ଶିମଳା : ବର୍ଷା ଓ ଭୂସ୍ଖଳନ କାରଣରୁ ବିପର୍ଯ୍ୟୟର ଶିକାର ହୋଇଥିବା ହିମାଚଳ ପ୍ରଦେଶର ସାହାଯ୍ୟ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜର ପୂରା ସେଭିଂ ଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖୁ ଶୁକ୍ରବାର ବିପର୍ଯ୍ୟୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ କହିଛନ୍ତି କି ପିଲାଙ୍କୁ କୁମ୍ପି ଭାଙ୍ଗିବାର ଦେଖି ସେ ଏହି ନିଷ୍ପତ୍ତି ନେଇଛନ୍ତି।ରାଜ୍ୟରେ ଗତ ଦିନରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ହଜାର ହଜାର ବିଲ୍ଡିଂ ଭୁଶୁଡ଼ି କ୍ଷତିଗ୍ରସ୍ତ ହୋଇ ଯାଇଛି।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ନିଜର ବ୍ୟକ୍ତିଗତ ସେଭିଂ ଦାନ କରିବା ପରେ କହିଛନ୍ତି , ଯେବେଠାରୁ ଏହି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଆସିଛି , ସେବେଠାରୁ ଅନେକ ପିଲା ନିଜର କୁମ୍ପି ଭାଙ୍ଗି ଟଙ୍କା ଦେଉଛନ୍ତି। ସବୁ କର୍ମଚାରୀ , ବୟସ୍କ ଲୋକେ ନିଜର କ୍ଷମତା ଅନୁସାରେ ଟଙ୍କା ଦେଇଛନ୍ତି ...ମୋ ମନରେ ଭାବନା ଆସିଛି କି ଯଦି ପିଲାମାନେ ଟଙ୍କା ଦେଉଛନ୍ତି, ମୁଁ ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ମୋର ସେଭିଂ ଦାନ ରୂପେ ଦେବା ଉଚିତ୍ ।
ସେପଟେ ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଟର ଲେଖି ରାଜ୍ୟର ସାହାଯ୍ୟ ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ବିପର୍ଯ୍ୟୟ ହିମାଚଳ ପ୍ରଦେଶକୁ ଧ୍ୱଂସବିଧ୍ୱଂସ କରି ଦେଇଛି ଏବଂ ସେଠାରେ ସଂପୂର୍ଣ୍ଣ ଭାବେ ପୁନଃ ନିର୍ମାଣର ଆବଶ୍ୟକତା ରହିଛି , ଏଥିପାଇଁ ପୀଡ଼ିତଙ୍କୁ ରିଲିଫ୍ ପହଞ୍ଚାଇବାକୁ ଏହି ଦୁଃଖଦ ଘଟଣାକୁ ଜାତୀୟ ବିପର୍ଯ୍ୟୟ ଘୋଷିତ କରାଯିବା ଉଚିତ୍।