ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କେଶ ଝଡ଼ା ରୋକିବ ସୁପ୍‌, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ନୂଆଦିଲ୍ଲୀ ୩୦/୧୧: ଲମ୍ବା ଓ ଘନ କେଶ ପ୍ରାୟ ମହିଳାଙ୍କର ସ୍ୱପ୍ନ ହୋଇଥାଏ । କିନ୍ତୁ ଆଜିକାଲି ଅଧିକାଂଶ ମହିଳାଙ୍କର ପ୍ରମୁଖ ସମସ୍ୟା ହୋଇପଡିଛି କେଶ ଝଡିବା । ଏହାକୁ ରୋକିବା ପାଇଁ କିଏ କେତେ ଉପାୟ କରିଚାଲିଛି । କିନ୍ତୁ କେଶ ଝଡିବାର ପ୍ରମୁଖ କାରଣ ପୋଷକ ତତ୍ତ୍ୱର ଅଭାବ । ଏଥିପାଇଁ ଡାଏଟ୍‌ରେ ଆବଶ୍ୟକ ପୋଷକ ତତ୍ତ୍ୱକୁ ସାମିଲ କରିବା ଆବଶ୍ୟକ । ଚାଲନ୍ତୁ ଡାଏଟିସିଆନ୍‌ଙ୍କଠାରୁ ଏମିତି ଏକ ସୁପ୍‌ ବିଷୟରେ ଜାଣିବା, ଯାହା କେଶ ଝଡାକୁ ରୋକିପାରିବ ।

ବିଟ୍‌ ଆଇରନ୍‌, ଭିଟାମିନ୍‌-ବି୬, ମ୍ୟାଗ୍ନେସିୟମ୍‌ ବ୍ୟତୀତ ଆହୁରି ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରା । ତେଣୁ ବିଟ୍‌ ଖାଇବା ଦ୍ୱାରା ମଧ୍ୟ କେଶ ଝଡିବା ସମସ୍ୟାକୁ କମ୍‌ କରାଯାଇପାରିବ । ଏହାର ସୁପ୍‌ ମଧ୍ୟ ପିଇପାରିବେ ।

ସାମଗ୍ରୀ: ଗୋଟିଏ ଗାଜର, ଗୋଟିଏ ବିଟ୍‌, ଅଧା ଇଞ୍ଚର ଅଦା, ଚିମୁଟାଏ ଗୋଲମରିଚ ଗୁଣ୍ଡ,ଏକ ଚାମଚ କଖାରୁ ମଞ୍ଜି,ଏକ ଚାମଚ ସୂର୍ଯ୍ୟମୂଖୀ ମଞ୍ଜି, ୫ଟି ଭିଜା ଆଲମଣ୍ଡ ।

ପ୍ରେସର କୁକର୍‌ରେ ଏକ ଗ୍ଲାସ୍‌ ପାଣି ଦେଇ ପରିବା ସହ ଅଦାକୁ ପକାଇ ଦିଅନ୍ତୁ । ୨ଟି ସିଟି ଆସିବା ପରେ ଏହାକୁ ବନ୍ଦ କରି ଥଣ୍ଡା କରିଦିଅନ୍ତୁ । ଏବେ ଏହାକୁ ଗ୍ରାଇଣ୍ଡର୍‌ରେ ପେଶି ନିଅନ୍ତୁ । ଏବେ ଏହି ମିଶ୍ରଣରେ ସାମାନ୍ୟ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଏକ ପାତ୍ରକୁ ବାହାର କରି ତା’ ଉପରେ ଆଲମଣ୍ଡ ଓ ବିଭିନ୍ନ ମଞ୍ଜି ପକାଇ ଗରମ ଗରମ ପରଷି ଦିଅନ୍ତୁ । ଏହାକୁ ପିଇବା ଦ୍ୱାରା କିଛି ଦିନ ପରେ କେଶ ଝଡିବା କମିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.