ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦୂରଗାମୀ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କଲା ଫ୍ରାନ୍ସ

ପ୍ୟାରିସ୍, ୨୦/୧୧: ଆଣବିକ ଶକ୍ତି କ୍ଷେତ୍ରରେ ମଜଭୁତ୍ ହେଉଛି ଫ୍ରାନ୍ସ । ରବିବାର ଫ୍ରାନ୍ସ ଏମ୍୫୧.୩ ଦୂରଗାମୀ ବାଲିଷ୍ଟିକ ମିସାଇଲ୍ର ସଫଳ ଉତକ୍ଷେପଣ କରିଛି । ଏନେଇ ସୂଚନା ଦେଇଛି ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଏହି ମିସାଇଲରେ ଆଣବିକ ଅସ୍ତ୍ରଶସ୍ତ୍ର ପଠା ଯାଇନଥିବା ଫ୍ରାନ୍ସ କହିଛି ।

ଫ୍ରାନ୍ସର ଦକ୍ଷିଣପଶ୍ଚିମରେ ଥିବା ବିସାର୍ସୋ ମିସାଇଲ୍ ଟେଷ୍ଟିଂ ସାଇଟରୁ ମିସାଇଲ୍ ଉତକ୍ଷେପଣ କରିଥିଲା ସେନା । ଯାହାକି ଉତ୍ତର ଆଟଲାଣ୍ଟିକ ମହାସାଗରରେ ପଡ଼ିଥିଲା । ତେବେ ଉତକ୍ଷେପଣ କରାଯାଇଥିବା ଦୂରଗାମୀ ମିସାଇଲ୍ ନେଇ ଅଧିକ ସୂଚନା ଫ୍ରାନ୍ସ ଦେଇ ନାହିଁ ।

ଛଟ୍ ପୂଜାରୁ ଫେରୁଥିବା ବେଳେ ପରିବାର ଉପରକୁ ଗୁଳିମାଡ଼, ୨ ମୃତ, ୬ ଆହତ

୨୦୨୨ରେ ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ପୁଟିନ୍ ବାରମ୍ବାର ପାଶ୍ଚାତ୍ୟ ଦେଶକୁ ପରମାଣୁ ଆକ୍ରମଣ ଧମକ ଦେଇ ଆସୁଛନ୍ତି । ଏବେ ଫ୍ରାନ୍ସ ପରୀକ୍ଷଣ କରିଥିବା ଏମ୍୫୧.୩ ହେଉଛି ଏମ୍୫୧ର ବିକଶିତ ଭର୍ସନ । ଏହା ହେଉଛି ତିନିସ୍ତରର ସମୁଦ୍ର-ଭୂପୃଷ୍ଠ ଷ୍ଟ୍ରାଟେଜିକ୍ ବାଲିଷ୍ଟିକ୍ ମିସାଇଲ୍ । ଯାହାକୁ ନୌସେନାର ଯୁଦ୍ଧପୋତରୁ ଉତକ୍ଷେପଣ ଲାଗି ଫ୍ରାନ୍ସ ପ୍ରସ୍ତୁତ କରିଛି ।

୨୦୦୬ରେ ଫ୍ରାନ୍ସ ପ୍ରଥମଥର ପାଇଁ ଏମ୍୫୧ର ଉତକ୍ଷେପଣ କରିଥିଲା । ୨୦୧୦ରେ ଯୁଦ୍ଧପୋତରୁ ଉତକ୍ଷେପଣ କରାଯାଇ ସେନାରେ ସାମିଲ୍ କରାଯାଇଥିଲା । ଏବେ ନୂଆ ଏମ୍୫୧.୩ ମିସାଇଲକୁ ୨୦୨୫ ସୁଦ୍ଧା ସେନାରେ ସାମିଲ୍ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । ଏହାକୁ ଏରୋସ୍ପେଶ୍ ଫାର୍ମ ଆରିଅନେ ଗ୍ରୁପ୍, ଏୟାରବସ୍ ସହ ମିଶି ବିକଶିତ କରିଛି ।
ଉତ୍ତରକାଶୀ ଟ୍ରନେଲ୍ ଟ୍ରାଜେଡି: ଅନିଶ୍ଚିତତାରେ ୪୧ ଶ୍ରମିକଙ୍କ ଭାଗ୍ୟ, ଉଦ୍ଧାର କାର୍ଯ୍ୟରେ ରୋବୋ ମୁତୟନ

Copyright © 2022 - Summa Real Media Private Limited. All Rights Reserved.