ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜଧାନୀରେ ଚିନ୍ତା ବଢ଼ାଇଲାଣି ବେଆଇନ କଲ୍ୟାଣ ମଣ୍ଡପ: ବର ରୋଷଣୀରେ ଯୋଗୁ ଲାଗୁଛି ଟ୍ରାଫିକ୍ ଜାମ୍, ଅଧିକାଂଶ ମଣ୍ଡପରେ ନାହିଁ ପାର୍କିଂ

ଭୁବନେଶ୍ୱର,୦୯/୦୨: ବାଜା ବାଣ ସାଙ୍ଗକୁ ବରଯାତ୍ରୀଙ୍କ ନାଚ ଚାଲଛି । ପଛରେ ଗାଡ଼ି ପଛକୁ ଗାଡ଼ି ଧାଡ଼ି ହୋଇ ଠିଆ ହୋଇଛନ୍ତି । ନୂଆ ଏୟାରପୋର୍ଟ ୨୦୦ ଫୁଟିଆ ରାସ୍ତାରେ ଏମିତି ଲମ୍ବା ଟ୍ରାଫିକ୍‌ର ଭିଡ଼ ଲାଗିଛି । ରାସ୍ତା ପାଖକୁ ଲାଗି ୩ଟି କଲ୍ୟାଣ ମଣ୍ଡପ ଯୋଗୁଁ ଏଭଳି ଅବସ୍ଥା ଉପୁଜୁଛି ।  

ଚନ୍ଦ୍ରଶେଖରପୁର ସରକାରୀ କଲ୍ୟାଣ ମଣ୍ଡପ ଜୟଦେବ ବିହାର-ନନ୍ଦନକାନନ ରାସ୍ତାକୁ ଲାଗି ଠିଆ ହୋଇଛି । ପାର୍କିିଂ ପାଇଁ ଥିବା ଜାଗାକୁ ହାତଗୁଞ୍ଜା ନେଇ ଟେଣ୍ଟ ବନ୍ଧାହୋଇଛି । ଫଳରେ ରାସ୍ତାରେ ଗାଡି ପାର୍କିଂ ହେଉଛି । ବାହାଘର ଥିଲେ ତ କଥା ସରିଲା । ଭିଡ଼ ପଟିଆ ଯାଏଁ ଲମ୍ବୁଛି । ପ୍ରଶାସନ ସବୁ ଜାଣିଶୁଣି ଅନ୍ଧ ପାଲଟିଯାଇଛି । ପୁରା ଭୁବନେଶ୍ୱର ସାରା ଛତୁ ଫୁଟିଲା ଭଳି ବେଆଇନ କଲ୍ୟାଣ ମଣ୍ଡପ ଏମିତି ଚିନ୍ତା ବଢାଇଲାଣି । 

ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୩୨ଟି ବେଆଇନ କଲ୍ୟାଣ ମଣ୍ଡପ ଚିହ୍ନଟ ହୋଇଥିଲା । ଏହି ସବୁ କଲ୍ୟାଣ ମଣ୍ଡପ ସିଲ କରିବାକୁ ମୁଖ୍ୟାଳୟରୁ ନୋଟିସ ଜାରି ହୋଇଥିଲା । ଦୁଇ ବର୍ଷରେ ମାତ୍ର ୩ଟି ସିଲ୍‌ ହେଲା । ବାକି କଲ୍ୟାଣ ମଣ୍ଡପକୁ ବିଏମ୍‌ସି କାହିଁକି ସିଲ୍‌ କଲାନି । ଏହି ସବୁ କଲ୍ୟାଣ ମଣ୍ଡପ ପଛରେ କାହାର ହାତ ରହିଛି । ତାକୁ ନେଇ ପ୍ରଶ୍ନ ଉଠିଥିଲାବେଳେ ମାସିକିଆ ବଟି ନେଇ ବିଏମସି କର୍ତ୍ତୃପକ୍ଷ ଚୁପ୍‌ ବସି ପଡ଼ିଲେ ବୋଲି ଅଭିଯୋଗ ହେଉଛି ।   

ଉତ୍ତର-ଜୋନ୍‌ରେ ମଧ୍ୟ ସମାନ ଅବସ୍ଥା । ପଟିଆ, ଚନ୍ଦ୍ରଶେଖରପୁର, ଡମଣାରେ ଏକାଧିକ କଲ୍ୟାଣ ମଣ୍ଡପ ରହିଛି । ବାହାଘର ବେଳେ ରାସ୍ତାରେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ୍‌ ହେଉଛି । ଟ୍ରାଫିକ୍‌ ପୁଲିସ ଆପ୍ରୁଭାଲ ଦେଉଛି କେମିତି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

ବଡଗଡ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା । ରାସ୍ତାକୁ ମାଡି ବସିଛନ୍ତି କଲ୍ୟାଣ ମଣ୍ଡପ । ବରଯାତ୍ରୀ ରୋଷଣୀ ଯୋଗୁଁ ସେଠି ବି ଭିଡ । ଖବର ନେବାରୁ ଜଣାପଡିଲା କଲ୍ୟାଣ ମଣ୍ଡପ ପାଇଁ ବିଲ୍ଡିଂ ଆପ୍ରୁଭାଲ ନାହିଁ, ବିଏମ୍‌ସି ଟ୍ରେଡ୍‌ ଲାଇସେନ୍ସ ବି ନାହିଁ । ମାତ୍ର ବେଧଡକ ଏସବୁ କଲ୍ୟାଣ ମଣ୍ଡପ ବାହାଘର ସିଜିନରେ ମୁନାଫା କମଉଛନ୍ତି ।

ବିଏମ୍‌ସି ଅଞ୍ଚଳରେ କଲ୍ୟାଣ ମଣ୍ଡପ ଖୋଲିବାକୁ ହେଲେ ବିଲ୍ଡିଂ ଆପ୍ରୁଭାଲ ଜରୁରୀ । ଗାଡ଼ି ପାର୍କିଂଠୁ ଆରମ୍ଭ କରି ସବୁ ଦିଗକୁ ବିଚାର ପରେ ସାର୍ଟିଫିକେଟ ମିଳିଥାଏ । କିନ୍ତୁ ଏକାଧିକ ମାଲିକ ବିନା ଆପ୍ରୁଭାଲରେ କଲ୍ୟାଣ ମଣ୍ଡପ ନିର୍ମାଣ କରୁଛନ୍ତି । ରାସ୍ତାରେ ଗାଡ଼ି ପାର୍କିଂ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । 

ବିଏମ୍‌ସି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି । ବିନା ଟ୍ରେଡ୍‌ ଲାଇସେନ୍ସରେ ଚାଲିଛି ଏମିତି ମାଳମାଳ କଲ୍ୟାଣ ମଣ୍ଡପ । ଏସବୁ କଲ୍ୟାଣ ମଣ୍ଡପ ପ୍ରତି ବିଏମ୍‌ସିର ଅନୁକମ୍ପା ଅଜାଡ଼ି ହୋଇପଡ଼ୁଛି । ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏହି ସବୁ କଲ୍ୟାଣ ମଣ୍ଡପ ପିଛା ମାସିକିଆ ବଟି ଆଦାୟ ହେଉଛି । ୱାର୍ଡ ଅଫିସରରୁ ଜୋନ୍‌ ଅଫିସ ଭାୟା ଦେଇ ମୁଖ୍ୟାଳୟରେ ପହଞ୍ଚୁଛି । ତେଣୁ ଅଧିକାରୀଙ୍କ ଆଶୀର୍ବାଦ ଯୋଗୁଁ ଏହି ସବୁ ମଣ୍ଡପ ଉପରେ ଚଢ଼ଉ ହେଉନି । ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ବେଆଇନ କଲ୍ୟାଣ ମଣ୍ଡପ ଚିହ୍ନଟ କରାଯିବ । ଏନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.