ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫେବ୍ରୁଆରୀ ୩ରୁ ‘ଏକାମ୍ର ଉତ୍ସବ’: ଝୁମାଇବେ ସୋନୁ ନିଗମ ଓ ଜୁବିନ ନୌଟିଆଲ, ଖାଦ୍ୟ, ଭ୍ରମଣର ମଜା ନେବେ ସହରବାସୀ

ଭୁବନେଶ୍ୱର,୦୧/୦୨: ଏଥର ନୂଆ  ରୂପରେ ଫେରିବ ଡଟ୍‌ ଫେଷ୍ଟ । ଓଡ଼ିଆ ବିଶ୍ୱ ଭାଷା  ସମ୍ମିଳନୀ ସହିତ ତାଳ ଦେଇ ଆରମ୍ଭ ହେବ । ଫେବ୍ରୁଆରୀ ୩ରୁ ୯ ତାରିଖ ଯାଏ ଦୁଲୁକିବ  ରାଜଧାନୀ । ଜନତା ମଇଦାନରେ ଝୁମିବେ  ରାଜଧାନାବାସୀ । ଆରମ୍ଭ ହେବ ନନଷ୍ଟପ୍‌ ମସ୍ତିର ଏହି ମେଗା ଇଭେଣ୍ଟ ‘ଏକାମ୍ର ଉତ୍ସବ’ ।   

ବୁଧବାର ସାମ୍ବାଦିକ ସମ୍ମିଳନୀରେ ବିଡିଏ ଉପାଧ୍ୟକ୍ଷ  ବଲୱନ୍ତ ସିଂ ଏକାମ୍ର ଉତ୍ସବ ସମ୍ପର୍କରେ ସୂଚନା  ଦେଇଛନ୍ତି । ସେ କହିଛନ୍ତି, ଗତଥର ଭଳି  ଏଥର ବି ଜନତା ମଇଦାନରେ ନାମୀଦାମୀ  ସଙ୍ଗୀତକାରଙ୍କ ସ୍ୱର ଶୁଭିବ । ହେଲେ ହିନ୍ଦୀ  ନୁହେଁ, ଓଡ଼ିଆ ଗୀତର ତାଳେ ତାଳେ ସେମାନେ  ନିଜେ ଝୁମି ଲୋକଙ୍କୁ ଝୁମାଇବେ । ଖାଲି ନାଚ,  ଗୀତ ନୁହେଁ, ପାରମ୍ପରିକ ଖାଦ୍ୟର ସ୍ୱାଦ ସାଙ୍ଗକୁ  ନାଇଟ୍‌ ସପିଂର ମଜା ଉଠାଇବେ ଲୋକେ । ପୁଣି ଷ୍ଟୋରି ଟେଲିଂର ଅନୁଭବ ବି ନେବେ ।  ସବୁ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ପୂରା  ପ୍ୟାକେଜ୍‌ ଖଞ୍ଜା ହୋଇଛି । କାର୍ଯ୍ୟକ୍ରମ ପାଇଁ  ବୁକ ମାଇଁ ସୋରେ ଟିକଟ ବୁକିଂ ଆଜିଠାରୁ  ଆରମ୍ଭ ହୋଇଛି । ବିଡିଏ ପକ୍ଷରୁ ଏନେଇ  ପ୍ରସ୍ତୁତି ଚାଲିଛି । ପ୍ରଦର୍ଶନୀ ପଡ଼ିଆରେ ୭ଦିନ  ଧରି ଉତ୍ସବ ଚାଲିବ । ଏଥିରେ ବହୁ ବଲିଉଡ  ଷ୍ଟାର ଯୋଗଦେବେ । ସୋନୁ ନିଗମ ଓ ଜୁବିନ  ନୌଟିଆଲଙ୍କ ଭଳି ଷ୍ଟାର ଓଡିଆ ଗୀତ  ଗାଇବେ । ତାଙ୍କ ସହ ରହିବେ ଅନୁରାଧା  ପୌଢୱାଲ, ସୁରେଶ ୱାଡେକର, ସୋନା  ମହାପାତ୍ର, ରତୁରାଜ ମହାନ୍ତି। 

ପଡିଆରେ ଫୁଡଷ୍ଟଲ ଖୋଲିବ । ଏକାମ୍ର  ହାଟ ଭିତରେ ନାଇଟ୍‌ ମାକେର୍ଟର ମଜା ମିଳିବ ।  ଭୁବନେଶ୍ୱର ରାସ୍ତା ଉପରେ, ସିଟି କାର୍ନିଭାଲ୍‌-  "ଲୋକ ଉତ୍ସବ' ପାଳନ ହେବ । ରାସ୍ତା ଉପରେ  ଖେଳକୁଦ ଚାଲିବ । ଓଡ଼ିଆ ଭାଷା, ସାହିତ୍ୟ  ଏବଂ ସଂସ୍କୃତି ପ୍ରଦର୍ଶନ କରାଯିବ । ଖାଣ୍ଟି  ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଖାଦ୍ୟ  ମହୋତ୍ସବ-ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ ହେବ ।  ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ତଥା  ଦେଶ ବାହାରୁ ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ  ମାଧ୍ୟମରେ ସେମାନଙ୍କୁ ସ୍ୱାଗତ କରାଯିବ । ପୂରା  ଏକାମ୍ର ଉତ୍ସବ ପାଇଁ ମୋଟ ୮ କୋଟି ଟଙ୍କା  ଖର୍ଚ୍ଚ କରାଯିବ । ଜନତା ମଇଦାନର ସାଂସ୍କୃତିକ  କାର୍ଯ୍ୟକ୍ରମ ଓ ଫୁଡ୍‌ ଫେଷ୍ଟିଭାଲ ପାଇଁ ସିଂହଭାଗ  ଟଙ୍କା ଖର୍ଚ୍ଚ ହେବ । ସାମ୍ବାଦିକ ସମ୍ମିଳନୀରେ ମେୟର  ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା  କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.