ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

୬୯ତମ ଫିଲ୍ମ ଫେୟାର ଆଓ୍ବାର୍ଡ଼୍ସ ୨୦୨୪ : ‘ଜଓ୍ବାନ’କୁ ମିଳିଲା ବେଷ୍ଟ ଆକ୍ସନ ଫିଲ୍ମର ତାଜ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ,୨୮/୧ :  ୬୯ତମ ଫିଲ୍ମ ଫେୟାର ଆଓ୍ବାର୍ଡ଼୍ସ ୨୦୨୪ର ଆରମ୍ଭ ୨୭ଜାନୁଆରୀରୁ ହୋଇଯାଇଛି । ଚଳିତ ଥର ଏହି ଆଓ୍ବାର୍ଡ଼ କାର୍ଯ୍ୟକ୍ରମର ଆୟୋଜନ ଗୁଜୁରାଟର ଗାନ୍ଧୀନଗରରେ ହେଉଛି । ଶନିବାର ଆରମ୍ଭ ହୋଇଥିବା ଆଓ୍ବାର୍ଡ଼ର ବିଜେତାଙ୍କ ନାଁର ଘୋଷଣା ବି ହୋଇଯାଇଛି । ସେହିଭଳି କିଛି ଜଣଙ୍କ ନାଁ ରବିବାର ହେବାରେ ଅଛି । ଆସନ୍ତୁ ଜାଣିବା କେଉଁ କେଉଁ କ୍ୟାଟେଗୋରୀରେ ଆଓ୍ବାର୍ଡ଼ ମିଳିଛି ।

ଶାହରୁଖ ଖାନଙ୍କ ଫିଲ୍ମ ‘ଜଓ୍ବାନ’ ଗତ ବର୍ଷ ବକ୍ସ ଅଫିସରେ ଖୁବ୍ ଧମାଲ୍ ମଚାଇଥିଲା। ଦର୍ଶକଙ୍କ ଏହି ଫିଲ୍ମ ବହୁ ପସନ୍ଦ ଆସିଥିଲା । ଫିଲ୍ମକୁ ଚଳିତ ବର୍ଷ ଫିଲ୍ମଫେୟାରରେ ବେ‌ଷ୍ଟ ଆକ୍ସନ ଫିଲ୍ମର ଆଓ୍ବାର୍ଡ଼ ମିଳିଛି । ଏହା ବ୍ୟତୀତ ଫିଲ୍ମ ବେଷ୍ଟ ଭିଏଫକ୍ସର ଆଓ୍ବାର୍ଡ଼ ବି ନିଜ ନାଁରେ କରିଛି । ସେହିଭଳି ଗତ ବର୍ଷ ରିଲିଜ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ ଏନିମଲ ବେ‌ଷ୍ଟ ବ୍ୟାକଗ୍ରାଉଣ୍ଡ ସ୍କୋରରେ ବାଜି ମାରି ନେଇଛି । ଏହା ବ୍ୟତୀତ ଏନିମଲ ବେଷ୍ଟ ସାଉଣ୍ଡ ଡିଜାଇନ କ୍ୟାଟେଗୋରୀରେ ବି ଆଓ୍ବାର୍ଡ଼ ଜିତିଛି । 

ସେହିଭଳି ବିକ୍କି କୌଶଲଙ୍କ ଫିଲ୍ମ ସ୍ୟାମ ବାହାଦୁର ଫିଲ୍ମ ଫେୟାରରେ ସବୁଠାରୁ ଅଧିକ ଆଓ୍ବାର୍ଡ୍ସ ନିଜ ନାଁରେ କରିଛନ୍ତି । ଏହି ଫିଲ୍ମକୁ ପ୍ରଥମେ ବେଷ୍ଟ କଷ୍ଟ୍ୟୁମ କ୍ୟାଟେଗୋରୀରେ ଆଓ୍ବାର୍ଡ଼ ମିଳିଛି ତ ସେହିଭଳି ବେଷ୍ଟ ସାଉଣ୍ଡ ଡିଜାଇନ, ବେଷ୍ଟ ପ୍ରଡକ୍ସନ ଡିଜାଇନର ଆଓ୍ବାର୍ଡ଼ ବି ମିଳିଛି ।

ଏହି ଫିଲ୍ମ ବ୍ୟତୀତ ଯଦି ଆମେ କଥା ହେବ ତେବେ ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ଫିଲ୍ମ ରକି ଏବଂ ରାନୀକୁ ଏହି ଫିଲ୍ମର ଗୀତ ହ୍ବାଟ ଝୁମକାକୁ ବେଷ୍ଟ କୋରିୟୋଗ୍ରାଫି ଲାଗି ଗଣେଶ ଆଚାର୍ଯ୍ୟକୁ ଆଓ୍ବାର୍ଡ଼ ମିଳିଛି । ଏହା ବ୍ୟତୀତ ବିଧୁ ବିନୋ ଚୋପଡ଼ାଙ୍କ ଫିଲ୍ମ ୧୨ ଫେଲ୍ ବି ଫିଲ୍ମଫେୟାର ଆଓ୍ବାର୍ଡ଼ ନିଜ ନାଁରେ କରିଛି । ୧୨ଫେଲକୁ ବେଷ୍ଟ ଏଡ଼ିଟିଙ୍ଗର ଆଓ୍ବାର୍ଡ଼ ଦିଆଯାଇଛି । ସେହିଭଳି ଏବେ ଆଓ୍ବାର୍ଡ଼୍ସ ବିଜେତାଙ୍କ ନାଁ ଘୋଷଣା ହେବାକୁ ବାକି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.