ଭୁବନେଶ୍ଵର, ୧୬/୧୧ : ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ। ୧୭ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ। ତେବେ ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବ ନାହିଁ। ବର୍ତ୍ତମାନ ଏହା ପାରାଦୀପରୁ ୩୨୦ କିମି ଦୂରରେ ଅଛି। ଆଗାମୀ ୨୪ ଘଣ୍ଟାରେ ଘୂର୍ଣ୍ଣିବାତ୍ୟର ରୂପ ନେବ। ଆଗକୁ ଗତି କରି ୧୮ ତାରିଖ ସକାଳେ ଏହା ବାଲାଂଦେଶର ମଙ୍ଗୋଲା ଏବଂ ଖେପୁପାରାକୁ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୮୦ କିମି ପ୍ରତି ଘଣ୍ଟା ରହିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବ। ୧୭ ତାରିଖ ସକାଳେ ଓଡ଼ିଶା ଉପକୂଳ ଦେଇ ଉତ୍ତର ପଶ୍ଚିମ ବଙ୍ଗଳା ଅଞ୍ଚଳରେ ପହଞ୍ଚିବ। ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ପୁରୀ ଠାରୁ ଆରମ୍ଭ କରି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଜଗତସଂହପୁର ଓ କେନ୍ଦ୍ରାପଡାରେ ଭାରି ବର୍ଷା ନେଇ ୟଲୋ ଆଲର୍ଟ ଜାରି ହୋଇଛି।
ଆଜି ସନ୍ଧ୍ୟାରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢିବ। ବର୍ଷା ବିଶେଷ ହେବ ନାହିଁ। ଆସନ୍ତାକାଲି ଗଭୀର ଅବପାତ ବାତ୍ୟାରେ ପରିଣତ ହେବ। କୋହଲା ପାଗ ସାଙ୍ଗକୁ ପବନ ସହ ଆସନ୍ତାକାଲି ଉପକୂଳରେ ହାଲୁକା ପାଗ ରହିବ।