ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇପିଏଫ୍‌କୁ ନେଇ ସରକାରଙ୍କ ନିଷ୍ପତ୍ତି ପରେ ଆକାଉଣ୍ଟକୁ ଆସିବ କେତେ ଟଙ୍କା?

ନୂଆଦିଲ୍ଲୀ,୧୦/୦୨: ଯେଉଁ କର୍ମଚାରୀ ମାନଙ୍କର ଦରମାରୁ ଇପିଏଫ୍‌ କଟୁଛି, ସେମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଖୁସିଖବର ଦେଇଛନ୍ତି। ସରକାର ଲଗାତର ଦ୍ବିତୀୟ ଥର ଇପିଏଫ୍‌ର ସୁଧହାରରେ ବଢ଼ାଇଛନ୍ତି। ଏହାପୂର୍ବରୁ ସରକାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ୦.୦୫ ପ୍ରତିଶତ ସୁଧ ବୃଦ୍ଧି କରିଥିଲେ ଏବଂ ଏବେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୦.୧୦ ପ୍ରତିଶତ ସୁଧ ବଢ଼ାଇଛନ୍ତି। ଏହାର ଅର୍ଥ ହେଉଛି, ଦୁଇ ବର୍ଷରେ ସରକାର ଇପିଏଫ୍‌ର ସୁଧ ଉପରେ ୦.୧୫ ପ୍ରତିଶତ ବୃଦ୍ଧି କରି ମୋଟ ସୁଦ୍ଧ ହାରକୁ ୮.୨୫ ପ୍ରତିଶତ କରିଛନ୍ତି। ଯାହାକି ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ ଅଟେ।

ଅକାଉଣ୍ଟକୁ ଆସିବ କେତେ ଟଙ୍କା? 

ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ନିଷ୍ପତ୍ତି ପରେ ଆପଣଙ୍କ ଆକାଉଣ୍ଟକୁ କେତେ ଟଙ୍କା ସୁଧ ଭାବରେ ଆସିବ? ଖବର ଆସିବା ପରେ ଅନେକ ଲୋକ ଏହାର ହିସାବ ଆରମ୍ଭ କରିଛନ୍ତି। ତେବେ ଏହାର କଳନା କରିବା ପାଇଁ ଏକ ସୂତ୍ର ରହିଛି, ଯାହାକୁ ପ୍ରୟୋଗ କରିବା ପରେ, ଆପଣ ଜାଣିପାରିବେ ଯେ, ଆପଣଙ୍କ ଆକାଉଣ୍ଟକୁ ସୁଧ ଆକାରରେ କେତେ ଟଙ୍କା ଆସିବ। ଏଥିସହ, ଆପଣ ଏହି ନିଷ୍ପତ୍ତିରୁ କେତେ ଲାଭ ପାଇଛନ୍ତି, ତାହା ବି ଜାଣିପାରିବେ।

ପଢ଼ନ୍ତୁ: ଆଦାନୀଙ୍କ ହାତକୁ ଆସିଲା ଏହି ପାୱାର କମ୍ପାନୀ , ଗ୍ରୁପ୍‌ର ଏହି ସେୟାର ୭୦୦ଟଙ୍କା ଅତିକ୍ରମ କରିପାରେ !

କିପରି କଟେ ଆପଣଙ୍କ ଇପିଏଫ୍? 

ଇପିଏଫଓ ଅଧିନିୟମ ଅନୁଯାୟୀ, କର୍ମଚାରୀଙ୍କ ବେସିକ୍‌ ସାଲାରି ଏବଂ ମୁଦ୍ରାସ୍ଫୀତିର ୧୨ ପ୍ରତିଶତ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ଜମା କରାଯାଇଥାଏ। ଅନ୍ୟପକ୍ଷରେ, କର୍ମଚାରୀଙ୍କ ଆକାଉଣ୍ଟରେ କମ୍ପାନୀ ୧୨ ପ୍ରତିଶତ ଯୋଗଦାନ ଦେଇଥାଏ। କିନ୍ତୁ ଏଥିରେ ମଧ୍ୟ ଟିକିଏ ପରିବର୍ତ୍ତନ ଆସିଛି। ନିଯୁକ୍ତିଦାତାଙ୍କ ଯୋଗଦାନ ଅର୍ଥାତ୍‌ ଏମ୍ପ୍ଳ୍ରୋୟର କଣ୍ଟ୍ରିବୁସନ୍‌ର ୩.୬୭ ପ୍ରତିଶତ ଇପିଏଫକୁ ଯାଇଥାଏ ଏବଂ ଅବଶିଷ୍ଟ ୮.୩୩ ପ୍ରତିଶତ ପେନସନ ଯୋଜନାରେ ଜମା ହୋଇଥାଏ। ଏହିପରି ପ୍ରତ୍ୟେକ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ତିଆାରି ହୁଏ।

ଆକାଉଣ୍ଟକୁ କେତେ ଆସିବ ସୁଧ ଟଙ୍କା? 

ଇପିଏଫ୍‌ଓର ସଂସ୍ଥା ସିବିଟି ଇପିଏଫ୍‌ ସୁଧ ହାରକୁ ୮.୨୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଏହି ସୁଧ ହାର ୮.୧୦ ପ୍ରତିଶତ ଥିଲା। ଏବେ ଏହାକୁ ଏକ କଳନା ବା କାଲ୍‌କୁଲେସନ୍‌ ମାଧ୍ୟମରେ ବୁଝିବା। ଏଥିପାଇଁ ଏକ ଫର୍ମୁଲା ବା ସୂତ୍ର ଅଛି। ମନେକରନ୍ତୁ ଆପଣଙ୍କ ଇପିଏଫ୍‌ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ଜମାରାଶି ଅଛି। ତେବେ ଗତ ଆର୍ଥିକ ବର୍ଷରେ ଆପଣଙ୍କୁ ୮.୧୫ ପ୍ରତିଶତ ସୁଧ ହିସାବରେ ୮,୧୫୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିଥିବ। ଏବେ ଏହି ସୁଧ ହାର ବୃଦ୍ଧି ହେବା ଦ୍ବାରା ୮.୨୫ ପ୍ରତିଶତ କରିଦିଆ ଯାଇଛି। ଯଦି କୌଣସି ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଥିବ ତେବେ ସୁଧ ଟଙ୍କା ଭାବେ ତାଙ୍କ ଆକାଉଣ୍ଟକୁ ୮୨୫୦ ଟଙ୍କା ଆସିବ। ଏହାର ଅର୍ଥ ହେଉଛି ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ୧୦୦ ଟଙ୍କାର ଫାଇଦା ହେବ।

You can also read: ଚୀନ୍‌ ଛାଡ଼ି ଭାରତମୁହାଁ ବିଦେଶୀ ନିବେଶକ, ଟ୍ରେଡିଂ ଭଲ୍ୟୁମ୍‌ରେ ବି ଡ୍ରାଗନ୍‌କୁ ମାତ୍‌ ଦେଇଛି ଭାରତ


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.