ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚାକିରିରେ ନକଲି ଶିକ୍ଷକ, ତଥ୍ୟ ଦେଉନାହାନ୍ତି ଡିଇଓ; ଜାଲ୍‌ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ଚାକିରି କରିଛନ୍ତି ଶିକ୍ଷକ

ଭୁବନେଶ୍ୱର, ୩୧।୧: ନକଲି ଶିକ୍ଷକଙ୍କ ତଥ୍ୟ ଦେଉନାହାନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ । ବାରମ୍ବାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଉଥିଲେ ମଧ୍ୟ ମାନୁନାହାନ୍ତି । ଏନେଇ ଖପ୍ପା ହୋଇଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ତୁରନ୍ତ ସମସ୍ତ ତଥ୍ୟ ପଠାଇବାକୁ ଡିଇଓମାନଙ୍କୁ ଜାରି ହୋଇଛି ସାନି ନିର୍ଦ୍ଦେଶ । ରାଜ୍ୟରେ ସବୁ ଜିଲ୍ଲାରେ ଜାଲ୍‌ ପ୍ରମାଣପତ୍ରରେ ବହୁ ବ୍ୟକ୍ତି ଶିକ୍ଷକ ଚାକିରି କରିଛନ୍ତି । ଏ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହେବା ପରେ ମାମଲା ହାଇକୋର୍ଟରେ ପହଞ୍ଚିଛି । ମାଳମାଳ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ନକଲି ଶିକ୍ଷକ ନିଯୁକ୍ତିର ଠୋସ୍‌ ପ୍ରମାଣ ମଧ୍ୟ ରହିଛି । ହେଲେ ସମ୍ପୃକ୍ତ ଜିଲ୍ଲାର ଶିକ୍ଷା ଅଧିକାରୀମାନେ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । 

ଏହାପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିଲେ ନିର୍ଦ୍ଦେଶାଳୟ । ୧୯ ଜିଲ୍ଲାରୁ ଡିଇଓମାନେ ତଥ୍ୟ ପଠାଇବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି । ମାତ୍ର ଏଯାଏ ୧୧ ଜିଲ୍ଲାର ଡିଇଓ ହାତବାନ୍ଧି ବସିଛନ୍ତି । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ନିର୍ଦ୍ଦେଶାଳୟ । ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖୋଳତାଡ଼ ପରେ ନକଲି ଶିକ୍ଷକଙ୍କ ସମ୍ପର୍କରେ ଧରାପଡ଼ିଥିଲା । ଏହା ପରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମସ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାହାର ରାଜ୍ୟରୁ ପାସ୍‌ କରିଥିବା ପ୍ରମାଣପତ୍ର ଦାଖଲ କରିଥିବା ଶିକ୍ଷକଙ୍କର ପ୍ରମାଣପତ୍ର ଯାଞ୍ଚ ପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପଠାଯାଇଥିଲା । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ମଧ୍ୟ ସେମାନଙ୍କର ଯୋଗ୍ୟତା ପ୍ରମାଣାପତ୍ରକୁ ଯାଞ୍ଚ କରାଯାଇଥିଲା । 

ଏହାପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବିଭିନ୍ନ ଜିଲ୍ଲାରେ ବହୁ ନକଲି ଶିକ୍ଷକଙ୍କ ସନ୍ଧାନ ମିଳିଥିଲା । ଏହାପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେବି ମଧ୍ୟ ଅନେକ ଜିଲ୍ଲାରେ ଆହୁରି ସାର୍ଟିଫିକେଟ୍‌ ଯାଞ୍ଚ କରାଯାଉଛି । ମାତ୍ର ଏହି ପ୍ରକ୍ରିୟାରେ ରାଜ୍ୟର ୧୧ ଜିଲ୍ଲା ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର, ଦେବଗଡ଼, ଗଜପତି, ଜଗତ୍‌ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଏବଂ ସମ୍ବଲପୁରର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏପର୍ଯ୍ୟନ୍ତ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରୀ କରିଥିବା ଶିକ୍ଷକଙ୍କ ତାଲିକା ପ୍ରଦାନ କରିନାହାନ୍ତି । କେବଳ ଏତିକି ନୁହେଁ ଏହି ଯାଞ୍ଚ ପ୍ରକ୍ରିୟା ସମ୍ପର୍କିତ କୌଣସି ସୂଚନା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରଦାନ କରୁନାହାନ୍ତି କି ନିର୍ଦ୍ଦେଶ ପାଳନ କରୁନାହାନ୍ତି । ଗତ ୨୫ ତାରିଖରେ ପୁଣି ଥରେ ନିର୍ଦ୍ଦେଶାଳୟ ପକ୍ଷରୁ ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ତଥ୍ୟ ପ୍ରଦାନ କରିବାକୁ ଉକ୍ତ ୧୧ ଜିଲ୍ଲାର ଡିଇଓଙ୍କୁ ଚିଠି କରାଯାଇଛି । ଏହାକୁ ଗୁରୁତ୍ୱର ସହ ନେବା ପାଇଁ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.