ନୂଆଦିଲ୍ଲୀ,୮।୯: ଇଣ୍ଡିଆ ବନାମ ଭାରତ ଡିବେଟ୍ରେ ଏବେ ନ୍ୟାସନାଲ କନଫ୍ରେନ୍ସର ନେତା ଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଯଦି ବିଜେପିରେ କିମ୍ବା ପ୍ରଧାନମନ୍ତ୍ରୀଙ୍କ ଭିତରେ ସାହାସ ରହିଛି ତେବେ ଏହି ଦେଶର ନାଁ ବଦଳାଇ ଦେଖାନ୍ତୁ। ସମ୍ବିଧାନରେ ସଂଶୋଧନ ଆଣିବା ଏତେ ସହଜ ନୁହେଁ, ମୁଁ ଦେଖିୁଛି ଏବେ ତାଙ୍କ ସହ କିଏ ଆସୁଛି।’
ଉମର କହିଛନ୍ତି, କ’ଣ ତାଙ୍କ ପାଖରେ ସଂସଦରେ ଦୁଇ ଦୃତୀୟାଶଂ ସଂଖ୍ୟା ଗରିଷ୍ଠତା ରହିଛି? ଯଦି ଅଛି ତେବେ ନାଁ ବଦଳାଇକି ଦେଖାନ୍ତୁ। ଦେଶର ନାଁ ବଦଳାଇବା କୌଣସି ସାଧାରଣ କଥା ନୁହେଁ। ଯଦି ତାଙ୍କ ଭିତରେ ଏତେ ସାହାସ ଅଛି ତେବେ ଆଣନ୍ତୁ, ଆମେ ବି ଦେଖୁ ତାଙ୍କର ସାହାଯ୍ୟ କିଏ କରୁଛି। ସମ୍ବିଧାନ ଯଦି ପଢିବା ତେବେ ସେଥିରେ ପୂର୍ବରୁ ଲେଖା ଅଛି ‘ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ, ଯାହାକି ରାଜ୍ୟ ଗୁଡିକର ସଂଘ।’
ଜି-୨୦ ସମ୍ମିଳନୀ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ୍ ଅଫ ଭାରତ’ ଲେଖାକୁ ନେଇ ବିବାଦ ଚାଲିଛି। ସଂସଦର ଆଗାମୀ ସ୍ବତନ୍ତ୍ର ଅଧିବେଶନରେ ସରକାର ‘ଇଣ୍ଡିଆ’ ନାମ ବଦଳାଇ ‘ଭାରତ’ କରିବାପାଇଁ ପ୍ରସ୍ତାବ ଆଣିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ଲୋକଙ୍କୁ ଅପିଲ କହିଥିଲେ, ଇଣ୍ଡିଆ ସ୍ଥାନରେ ଭାରତ ଶବ୍ଦର ବ୍ୟବହାର କରିବା ଦରକାର। ଇଣ୍ଡିଆ ବନାମ ଭାରତ ବିବାଦ ବିରୋଧୀ ଦଳମାନେ ଲଗାତାର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।