ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକ୍‌ ପରୀକ୍ଷା ପରିଚାଳନା ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ଙ୍କ ପାଇଁ ନିର୍ଦ୍ଦେଶନାମା, ପରୀକ୍ଷା ପରେ ୨ଟା ସୁଦ୍ଧା ରିପୋର୍ଟ ଦାଖଲ

କଟକ,୦୩/୦୨: ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ରୁ ଆରମ୍ଭ  ହେବ । ଏହାର ପରିଚାଳନା ପାଇଁ  ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ ମାନଙ୍କ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ପକ୍ଷରୁ ନିର୍ଦ୍ଦେଶନାମା ଜାରି  କରାଯାଇଛି । ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ । ସେଥିପାଇଁ  ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ସବୁ କିଛି ଉଲ୍ଲେଖ କରାଯାଇଛି । 

ବୋର୍ଡ ସଭାପତି ଶ୍ରୀକାନ୍ତ  ତରାଇଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ  ମୁତାବକ, ପରୀକ୍ଷା ହଲ୍‌ରେ ମୋବାଇଲ୍‌ ବ୍ୟବହାର ସମ୍ପୂର୍ଣ୍ଣ  ନିଷେଧ କରାଯାଇଛି । କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ ହିଁ  ମୋବାଇଲ୍‌ ରଖିପାରିବେ ଏବଂ ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରିପାରିବେ । ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ କିମ୍ବା ଡେପୁଟି ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରିବେ । ପରୀକ୍ଷାକେନ୍ଦ୍ରର ପରୀକ୍ଷାର୍ଥୀଙ୍କ ଅନୁପାତ ଅନୁସାରେ ପ୍ରଶ୍ନପତ୍ର ଯେଭଳି ଗ୍ରହଣ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ  କୁହାଯାଇଛି । 

ଷ୍ଟ୍ରଙ୍ଗ୍‌ରୁମ୍‌ରେ ପ୍ରଶ୍ନପତ୍ର  ରଖିବା ସମୟରେ ସତର୍କ ରହିବାକୁ  ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଯଦି ପ୍ରଶ୍ନପତ୍ର କମ୍‌, ଅଧିକ କିମ୍ବା ଭୁଲ୍‌ ଥାଏ ତୁରନ୍ତ ସେ ସମ୍ପର୍କରେ ସିକ୍ରେଟ୍‌ ସେଲ୍‌ ଡେପୁଟି ସେକ୍ରେଟାରୀ ଦେବାନନ୍ଦ ନାୟକଙ୍କୁ ତୁରନ୍ତ ସୂଚନା ଦିଆଯିବ । ଯଦି ପ୍ରଶ୍ନପତ୍ରର ଅତିରିକ୍ତ ପ୍ୟାକେଟ୍‌ ଆସେ ତେବେ ତୁରନ୍ତ ତାକୁ  ସେଣ୍ଟର ସୁପରିଟେଣ୍ଡେଣ୍ଟ ସୁରକ୍ଷିତ ରଖିବେ ଏବଂ  ନୋଡାଲ୍‌ ସେଣ୍ଟରରେ ଥିବା ଡେସ୍‌ପାଚ୍‌ ଟିମ୍‌  ନିକଟରେ ଦାଖଲ କରିବେ । ପ୍ରତ୍ୟେକ ପ୍ରଶ୍ନପତ୍ର  ପ୍ୟାକେଟ୍‌ ଖୋଲିବା ପୂର୍ବରୁ ଦୁଇ ଜଣ ପରୀକ୍ଷାର୍ଥୀଙ୍କ  ଦସ୍ତଖତ ନେବା ବାଧ୍ୟତାମୂଳକ । ସମୟ ପୂର୍ବରୁ  ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲିବାକୁ ଦଣ୍ଡନୀୟ ଅପରାଧ  ଭାବେ ଗ୍ରହଣ କରାଯିବ । ପ୍ରଶ୍ନପତ୍ର ଷ୍ଟ୍ରଙ୍ଗରୁମ୍‌ରେ ରଖିବା ପୂର୍ବରୁ ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ ଏ ସମ୍ପର୍କରେ  ସ୍ଥାନୀୟ ଥାନାକୁ ଖବର ଦେବେ ।  

ପରୀକ୍ଷା ସମ୍ପର୍କୀତ ସମସ୍ତ ସୂଚନା ବୋର୍ଡକୁ  ଜଣାଇବା ଲାଗି ଚଳିତବର୍ଷ ଅନ୍‌ଲାଇନ୍‌ ବ୍ୟବସ୍ଥା  କରାଯାଇଛି । ଏକ ନିର୍ଦ୍ଦିଷ୍ଟ ସଫ୍ଟୱେର୍‌ ମାଧ୍ୟମରେ  ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ ମାନେ ଏଥିରେ ରିପୋର୍ଟ  କରିବେ । ପ୍ରତ୍ୟେକ ଦିନ ପରୀକ୍ଷା ଶେଷ ହେବା  ପରେ ଅପରାହ୍ନ ୨ଟା ସୁଦ୍ଧା ଏହି ରିପୋର୍ଟ କରିବାକୁ  ହେବ । ଏଥିରେ ସେଣ୍ଟର ନାମ, ସେଲ୍‌ ନମ୍ବର,  ଜିଲ୍ଲା, ସେଣ୍ଟର କୋଡ୍‌, ପରୀକ୍ଷାର୍ଥୀଙ୍କ ସଂଖ୍ୟା,  ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା, କପି ଧରପଗଡ଼ ସମେତ ବିଭିନ୍ନ ତଥ୍ୟ ଅପ୍‌ଲୋଡ୍‌ କରିବେ ବୋଲି  ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । 

ସୂଚନାଯୋଗ୍ୟ,  ବୋର୍ଡ ପରିଚାଳନାରେ ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରୀ  ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ତାରିଖରେ ଶେଷ ହେବ । ଚଳିତବର୍ଷ ୫ଲକ୍ଷ ୫୧ହଜାର ୬୧୧ ଜଣ ଛାତ୍ରଛାତ୍ରୀ  ପରୀକ୍ଷା ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.