ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ମରାମତି ପାଇଁ ରହିଥିବା ଟ୍ରେନ ବଗିରେ ଲାଗିଲା ନିଆଁ

ପୁରୀ, ୧୪/୧୧ : ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ। କୋଚିଂ ଡିପୋରେ ଥିବା ଏକ ଟ୍ରେନର ଦୁଇଟି ଏସି ବିଗିରେ ନିଆଁ ଲାଗି ନଷ୍ଟ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୨ଟା ବେଳେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡ ପରେ ୨ଟି ଦମକଳ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା। ପରେ ଆଉ ଗୋଟିଏ ମେସିନରେ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଛି।

ସୂଚନା ଅନୁଯାୟୀ, ମରାମତି କରିବା ସମୟରେ ରେଲୱେ ଏସି ବଗିରେ ଥିବା ବ୍ୟାଟେରୀରୁ ନିଆଁ ଲାଗିଥିବା କର୍ମଚାରୀମାନେ କହୁଛନ୍ତି । କିପରି ନିଆଁ ଲାଗିଲା ତାହାର ତଦନ୍ତ କରାଯିବ ବୋଲି ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାରେ କେହି ମୃତ ଆହତ ହୋଇନାହାଁନ୍ତି। ପ୍ରାୟ ଘଂଟାଏ ପରିଶ୍ରମ କରି ୨୦ଜଣ ଦମକଳ ବାହିନୀ ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିବା ପରେ ଟ୍ରେନରୁ ପ୍ରଥମେ ଏହି ଦୁଇ ବଗିକୁ ଅଲଗା କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନି।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.