ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ଲିପକାର୍ଟ ଲଞ୍ଚ କଲା ନିଜର ୟୁପିଆଇ ସର୍ଭିସ୍‌ , ଏହି ସବୁ କମ୍ପାନୀ ସହ ହେବ ସିଧା ଟକ୍କର

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ସର୍ଭିସ ଆରମ୍ଭ କରିଛି। ଏହି ସର୍ଭିସ୍‌ ଫ୍ଲିପକାର୍ଟ ଆପ୍‌ରେ ବା ଆପ୍‌ ବାହାରେ ହେବାକୁ ଥିବା ଅନଲାଇନ୍‌ ଓ ଅଫ୍‌ଲାଇନ୍‌ ପେମେଣ୍ଟ ପାଇଁ ରହିଛି। ଫ୍ଲିପକାର୍ଟ ଘୋଷଣା କରିଛି କି, ସେ ନିଜର ୟୁପିଆଇ  ସର୍ଭିସ, ଫ୍ଲିପକାର୍ଟ ୟୁପିଆଇ ,ଆକ୍ସିସ ବ୍ୟାଙ୍କ ସହ ପାର୍ଟନରସିପ୍‌ରେ ଆରମ୍ଭ କରିଛି। ଏଥିରେ ଗ୍ରାହକଙ୍କୁ ଡିଜିଟାଲ ପେମେଣ୍ଟ କରିବାରେ ସହଜ ବିକଳ୍ପ ମିଳିବ। 

ଫ୍ଲିପକାର୍ଟ ଗତ ବର୍ଷରୁ ୟୁପିଆଇ ସର୍ଭିସର ପରୀକ୍ଷଣ କରୁଥିଲା। ଏବେ ଏହି ସର୍ଭିସ ଆଣ୍ଡ୍ରଏୟ ୟୁଜରଙ୍କ ପାଇଁ ଉପଲବ୍ଧ ହୋଇଛି। ଗ୍ରାହକ “@fkaxis” ୟୁପିଆଇ ହ୍ୟାଣ୍ଡଲ ସହ ରେଜିଷ୍ଟର କରିପାରିବେ ଏବଂ ଫ୍ଲିପକାର୍ଟ ଆପ୍‌ ମାଧ୍ୟମରେ ଟଙ୍କା ପଠାଇବା ଓ ପେମେଣ୍ଟ କରିବା ଭଳି ସୁବିଧାର ବ୍ୟବହାର କରି ପାରିବେ।

ଫ୍ଲିପକାର୍ଟର ଫିଟନେସ୍‌ ଓ ପେମେଣ୍ଟସ ଗ୍ରୁପ୍‌ର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଧୀରଜ ଅନେଜାଙ୍କ ମୁତାବିକ , ଫ୍ଲିପକାର୍ଟ ୟୁପିଆଇର ସୁବିଧା ଓ ଲାଭକୁ ଫ୍ଲିପକାର୍ଟକୁ ଭରସାପୂର୍ଣ୍ଣ ସର୍ଭିସ୍‌ ସହ ଯୋଡ଼ି ଥାଏ। ଆମେ ଗ୍ରାହକଙ୍କୁ ସୁପରକଏନ୍ସ , ବ୍ରାଣ୍ଡ ଭାଉଚର ଓ ଅନେକ ପ୍ରକାରର ଫାଇଦା ସହ ସୁରକ୍ଷିତ ଓ ସୁବିଧାଜନକ ପେମେଣ୍ଟ ବିକଳ୍ପ ଦେଇ ସର୍ବୋତ୍ତମ ସପିଂର ଅନୁଭବ ଦେବାକୁ ଚାହେଁ । 

ଏହି ୟୁପିଆଇ ସର୍ଭିସ ସହ ୟୁଜରମାନେ ଫ୍ଲିପକାର୍ଟ ଭିତରେ ଓ ବାହାରେ , ଅନଲାଇନ୍‌ ଓ ଅଫ୍‌ଲାଇନ୍‌ ଦୋକାନରେ ପେମେଣ୍ଚ କରିପାରିବେ। ଏହା ବ୍ୟତୀତ , ରିଚାର୍ଜ ଓ ବିଲ୍‌ ପେମେଣ୍ଟ ପାଇଁ ମଧ୍ୟ ସହଜ ଓ ଦ୍ରୁତ ସୁବିଧା ମିଳିବ। 

ଉଲ୍ଲେଖନୀୟ ଯେ, ଦେଶରେ କରୋନା ସମୟ ପର ଠାରୁ ଅନଲାଇନ୍‌ ଡିଜିଟାଲ ପେମେଣ୍ଟରେ ବୃଦ୍ଧି ହୋଇଛି। ଏପଟେ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କରେ ଆରବିଆଇର ଆକ୍ସନ ପର ଠାରୁ ଅନ୍ୟ କମ୍ପାନୀ ଗୁଡ଼ିକର ଆପ୍‌ରେ ଗ୍ରାହକଙ୍କ ସଂଖ୍ୟା ବଢିଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.