ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମେଥି ପାଣି, କୋଲେଷ୍ଟେରଲ୍ କମାଇବା ସହ ଦିଏ ଅନେକ ଫାଇଦା

ଭୁବନେଶ୍ୱର ୦୯/୦୨: ଭାରତୀୟ ମସଲା ଭିତରେ ମେଥିର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ଔଷଧୀୟ ଗୁଣରେ ଭରା । ଆଜିକାଲି ପ୍ରାୟ ଲୋକଙ୍କଠାରେ କୋଲେଷ୍ଟେରଲ୍ ସମସ୍ୟା ଦେଖିବାକୁ ମିଳୁଛି । ବିଶେଷତଃ ଯୁବବର୍ଗଙ୍କଠାରେ ବେଶୀ ଦେଖିବାକୁ ମିଳୁଛି । ଘରୋଇ ଭାବେ ଏହାର ଉପଚାର କରିବା ସମ୍ଭବ । ସେଥିପାଇଁ ମେଥିମଞ୍ଜି ଖୁବ୍ ଉପକାରୀ । ମେଥି ପାଣି ଧମନୀରୁ ଖରାପ(ଏଲ୍‌ଡିଏଲ୍) କୋଲେଷ୍ଟେରଲ୍କୁ କମ୍ କରିବା ଥାଏ । ଏହାବ୍ୟତୀତ ମେଥିର ଆହୁରି ଅନେକ ଔଷଧୀୟ ଗୁଣ ରହିଛି । ଏହା ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନଫ୍ଲାମୋଟୋରୀ ଗୁଣରେ ଭରା  । 

ଖରାପ କୋଲେଷ୍ଟେରଲ୍ କମାଏ :

ଖରାପ(ଏଲ୍‌ଡିଏଲ୍) କୋଲେଷ୍ଟେରଲ୍ ସ୍ତର ହ୍ରାସ କରିବା ପାଇଁ ମେଥି ଖୁବ୍ ଉପକାରୀ । ମେଥିମଞ୍ଜିକୁ ରାତିରେ ପାଣିରେ ବତୁରାଇ ଦିଅନ୍ତୁ । ସକାଳେ ସେହି ପାଣିକୁ ଛାଣି ଖାଲି ପେଟରେ ପିଇପାରିବେ । 

ଟ୍ରାଇଗ୍ଲାଇସରାଇଡ୍ ହ୍ରାସ କରେ :

ମେଥି କେବଳ କୋଲେଷ୍ଟେରଲ୍ ନୁହେଁ, ଟ୍ରାଇଗ୍ଲାଇସରାଇଡ୍ ମଧ୍ୟ ହ୍ରାସ କରେ । ଟ୍ରାଇଗ୍ଲାଇସରାଇଡ୍ ହେଉଛି ରକ୍ତରେ ଥିବା ଚର୍ବି । ଏହା ବଢିବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ବଢିଥାଏ । 

ଏଚ୍‌ଡିଏଲ୍ ବଢାଏ :

ମେଥି ପାଣି ଖରାପ କୋଲେଷ୍ଟେରଲ୍ ଅର୍ଥାତ ଏଲ୍‌ଡିଏଲ୍ ସ୍ତରକୁ କମାଇ ଭଲ କୋଲେଷ୍ଟେରଲ୍(ଏଚ୍‌ଡିଏଲ୍) ସ୍ତରକୁ ବଢାଇଥାଏ ।

ଓଜନ କମାଏ :

ଯଦି ଆପଣ ବଢୁଥିବା ଓଜନକୁ ନେଇ ଚିନ୍ତାରେ ରହୁଥାନ୍ତି, ତେବେ ମେଥି ପାଣିର ବ୍ୟବହାର କରନ୍ତୁ । ଏହା ଓଜନକୁ ମଧ୍ୟ କମାଇଥାଏ । ନିୟମିତ ସକାଳେ ଖାଲି ପେଟରେ ମେଥି ପାଣି ପିଇବା ଦ୍ୱାରା ଓଜନ କମ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.