ଡେରାଡୁନ୍, ୨୦/୧୧: ୯ ଦିନ ହେଲା ନିର୍ମାଣାଧୀନ ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ଯୋଜନା ହୋଇଛି । ଟନେଲ୍ ନିକଟରେ ଅନ୍ତର୍ଜାତୀୟ ବିଶେଷଜ୍ଞ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଇଣ୍ଟରନ୍ୟାସନାଲ୍ ଟନେଲିଂ ଆଣ୍ଡ ଅଣ୍ଡର ଗ୍ରାଉଣ୍ଡ ସ୍ପେସ୍ ଆସୋସିଏସନ୍ ସଭାପତି ଅର୍ଣ୍ଣୋଲ୍ଡ ଡିକ୍ସ ଟିମର ନେତୃତ୍ୱ ନେଉଛନ୍ତି ।
ଅର୍ଣ୍ଣୋଲ୍ଡ ଡିକ୍ସ କହିଛନ୍ତି, ଆମେ ସମସ୍ତଙ୍କୁ ଉଦ୍ଧାର ପାଇଁ ଆସିଛୁ । ଏବେ ଯାଏ ଉଦ୍ଧାର ପାଇଁ ହୋଇଥିବା ପ୍ରୟାସ ସ୍ୱାଗତଯୋଗ୍ୟ । ଆମର ସମ୍ପୂର୍ଣ୍ଣ ଟିମ୍ ଏଠାରେ ଅଛି, ଶ୍ରମିକଙ୍କୁ ବାହାର କରି ଆଣିବା ଲାଗି ନିଶ୍ଚୟ ବାଟ ବାହାର କରିବୁ । କେବଳ ଶ୍ରମିକଙ୍କୁ ଉଦ୍ଧାର ପ୍ରାଥମିକତା ନୁହେଁ, ଉଦ୍ଧାରକାରୀ ଦଳ ସୁରକ୍ଷିତ ରହିବାକୁ ଗୁରୁତ୍ୱ ଦିଆଯିବ ।
ICC World Cup ପ୍ଲେଇଂ-୧୧ରେ ୬ ଭାରତୀୟ, ବାଦ୍ ପଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ
ଫସି ରହିଥିବା ଶ୍ରମିକଙ୍କୁ ଖାଦ୍ୟ ପାନୀୟ ସହ ଔଷଧ ଯୋଗାଇ ଦିଆ ଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଧାର ପାଇଁ ୫ ସୂତ୍ରୀ ଯୋଜନା କରାଯାଇଛି । ୫ଟି ଅଲଗା ଅଲଗା ଉଦ୍ଧାରକାରୀ ଏଜେନ୍ସି ପୃଥକ ପୃଥକ ଭାବେ କାମ କରୁଛନ୍ତି । ଟନେଲର ୩ଟି ଭିନ୍ନ ଭିନ୍ନ ସ୍ଥାନରୁ ଡ୍ରିଲିଂ କରାଯାଇ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।
ସିଲକ୍ୟାରା ଟନେଲର ଶେଷ ଆଡ଼ୁ ବାରକୋଟ ପଟୁ ଭର୍ଟିକାଲ୍ ଡ୍ରିଲିଂ କରିବ ଓଏନଜିସି । ନଭେମ୍ବର ୧୨ ଦୀପାବଳି ଦିନ ଉତ୍ତରକାଶୀର ନିର୍ମାଣାଧୀନ ଟନେଲର କିଛି ଅଂଶ ଭୁଶୁଡ଼ିବା ଫଳରେ ୪୧ ଶ୍ରମିକ ଫସି ଯାଇଥିଲେ । ସେବେଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଡ୍ରିଲିଂ ବେଳେ ଖରାପ ହୋଇ ଯାଇଥିଲା ଆମେରିକାର ଅଗୁର ମେସିନ୍ ।
ଉତ୍ତରକାଶୀ ଟ୍ରନେଲ୍ ଟ୍ରାଜେଡି: ଅନିଶ୍ଚିତତାରେ ୪୧ ଶ୍ରମିକଙ୍କ ଭାଗ୍ୟ, ଉଦ୍ଧାର କାର୍ଯ୍ୟରେ ରୋବୋ ମୁତୟନ