ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚାଷୀ ମୃତ୍ୟୁକୁ ନେଇ କୋର୍ଟଙ୍କ ଉଦବେଗ, ‘ଆପଣ ସରକାର, ଆତଙ୍କୀ ନୁହଁ କୃଷକଙ୍କ ଉପରକୁ ଗୁଳିମାଡ଼ କରିବ’

ନୂଆଦିଲ୍ଲୀ, ୨୯/୦୨: କୃଷକ ଆନ୍ଦୋଳନ ବେଳେ ଖନୌରି ସୀମାରେ ପୋଲିସ ସହ ଧସ୍ତାଧସ୍ତି ବେଳେ ପଞ୍ଜାବ ବଠିଣ୍ଡାର କୃଷକ ଶୁଭକରଣ ସିଂହଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ହରିୟାଣା ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।

ହାଇକୋର୍ଟ କହିଛନ୍ତି, ଆପଣ ସରକାର, ଆତଙ୍କବାଦୀ ନୁହଁନ୍ତି । ଯିଏ କି ଏଭଳି ଭାବେ କୃଷକଙ୍କ ଉପରକୁ ଗୁଳିମାଡ଼ କରିଛି । ଏଥିସହ ହାଇକୋର୍ଟ ହରିୟାଣାର ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜିଏସ୍ ସଂଘାବାଲିୟା ଓ ଜଷ୍ଟିସ୍ ଲପିତା ବାନାର୍ଜୀଙ୍କ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଉଦାହରଣ ଦେଇ କହିଛନ୍ତି, ଇଣ୍ଟରନେଟ୍ ବନ୍ଦ କରିବା ଆଇନରେ ବହୁତ ସ୍ପଷ୍ଟ । ଏନେଇ ୨ ରାଜ୍ୟ ଆବଶ୍ୟକ ନିର୍ଦ୍ଦେଶନାମାର ରେକର୍ଡ କୋର୍ଟରେ ଦେବାକୁ କହିଛନ୍ତି ।

ଫେବ୍ରୁଆରୀ ୨୧ରେ ବିକ୍ଷୋଭ ବେଳେ ଶୁଭକରଣ ସିଂହଙ୍କ ମୃତ୍ୟୁକୁ ନେଇ ପଞ୍ଜାବ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ପଚାରିଛନ୍ତି ଏବେ ଯାଏଁ କାହିଁକି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ନାହିଁ । ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଲାଗି ପଞ୍ଜାବ ସରକାରଙ୍କୁ କାହିଁକି ସପ୍ତାହେ ସମୟ ଲାଗିଛି । ଏବେ ସୁଦ୍ଧା ସରକାର କଣ ତଦନ୍ତ କରିଛନ୍ତି ? କଣ ମୃତ୍ୟୁ ସ୍ୱାଭାବିକ ? ଉତ୍ତରରେ ପଞ୍ଜାବ ସରକାରଙ୍କ ଓକିଲ କହିଛନ୍ତି, ଶବ ବ୍ୟବଚ୍ଛେଦ ସରିଛି, ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଗୁରୁବାର ଶୁଣାଣି ସମୟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାର କହିଛନ୍ତି, କୃଷକ ପ୍ରତିନିଧିଙ୍କ ସହ ୪ ପର୍ଯ୍ୟାୟ ଆଲୋଚନା ସରିଛି । କୃଷକଙ୍କ ସାମାଜିକ-ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ସରକାର ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.