ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସନ୍ତା ୧୭ରେ ‘ଇନ୍‌ସାଟ୍‌-୩ଡିଏସ୍‌’ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ, ପାଣିପାଗ-ବିପର୍ଯ୍ୟୟ ପୂର୍ବାନୁମାନ କରିବ

ବେଙ୍ଗାଲୁରୁ ୦୯/୦୨: ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଓ ବିପର୍ଯ୍ୟୟ ଚେତାବନୀ ଦେବା ପାଇଁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫.୩୦ରେ ଶ୍ରୀହରିକୋଟାରୁ ଏକ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ । ‘ଇନ୍‌ସାଟ୍‌-୩ଡିଏସ୍‌’ ଉପଗ୍ରହକୁ ଜିୟୋସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକଲ୍‌ ଏଫ୍‌-୧୪ (ଜିଏସ୍‌ଏଲ୍‌ଭି ଏଫ୍‌ -୧୪)ରେ ଲଞ୍ଚ୍‌ କରାଯିବ । 

ଗତ ଗୁରୁବାର ସୋସିଆଲ ମିଡିଆ ସାଇଟ୍‌ ‘ଏକ୍ସ’ରେ ଇସ୍ରୋ ଏହି ସୂଚନା  ଦେଇଛି । ଆର୍ଥ ସାଇନ୍ସ ମନ୍ତ୍ରାଳୟ ଏହି ପ୍ରୋଜେକ୍ଟ ପାଇଁ ପାଣ୍ଠି ଯୋଗାଇଛି । ଇସ୍ରୋର ୧୬ତମ ମିଶନ୍‌ରେ ପାଣିପାଗ ପୂର୍ବାନୁମାନ ନିମନ୍ତେ ଇନ୍‌ସାଟ୍‌-୩ଡିଏସ୍‌କୁ ଜିୟୋସିଙ୍କ୍ରୋନସ୍‌ ଟ୍ରାନ୍ସଫର ଅର୍ବିଟ୍‌ (ଜିଟିଓ)ରେ ମୁତୟନ  କରାଯିବ । ପରେ କକ୍ଷ ବଢ଼ାଇବାର ପ୍ରକ୍ରିୟାକୁ ଏହା ସୁନିଶ୍ଚିତ କରିବ । ଉନ୍ନତ ପାଣିପାଗ ଭବିଷ୍ୟବାଣୀ ଓ ବିପର୍ଯ୍ୟୟ ଚେତାବନୀ ନିମନ୍ତେ ଭୂପୃଷ୍ଠ  ଓ ମହାସାଗର ଉପରେ ନଜର ରଖିବା ପାଇଁ ଏହି ସାଟେଲାଇଟ୍‌କୁ  ଡିଜାଇନ୍‌ କରାଯାଇଛି । ବର୍ତ୍ତମାନ ସଂଚାଳିତ ଇନ୍‌ସାଟ୍‌-୩ଡି ଓ ଇନ୍‌ସାଟ୍‌-୩ଡିଆର୍‌ ଉପଗ୍ରହ ସହିତ ପାଣିପାଗ ସେବାକୁ ଏହା ବଢ଼ାଇବ ।  

ଇସ୍ରୋ ଅନୁସାରେ, ମିଶନ୍‌ର ପ୍ରାଥମିକ ଉଦ୍ଦେଶ୍ୟ ପୃଥିବୀ ପୃଷ୍ଠ  ଉପରେ ନଜର ରଖିବା, ପାଣିପାଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ  ବିଷୟରେ ସୂଚନା ଦେବା ଏବଂ ସମୁଦ୍ର ଅବଲୋକନ ସହିତ  ବାୟୁମଣ୍ଡଳର ବିଭିନ୍ନ ପାଣିପାଗ ସମ୍ବନ୍ଧୀୟ ମାନଦଣ୍ଡଗୁଡ଼ିକର ତଥ୍ୟ  ପ୍ରଦାନ କରିବା । ତଥ୍ୟ ସଂଗ୍ରହ ପ୍ଲାଟ୍‌ଫର୍ମରୁ ତଥ୍ୟ ପ୍ରସାର କ୍ଷମତା ଓ  ସାଟେଲାଇଟ୍‌ ସହାୟତାରେ ଉଦ୍ଧାର ସେବା ମଧ୍ୟ ଏହା ପ୍ରଦାନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.