ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗିଲ୍‌ ମୋ ରେକର୍ଡ ଭାଙ୍ଗି ପାରିବେ: ବ୍ରାଏନ ଲାରା

ନୂଆଦିଲ୍ଲୀ,୦୭/୧୨: ଟେଷ୍ଟ କ୍ରିକେଟ୍‌ରେ ସର୍ବବୃହତ୍‌  ବ୍ୟକ୍ତିଗତ ଇନିଂସ ରେକର୍ଡ ୱେଷ୍ଟ ଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟର  ବ୍ରାଏନ ଲାରାଙ୍କ ନାମରେ ରହିଛି । ୨୦୦୪ ମସିହାରେ ସେ ଇଂଲଣ୍ଡ  ବିପକ୍ଷ ଟେଷ୍ଟରେ ୪୦୦ରନ୍‌ର ମାରାଥନ ଇନିଂସ ଖେଳିଥିଲେ । ଇତି ମଧ୍ୟରେ ୧୯ ବର୍ଷ ବିତି ଯାଇଛି । ତାଙ୍କ ରେକର୍ଡ ଏବେବି ଅତୁଟ  ରହିଛି । ଆଗାମୀ ଦିନରେ ଭାରତର ଶୁଭମନ ଗିଲ୍‌ ତାଙ୍କ ରେକର୍ଡ  ଭାଙ୍ଗି ପାରିବେ ବୋଲି ଲାରା ମତବ୍ୟକ୍ତ କରିଛନ୍ତି ।  

ଲାରା କହିଛନ୍ତି, ମୋ ୪୦୦ ରନ୍‌ର ଇନିଂସ ରେକର୍ଡ ଭାଙ୍ଗିବା  ଭଳି ଦକ୍ଷତା ଗିଲଙ୍କ ନିକଟରେ ରହିଛି । କେବଳ ଟେଷ୍ଟ ରେକର୍ଡ  ନୁହେଁ, ମୋ ନାମରେ ରହିଥିବା ଅପରାଜିତ ୫୦୧ ରନ୍‌ର ପ୍ରଥମ  ଶ୍ରେଣୀ ରେକର୍ଡ ମଧ୍ୟ ଗିଲ୍‌ ଭଙ୍ଗ କରିପାରିବେ । ନୂଆ ପିଢି କ୍ରିକେଟ  ଖେଳାଳିଙ୍କ ମଧ୍ୟରେ ଗିଲ୍‌ ସବୁଠୁ ଦକ୍ଷ ବ୍ୟାଟର ବୋଲି ମୁଁ ଅନୁଭବ  କରୁଛି । ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରାଜୁତି  କରିବେ । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗିବେ ଗିଲ୍‌ ।  ଭବିଷ୍ୟତରେ ସେ କାଉଣ୍ଟି କ୍ରିକେଟ୍‌ ଖେଳିଲେ ମୋ ପ୍ରଥମ ଶ୍ରେଣୀ  ବ୍ୟାଟିଂ ରେକର୍ଡ ମଧ୍ୟ ଭାଙ୍ଗିପାରିବେ ।  

ସୂଚନାଯୋଗ୍ୟ, ୨୦୦୪ରେ ସେଣ୍ଟ ଜନ୍ସ (ଆଣ୍ଟିଗୁଆ)ଗ୍ରାଉଣ୍ଡରେ  ଅନୁଷ୍ଠିତ ଉକ୍ତ ଟେଷ୍ଟରେ ଲାରା ୫୮୨ଟି ବଲ୍‌ର ସାମ୍ନା କରି ଅପରାଜିତ ୪୦୦ ରନ୍‌ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ୪୩ଟି ଚୌକା  ଓ ୪ଟି ଛକା ମାରିଥିଲେ । ୱେଷ୍ଟ ଇଣ୍ଡିଜ୍‌ ୫/୭୫୧ ରନ୍‌ କରି ପାଳି ଘୋଷଣା କରିଥିଲା । ଅବଶ୍ୟ ଏହି ମ୍ୟାଚ୍‌ଟି ଡ୍ର’ ରହିଥିଲା । ସେହିପରି  ୧୯୯୪ରେ ସେ ୱାରୱିକସାୟାର ପକ୍ଷରୁ ଏକ କାଉଣ୍ଟି ମୁକାବିଲାରେ  ଡରହାମ ବିପକ୍ଷରେ ଅପରାଜିତ ୫୦୧ ରନ୍‌ର ଇନିଂସ ଖେଳିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.