ନୂଆଦିଲ୍ଲୀ,୧୮/୦୯: ସର୍ବାଧିକ ବିକିରଣ ଯୋଗୁ ଫ୍ରାନ୍ସ ସରକାର ଆଇଫୋନ୍-୧୨ର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ନେଇ ଆମେରିକୀୟ କମ୍ପାନି ଆପଲ୍ ଏକ ସଫ୍ଟୱେର୍ ଅପ୍ଡେଟ୍ ଆଣିବାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।
କମ୍ପାନି ଦାବି କରିଛି ଯେ,ଏହି ସଫ୍ଟୱେର୍ ଦ୍ୱାରା ଅତ୍ୟଧିକ ବିକିରଣ ସମସ୍ୟାର ସମାଧାନ ହେବ । ଫ୍ରାନ୍ସ କମ୍ପାନିର ଏ ନିଷ୍ପତ୍ତିକୁ ସ୍ୱାଗତ କରିଛି । ଅନ୍ୟପକ୍ଷରେ, ଆପଲ ଆଶା ବାନ୍ଧିଛି ଯେ, ସଫ୍ଟୱେର୍ ଅପ୍ଡେଟ୍ ପରେ ଫ୍ରାନ୍ସ ଏହି ବ୍ୟାନ୍ ହଟାଇଦେବ ।
ଏକ ଗଣାମାଧ୍ୟମ ରିପୋର୍ଟ ଅନୁସାରେ, ଫ୍ରାନ୍ସ ଦାବି କରିଛି ଯେ, ଆଇଫୋନ୍-୧୨ ମଡେଲ ୟୁରୋପୀୟ ସଂଘ(ଇୟୁ)ର ନିର୍ଦ୍ଧାରିତ ସୀମାଠାରୁ ଅଧିକ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ବିକିରଣ ନିର୍ଗମନ କରୁଛି । ଫ୍ରାନ୍ସର ଏ ନିଷ୍ପତ୍ତିକୁ ନେଇ ଆପଲ୍ କହିଛି ଯେ, ଫ୍ରାନ୍ସର ନିୟାମକ ପ୍ରୋଟୋକଲକୁ ପାଳନ କରିବା ପାଇଁ ଆମେ ୟୁଜରଙ୍କ ପାଇଁ ଏକ ସଫ୍ଟୱେର୍ ଅପ୍ଡେଟ୍ ଜାରି କରିବୁ । ଏଥିରେ ନିରାପତ୍ତାକୁ ନେଇ କୌଣସି ଚିନ୍ତା ରହିବ ନାହିଁ ।