କଟକ, ୦୪/୧୧ : ନୂଆପଡ଼ା ଛକ ପାଖରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ। ମୃତକ ଜଣଙ୍କ ହେଲେ ବୟାଳିଶି ମୌଜାର ସ୍ମୃତି ରଞ୍ଜନ ଓଝା।
ସୂଚନାନୁଯାୟୀ, ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ମଧୁପାଟଣା ଥାନା ଅଧିକାରୀ ଓ ଏସିପି ଅରୁଣ ସ୍ବାଇଁ ବୁଝାସୁଝା କରୁଛନ୍ତି। ଜିଲ୍ଲାପାଳ ଓ ଡିସିପି ଆସିଲେ ଆଲୋଚନ ହେବ ବୋଲି ଲୋକ ଜିଦି ଧରି ବସିଛନ୍ତି। ୪ ଘଣ୍ଟା ହେଲାଣି ରାସ୍ତା ଅବରୋଧ ଅଛି।