ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫିରିଙ୍ଗିଆ ପ୍ରେସ୍ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ଫିରିଙ୍ଗିଆ, ୦୩/୦୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବିଜୁ କଲ୍ୟାଣ ମଣ୍ଡପ ଠାରେ ଫିରିଙ୍ଗିଆ ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ପାଳନ କରାଯାଇଛି। ପ୍ରେସ୍ କ୍ଲବ୍ ଉପଦେଷ୍ଟା ମଣ୍ଡଳୀ ସଭାପତିଙ୍କ ସହଯୋଗରେ ପ୍ରେସ୍ କ୍ଲବକୁ ଆଗକୁ ନେବାରେ ସହାୟତା ହୋଇପାରିଛି। ଫିରିଙ୍ଗିଆ ପ୍ରେସ୍ କ୍ଲବ କେବଳ ଖବର ପରିବେଷଣକୁ ପ୍ରାଧାନ୍ୟ ଦେଇ ନଥାଏ, ସମାଜ ସେବା କାର୍ଯ୍ୟରେ ମଧ୍ୟ ଏହି କ୍ଲବ ନିୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ ୟୁ ଯେ ସଭାପତି ପ୍ରସନ୍ନ ମହାନ୍ତି ଯୋଗଦେଇ କହିଥିଲେ ଯେ ପ୍ରତ୍ୟେକ ସାମ୍ବାଦିକଙ୍କ ପାଖରେ ସମ୍ବାଦ ପରିବେଷଣ କରିବାର ଉତ୍ତରଦାୟିତ୍ଵ ରହିବା ଦରକାର। 

ସେହିପରି ସମ୍ମାନିତ ଅତିଥି ଭାବେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ପାତ୍ର ଯୋଗଦେଇ ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଓ ଯୋଜନା କରିଛନ୍ତି, ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବା ଉଚିତ୍ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରେସ୍ କ୍ଲବ କୋଷାଧ୍ୟକ୍ଷ ସୁବ୍ରତ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ସୁଶାନ୍ତ ଦିଗାଲ ବିବରଣୀ ପାଠ କରିଥିଲେ।

ଏହି ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଶହେରୁ ଉର୍ଦ୍ଧ୍ଵ ବିଭିନ୍ନ କଳାକାର, ସମାଜସେବୀ, ଶିକ୍ଷାବିତ୍, ଗଣମାଧ୍ୟମର ପ୍ରତିନିଧି ଓ ସରକାରୀ ପଦାଧିକାରୀଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଉକ୍ତଳ ସଂଘର ସଭାପତି ସନ୍ତୋଷ ଦାସ, ଓ ୟୁ ଯେ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ବେହେରା, ଓ ୟୁ ଯେ ଜିଲ୍ଲା ସଭାପତି ଅଶୋକ ମହାନ୍ତି, କନ୍ଧମାଳର ଚଳଚ୍ଚିତ୍ର ପ୍ରଯୋଜକ ପ୍ରଶାନ୍ତ ନାୟକ, ବରିଷ୍ଠ ସାମ୍ବାଦିକ ସୁନୀଲ ବିଶ୍ଵାଳ, କନ୍ଧମାଳ ଜିଲ୍ଳା ମିଡିଆ ଫୋରମର ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସାମ୍ବାଦିକ ହୁରୁଞ୍ଜନ ସେଠୀ, ମନୋଜ ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ l ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅକ୍ଷୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.