ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ, ଚମ୍ପାଇ ସୋରେନ୍‌ ହେବେ ନୂଆ ସିଏମ୍‌

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଜେରା ପରେ ଝାଡ଼ଖଣ୍ଡରେ ହାଇଡ୍ରାମା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍‌ । ଇଡି ହେପାଜତରେ ରାଜଭବନ ଯାଇ ଇସ୍ତଫା ଦେଇଛନ୍ତି ସୋରେନ । ତାଙ୍କର ଇସ୍ତଫା ମଞ୍ଜୁର କରିଛନ୍ତି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ । ସେପଟେ ହେମନ୍ତ ସୋରେନଙ୍କ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚମ୍ପାଇ ସୋରେନ । 

ସେପଟେ ରାଜ୍ୟର ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି । ଦଳୀୟ ବିଧାୟକମାନେ ଚମ୍ପାଇଙ୍କ ଶପଥ ଗ୍ରହଣ ଲାଗି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ବୋଲି ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ।  ଏହା ସହ କଂଗ୍ରେସ ବିଧାୟକ ରାଜେଶ ଠାକୁର ମଧ୍ୟ କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ସୋରେନ୍‌ ଇସ୍ତଫା ଦେଇଛନ୍ତି ।  ଚମ୍ପାଇ ସୋରେନଙ୍କୁ ନୂଆ ବିଧାୟକ ଦଳ ନେତା ଭାବରେ ଚୟନ କରାଯାଇଛି ।  

ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିଛି ଇଡି । ମଧ୍ୟାହ୍ନରୁ ପଚରାଉଚରା ଜାରି ରହିଥିବା ବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ବାସଭବନରେ ପହଞ୍ଚିଥିଲେ ଝାଡ଼ଖଣ୍ଡର ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ । ଏହା ପରେ ଇଡି କୌଣସି ମୁହୂର୍ତ୍ତରେ ସୋରେନଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ଲାଗିରହିଛି ।

ପ୍ରାୟ ୬ ଘଣ୍ଟା ଧରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ପଚରାଉଚରା କରିଛି । ସୋରେନଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆ ଯାଇଛି । ସେପଟେ ରାଜଭବନରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଜେଏମ୍ଏମ୍ ସରକାରକୁ ବଞ୍ଚାଇ ରଖିବା ଲାଗି ବିଧାୟକମାନଙ୍କୁ ଅନ୍ୟତ୍ର ନେବା ଲାଗି ୨ଟି ଟୁର୍ ବସର ବନ୍ଦୋବସ୍ତ କରିଥିବା ନେଇ ଜଣାପଡ଼ିଥିଲା । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.