ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ହେମନ୍ତ ସୋରେନଙ୍କ ପତ୍ନୀ ହେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ! ବିଧାୟକଙ୍କ ବୈଠକକୁ ଦେଖି ଚର୍ଚ୍ଚା ଜୋର

ରାଞ୍ଚି : ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚଢଉ ପୂର୍ବରୁ ଚକମା ଦେଇ ଫେରାର ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିରେ ପହଞ୍ଚିଛନ୍ତି। ପାଖାପାଖି ୪୦ ଘଣ୍ଟା ଧରି ନିଖୋଜ ଥିବା କୁହାଯାଉଥିବା ହେମନ୍ତ ସୋରେନ ମଙ୍ଗଳବାର ଦ୍ୱିପ୍ରହର ପାଖାପାଖି ୨ଟାରେ ସାମନାକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନିବାସ ପାଖରେ ହଠାତ୍‌ ତାଙ୍କର କାଫିଲା ନଜର ଆସିଥିଲା। 

ହସ ହସ ମୁହଁରେ ହାତ ହଲାଇ ମୁଖ୍ୟମନ୍ତ୍ରୀ ନିବାସରେ ଉପସ୍ଥିତ ହୋଇଥିବା ସୋରେନ ତୁରନ୍ତ ଆକ୍ସନ ମୋଡକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନିବାସରେ ଏକାଠି ହୋଇଥିବା ବିଧାୟକଙ୍କ ସହ ସେ ଆଗାମୀ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି।

ସର୍କିଟ ହାଉସ୍‌ରେ ଏକାଠି ହେବା ପରେ କ୍ଷମତାଧାରୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଓ ଆରଜେଡିର ବିଧାୟକ ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚି ଥିଲେ। ବିଧାୟକଙ୍କ ବୈଠକରେ ହେମନ୍ତ ସୋରେନଙ୍କର ପତ୍ନୀ କଳ୍ପନା ମଧ୍ୟ ନଜର ଆସିଥିଲେ। ଏହାପର ଠାରୁ ପୁଣି ଥରେ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଅଟକଳ ଜୋର ଧରିଛି। 

କୁହାଯାଉଛି କି, ଇଡିର ଆଭିମୁଖ୍ୟକୁ ଦେଖି ଜେଏମଏମକୁ ଆଶଙ୍କା କି ୩୧ ଜାନୁଆରୀରେ ପଚରାପଚରି ବେଳେ ସୋରେନଙ୍କୁ ଗିରଫ କରାଯାଇ ପାରେ। ହାଜର ହେବା ପୂର୍ବରୁ ହେମନ୍ତ ସୋରେନ ପ୍ଲାନ୍‌ ‘ବି’ କୁ ଲାଗୁ କରିବାକୁ ଚାହାନ୍ତି।

ଗତ ଦିନରେ ଗାଣ୍ଡେୟ ସିଟ୍‌ରୁ ବିଧାୟକ ସରଫରାଜ ଅହମ୍ମଦ ଇସ୍ତଫା ଦେଇଥିଲେ। ବିଜେପି ଦାବି କରିଥିଲା କି, କଳ୍ପନା ସୋରେନଙ୍କୁ  ମୁଖ୍ୟମନ୍ତ୍ରୀ କରିବାର ଉଦ୍ଦେଶ୍ୟରେ ଜେଏମଏମ୍‌ ଏହି ସିଟ୍‌ ଖାଲି କରାଇଛି। କୁହାଯାଉଛି କଳ୍ପନା ସୋରେନଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ ତ ସେ ଗାଣ୍ଡେୟ ସିଟରୁ ଉପନିର୍ବାଚନ ଲଢି ପାରନ୍ତି। ହେଲେ ନିଜେ ହେମନ୍ତ ସୋରେନ ଏହି ଅଟକଳକୁ ଖାରଜ କରି କହିଥିଲେ କି ଏହା ବିଜେପିର କଳ୍ପନା। 

ଅନ୍ୟପଟେ ଜମି ଦୁର୍ନୀତି ଘୋଟାଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନଙ୍କ ଗିରଫଦାରୀର ମଧ୍ୟ ଆଶଙ୍କା କରାଯାଉଛି। ସୋରେନ ଇଡିକୁ କହିଛନ୍ତି କି, ସେ ୩୧ ଜାନୁୟାରୀ ଦ୍ୱିପ୍ରହର ୧ଟାରେ ନିଜ ନିବାସରେ ପଚରାପଚରି ପାଇଁ ଉପସ୍ଥିତ ରହିବେ। ଏହି ଭିତରେ ଦିଲ୍ଲୀରେ ସୋମବାର ହୋଇଥିବା ଚଢଉରେ ଇଡି ଦାବି କରିଛି କି ସୋରେନଙ୍କ ଘରୁ ୩୬ ଲକ୍ଷ ଟଙ୍କା କ୍ୟାସ୍‌ ଓ ଲଗଜରୀ କାର ଜବତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.