ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଧୋକା ଦେଲା ଲଘୁଚାପ ବର୍ଷା, ଦେବାଦେବୀଙ୍କୁ ପୂଜା କଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

କୋକସରା,୧୦/୯ : ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପୁଜିଛି । ବ୍ଲକକୁ ମରୁଡ଼ି ସମ୍ପୂର୍ଣ୍ଣ ଘୋଷଣା ସହ ଚାଷ କ୍ଷୟକ୍ଷତି ଆକଳନ କରି ଇନପୁଟ ସବସିଡ଼ି, କୃଷିଋଣ ଛାଡ଼ ଓ ଶସ୍ୟ ବୀମା ପ୍ରଦାନ ପାଇଁ ସଚେତନ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ବ୍ଲକ ଅଧ୍ୟକ୍ଷା ଜିଲ୍ଲା ପ୍ରଶାସନକୁ ମରୁଡ଼ି ଘୋଷଣା ପାଇଁ ଚିଠି ଲେଖିଛନ୍ତି । ଅନେକ ପଞ୍ଚାୟତରେ ଚାଷୀ ବୁଣା, ରୁଆ ଧାନରେ ଗାଈଗୋରୁ ଛାଡ଼ି ସାରିଲେଣି। ଅନେକ ସ୍ଥାନରେ ପକାଇଥିବା ଧାନ ତଳି ମଧ୍ୟ ରୋଇ ପାରି ନାହାଁନ୍ତି ଚାଷୀ । 

ଗମ୍ଭାରୀଗୁଡ଼ା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁର ଚାଷୀମାନେ ବର୍ଷା ପାଇଁ ଇନ୍ଦ୍ର ଦେବତା ଓ ଗ୍ରାମ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଶରଣାପନ୍ନ ହେଉଥିବା ଦେଖିବାକୁ ମିଳିଛି । ବଙ୍ଗୋମୁଣ୍ଡା ଗ୍ରାମର ଗୌନ୍ତିଆ ଡବଲ ମାଝୀ, ଗ୍ରାମ୍ୟ ପୁଜକ ହର ପ୍ରସାଦ ପୁଝାରି, ଗାଁ ଗଣ୍ଡା ପୁରୁଷୋତ୍ତମ ନାଏକ ଓ ଚାଷୀମାନେ ଗାଁରେ ଏକ ବୈଠକ କରି ବର୍ଷା ପାଇଁ ଗ୍ରାମ ଦେବାଦେବୀଙ୍କୁ ସନ୍ତୁଷ୍ଟ କଲେ ହିଁ ବର୍ଷାର ଆଗମନ ହେବ ବୋଲି ଶନିବାର ସନ୍ଧ୍ୟାଠାରୁ ଗାଁ ମୁଣ୍ଡରେ ଥିବା ଦେବୀ ପୀଠରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଗ୍ରାମର ଦେବାଦେବୀ ଆସି ଗାଁର ମାଟି ଘର ନିକଟରେ ଏକତ୍ରିତ ହୋଇଥିଲେ । ସେମାନଙ୍କୁ ଗ୍ରାମ୍ୟ ପୁଜାରୀ ସ୍ୱାଗତ କରି ପୂଜାର୍ଚ୍ଚନା କରିବା ପରେ ଦେବାଦେବୀଙ୍କ ଶିରାମାନଙ୍କୁ କାଳିସି ଲାଗି ହୋଇଥିଲା। ଗ୍ରାମବାସୀଙ୍କ ଅଗାଢ଼ ବିଶ୍ୱାସ ଯେ ବର୍ଷାର ଦେବତା ଗ୍ରାମ ଦେବାଦେବୀଙ୍କ କୋପ ଦୃଷ୍ଟି କାରଣରୁ ବର୍ଷା ହେଉନାହିଁ । ସେମାନଙ୍କୁ ପୂଜାର୍ଚ୍ଚନା କରି ସନ୍ତୁଷ୍ଟ କଲେ ବର୍ଷା ହେବ ବୋଲି ବିଶ୍ୱାସ ରଖି ପୂଜାର୍ଚ୍ଚନା କରାଯାଉଛି । ଶନିବାରଠାରୁ ପୂଜା ଆରମ୍ଭ ହୋଇଥିବାବେଳେ ରବିବାର ମଧ୍ୟାହ୍ନରେ ସତକୁ ସତ ବର୍ଷା ହୋଇଯାଇଛି । ଏହି ପୂଜାର୍ଚ୍ଚନା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବା ନେଇ କମିଟି ପକ୍ଷରୁ କୁହାଯାଇଛି । ବଙ୍ଗୋମୁଣ୍ଡା ଗ୍ରାମ୍ୟ ଦେବାଦେବୀଙ୍କ ଶିରା ମଧୁସୂଦନ ବାଗ, ନାଥ ପୁଝାରି, ବିଶ୍ୱମ୍ବର ଦଳପତି, ଜଗନ୍ନାଥ ଦଳପତି, ସହଦେବ ପୁଝାରି ଗ୍ରାମବାସୀ ଦେବରାଜ ଦଳପତି, ଦୁର୍ଯୋଧନ ପୁଝାରି, ଘାସିରାମ ପୁଝାରି, ଝଯାଙ୍ଗ ଦଳପତି, ଦିବାକର ମାଝୀ ପ୍ରମୁଖ ଏଥିରେ ସହଯୋଗ କରୁଛନ୍ତି ।

 

kalahandi

Copyright © 2022 - Summa Real Media Private Limited. All Rights Reserved.