ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବସ୍ ତଳେ ଯାଇ ମରିଯାଅ … ; ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ ବାଇକ୍‌ ଚାଳକଙ୍କ ଉପରେ ଖୁବ୍ ବର୍ଷିଲେ

ବେଙ୍ଗାଲୁର : ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କର ବୋହୂଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ବାଇକ୍‌ ଚାଳକ ଉପରେ ବିରକ୍ତି ହେବାର ନଜର ଆସିଛି। କୁହାଯାଉଛି କି, ଦେବେଗୌଡ଼ାଙ୍କର ବୋହୂ ଭବାନୀ ରେଭନ୍ନାଙ୍କ କାର୍‌ରେ ଜଣେ ବାଇକ ଚାଳକ ଧକ୍କା ମାରି ଦେଇଥିଲେ ଏବଂ ଏହାପରେ ତାଙ୍କୁ ବିରକ୍ତି ହୋଇ ଭବାନୀ କହିଥିଲେ ତାଙ୍କ କାର୍‌ର ଦାମ୍‌ ୧.୫ କୋଟି ଟଙ୍କା ,ଯଦି ମରିବାର ଅଛି ତ ବସ୍‌ ତଳେ ଯାଇ ମରିଯାଅ। ଯେବେ ସ୍ଥାନୀୟ ଲୋକେ ବାଇକ୍‌ ଚାଳକଙ୍କ ପକ୍ଷ ନେଇଥିଲେ ତ ରେଭନ୍ନା ତାଙ୍କ ଉପରେ ମଧ୍ୟ ଫିଡ଼ିକି ଯାଇଥିଲେ ଏବଂ ସେ କହିଥିଲେ କି, କାର୍‌ରେ ହୋଇଥିବା କ୍ଷତିର ଭରଣା କିଏ କରିବ ? 

ରେଭନ୍ନା କହିଥିଲେ କି , ତାଙ୍କ କାରର ସାମନା ବୋର୍ଡ ଭାଙ୍ଗି ଯାଇଛି। ତାଙ୍କର ଏତେ କ୍ଷତି ହୋଇଥିଲା, କିନ୍ତୁ ଲୋକେ ବାଇକ ଚାଳକଙ୍କ ସୁରକ୍ଷା ଚିନ୍ତା କରୁଛନ୍ତି। ସୂଚନା ମୁତାବିକ , ରେଭନ୍ନାଙ୍କ ଡ୍ରାଇଭର ବାଇକ ଚାଳକଙ୍କ ନାଁରେ ପୁଲିସରେ ଅଭିଯୋଗ ରୁଜୁ କରିଛନ୍ତି। ପୁଲିସ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରାଇଛି। ମହୀଶୂରର ସାଲିଗ୍ରାମ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ କେସ୍‌ ରୁଜୁ କରାଯାଇଛି।


ବାଇକ ଚାଳକଙ୍କର ନାଁ ଶିଭନ୍ନା ଥିବା କୁହାଯାଇଛି। ତାଙ୍କ ବିରୋଧରେ ସିଆରପିସି ଧାରାର ୧୫୭ ଅନୁସାରେ କେସ୍‌ ରୁଜୁ କରାଯାଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, କାର୍‌ରେ ଧକ୍କା ହେବା ପରେ ସେଠାରେ ଲୋକେ ଏକାଠି ହୋଇ ଯାଉଛନ୍ତି। ଏହାପରେ ରେଭନ୍ନା କାର୍‌ରୁ ଓହ୍ଲାଇ ବାଇକ୍‌ ଚାଳକ ଓ ଲୋକଙ୍କ ଉପରେ ଖୁବ୍‌ ଗାଳି ଗୁଲଜ କରୁଛନ୍ତି। ସେ କହୁଛନ୍ତି , ମୋ କାର୍‌ ଡ୍ୟାମେଜ୍‌ ହୋଇ ଯାଇଛି। ଏହା ଉପରେ ସ୍କ୍ରାଚ୍‌ ହୋଇଛି। ନିଜ ବାଇକ୍‌ ସାଇଡ୍‌ କାହିଁକି କରୁ ନଥିଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.