ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେସିଙ୍ଗା ଓଏଭିରେ ଶିକ୍ଷା ଭିତ୍ତିକ ପ୍ରଦର୍ଶନୀ ମେଳା, ୧୦୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ

କେସିଙ୍ଗା, ୨/୧୨ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣିମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଶୁକ୍ରବାର ଦିନ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଭିତ୍ତିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ନୀଳମାଧବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିକ୍ଷା ଭିତ୍ତିକ ପ୍ରଦର୍ଶନୀ ମେଳାରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଯୋଗଦାନ କରି ପିଲାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବାଗ ଓ ବିଜ୍ଞାନ ଶିକ୍ଷକ ଅଜୟ କୁମାର ସାହୁ, ଶିକ୍ଷାବିତ୍ ଉମାଶଙ୍କର ସାହୁ, ବିଦ୍ୟାଳୟର ଅବିଭାବକ ତଥା 'ପ୍ରମେୟ' ପ୍ରତିନିଧି ଗଜିନ୍ଦ୍ର ସାହୁ, ସିଆରସିସି ତପନ କୁମାର ଦାଶ ଓ ଚନ୍ଦ୍ରଧ୍ବଜ ନାଗ ପ୍ରମୁଖ ଯୋଗଦାନ କରିଥିଲେ । 

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୩ ଗୋଟି ବିଷୟ ଭିତ୍ତିକ ପାଠ୍ୟରୁ ୧୦୦ରୁ ଉର୍ଦ୍ଧ ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ଆହରଣ କରିବାର ଏକ ମାଧ୍ୟମ ହେଉଛି ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଭିତ୍ତିକ ପ୍ରଦର୍ଶନୀ ମେଳାର ଏକ ଉଦାହରଣ ବୋଲି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମତପୋଷଣ କରିଥିଲେ। ମେଳାର ଉଦଘାଟନ ହେବା ପୂର୍ବରୁ ସଂଗୀତ ଶିକ୍ଷକ ବିରଞ୍ଚି ନାରାୟଣ ବାହିନୀପତି ଏବଂ ଶିକ୍ଷାର୍ଥୀଙ୍କ ସହଯୋଗରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ସ୍ୱାଗତ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିବା ସହିତ ଶିକ୍ଷକ ଧନେଶ୍ୱର ସାହୁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.