ମାମଲାର ଶୁଣାଣି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଏନ୍‌ଡିପିଏସ୍‌ ଅଦାଲତରେ ଚାଲିଛି । କୁଜଙ୍ଗ ଅଦାଲତ ଏହି ଜାହାଜ ଛାଡ଼ ପାଇଁ ୧୦୦ କୋଟି ଟଙ୍କାର ସିକ୍ୟୁରିଟି ବଣ୍ଡ ଏବଂ ୧୦ କୋଟି ଟଙ୍କାର ବ୍ୟାଙ୍କ୍‌ ଗ୍ୟାରେଣ୍ଟି ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.