ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବିରାଟଙ୍କ ଶତକ, ଜାଡ଼େଜାଙ୍କ ବୋଲିଂ ବଳରେ ଜିତିଲା ଭାରତ, ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ବିଜୟ

କୋଲକାତା, ୦୫/୧୧: ବିଶ୍ୱକପର ଅଷ୍ଟମ ମ୍ୟାଚରେ ଭାରତ କ୍ରମାଗତ ବିଜୟୀ ହୋଇଛି । ଶ୍ରୀଲଙ୍କା ପରେ ସେଭଳି ବଡ଼ ବ୍ୟବଧ୍ୟାନରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଭାରତ । ଇଡେନ୍ ଗାର୍ଡେନରେ ବିଶ୍ୱକପର ୩୭ତମ ମ୍ୟାଚରେ ଭାରତ ୨୪୩ ରନରେ ବିଜୟୀ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫ ୱିକେଟ୍ ହରାଇ ୩୨୬ ରନ୍ କରିଥିଲା ।

୩୨୭ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୮୩ ରନ୍ କରିବାରେ ସମର୍ଥ ହୋଇଥିଲା । କ୍ରମାଗତ ଅଷ୍ଟମ ବିଜୟ ସହ ବିଶ୍ୱକପର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତ । ଦଳ ୧୬ ପଏଣ୍ଟ ପାଇଥିବା ବେଳେ ଦ୍ୱିତୀୟରେ ରହିଥିବା ଦକ୍ଷିଣ ଆଫ୍ରିକା ୮ରୁ ୬ଟି ମ୍ୟାଚ୍ ଜିତି ୧୨ ପଏଣ୍ଟ ପାଇଛି । ଆଜିର ମ୍ୟାଚରେ ବିରାଟଙ୍କ ବ୍ୟାଟିଂ ଓ ଜାଡ଼େଜାଙ୍କ ବିସ୍ଫୋରକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲା ଦକ୍ଷିଣ ଆଫ୍ରିକା ।

ଇଡେନ୍ ଗାର୍ଡେନରେ କୋହଲିଙ୍କ ଐତିହାସିକ ଶତକ, ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ

ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ଅପରାଜିତ ୧୦୧ ରନର ପାଳି ଖେଳିଥିବା ବେଳେ ଶ୍ରେୟସ ଆୟର ୭୭, ରୋହିତ ଶର୍ମା ୪୪ ରନ୍ କରିଥିଲେ । ସେହିଭଳି ଭାରତ ପକ୍ଷରୁ ଜାଡ଼େଜା ୯ ଓଭର୍ ବୋଲିଂ କରି ୩୩ ରନ୍ ଦେଇଥିବା ବେଳେ ନେଇଥିଲେ ସର୍ବାଧିକ ୫ଟି ୱିକେଟ୍ । ମୋହମ୍ମଦ ଶାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମୋହମ୍ମଦ ସିରଜ ଗୋଟିଏ ସଫଳତା ପାଇଛନ୍ତି ।

ଦକ୍ଷିଣ ଆଫ୍ରିକାର କୌଣସି ବି ଖେଳାଳି ଆଜି ବ୍ୟକ୍ତିଗତ ଭାବେ ୧୫ ରନ୍ କରି ପାରି ନଥିଲେ । ଏପରିକି ୭ ଜଣ ଖେଳାଳି ୨ ଅଙ୍କ ରନ୍ କରି ପାରି ନଥିଲେ । ଦଳୀୟ ସ୍କୋର୍ ମାତ୍ର ୬ ହୋଇଥିବା ବେଳେ ୧.୪ ଓଭରରେ ଆଉଟ୍ ହୋଇଥିଲେ କ୍ୱିଣ୍ଟନ ଡେ କକ୍ । ଏହାପରେ ଦକ୍ଷିଣ ଆଫ୍ରିକାର ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ୫୦ ଓଭରର ଖେଳରେ ଦକ୍ଷିଣ ଆଫ୍ରିକା ମାତ୍ର ୨୭ ଓଭରରେ ଅଲଆଉଟ୍ ହୋଇ ଯାଇଛି ।

WHOର ନିର୍ଦ୍ଧାରିତ ସୀମା ଠାରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ୧୦ ଗୁଣ ଅଧିକ

Copyright © 2022 - Summa Real Media Private Limited. All Rights Reserved.