ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ନିରାଶ କଲା ଟିମ୍‌ ଇଣ୍ଡିଆ; ଷଷ୍ଠ ଥର ବିଶ୍ଵକପ୍‌ ହାତେଇଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ,୧୯/୧୧: ପ୍ରତିକ୍ଷାର ଅନ୍ତ ବିଫଳ। ସ୍ବପ୍ନ ଧୁଳିସାତ୍। ସମସ୍ତ ମ୍ୟାଚ୍‌ ଜିତିବା ପରେ ଫାଇନାଲ୍‌ରେ ପରାଜୟ ଭୋଗିଛି ଟିମ୍‌ ଇଣ୍ଡିଆ ଏବଂ ଷଷ୍ଠଥର ପାଇଁ ବିଶ୍ବକପ୍‌ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ୨୦୦୩ ପରାଜୟର ପ୍ରତିଶୋଧ ନେବାରେ ବିଫଳ ହୋଇଛି ରୋହିତ ବାହିନୀ। ତମାମ୍‌ ମ୍ୟାଚ୍‌ ଗୁଡ଼ିକରେ ଅପରାଜୟ ସହ ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ବିଶ୍ଵର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ନିର୍ଣ୍ଣାୟକ ମୁକାବିଲାରେ ବାଜି ମାରିନେଲା ଅଷ୍ଟ୍ରେଲିଆ। ପ୍ରଥମେ ବୋଲିଂ ପରେ ବ୍ୟାଟିଂରେ ଟ୍ରେଭିସ୍ ହେଡଙ୍କ ଆକର୍ଷଣୀୟ ଶତକୀୟ ପାଳି ଓ ଲାବୁସେନଙ୍କ ଅର୍ଦ୍ଧଶତକ ବଳରେ ଭାରତକୁ ୭ ଓ୍ଵିକେଟ୍‌ରେ ହରାଇଛି କଙ୍ଗାରୁ ଦଳ।

ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ଯାହା କହିଥିଲେ, ତାହା ହିଁ କରି ଦେଖାଇଛନ୍ତି। ସେ ଶନିବାର କହିଥିଲେ ଆମେ ଦର୍ଶକଙ୍କୁ ଚୁପ୍ କରାଇଦେବୁ। ଆଉ ଅଷ୍ଟ୍ରେଲିଆ ଦଳ ତାହା ହିଁ କରି କି ଦେଖାଇଛି। ଏପରିକି ୨୦୧୧ରୁ ଆୟୋଜକ ଚାମ୍ପିଅନ ହୋଇ ଆସୁଥିବା ପରମ୍ପରାକୁ ଭାଙ୍ଗି ପାରିଛି ଅଷ୍ଟ୍ରେଲିଆ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ ବିଶ୍ଵକପରେ ଚାମ୍ପିଅନ ହୋଇଥିଲା। ଏହା ପୂର୍ବରୁ ଚଳିତ ବର୍ଷ ଜୁନରେ ଖେଳାଯାଇଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଅଷ୍ଟ୍ରେଲିଆ ଭାରତକୁ ହରାଇଥିଲା। ଆଉ ଆଜି ପୁଣି ଥରେ ବିଶ୍ଵକପ୍ ଫାଇନାଲ୍‌ରେ ମାତ୍ ଦେଇଛି କଙ୍ଗାରୁ ଦଳ।  

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବହୁ କଷ୍ଟରେ ୨୪୦ ରନ୍ କରିଥିଲା। କେଏଲ ରାହୁଲ ୬୬ ରନ କରିଥିବା ବେଳେ ବିରାଟ କୋହଲି ୫୪ ରନ ଓ ରୋହିତ ଶର୍ମା ୪୭ ରନ କରିଥିଲେ। ଜବାବରେ ଟ୍ରେଭିସ୍ ହେଡ୍‌ଙ୍କ ୧୦୫ ରନ ଓ ଲାବୁସେନଙ୍କ ୫୪ ରନ ବଳରେ ୪୦ ଓଭରରେ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଭାରତୀୟ ବୋଲର ନିରାଶ କରିଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଜୋସ୍  ହେଜେଲଉଡ  ପାଟ୍ କମିନ୍ସ ମାପଚୁପ ବୋଲିଂ ୨ଟି ଲେଖାଏ ଓ୍ଵିକେଟ୍ ନେଇଥିଲେ। 

୨୪୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆକୁ ଆରମ୍ଭରୁ ଝଟକା ଲାଗିଥିଲା। ୧୬ ରନ ସ୍କୋରରେ ଡେଭିଡ୍ ଓ୍ଵାର୍ଣ୍ଣର(୭)ଙ୍କୁ ମହମ୍ମଦ ଶାମି ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୪୧ ରନ ସ୍କୋରରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ମିଚେଲ୍ ମାର୍ଶ(୧୫)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ପୁଣି ଷ୍ଟିଭେନ ସ୍ମିଥ୍(୪) ଆଉଟ୍ ହେବା ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଥିଲା। ଦଳ ୪୭ ରନରେ ୩ ଓ୍ଵିକେଟ୍ ହରାଇବାରୁ ଲାଗୁଥିଲା ଭାରତ ମ୍ୟାଚ୍‌ରେ ଅଗ୍ରଣୀ ହାସଲ କରିବ। କିନ୍ତୁ ଟ୍ରେଭିସ୍  ହେଡ୍ ଓ ମାର୍ନସ ଲାବୁସେନଙ୍କ ଐତିହାସିକ ଇନିଂସ ଅଷ୍ଟ୍ରେଲିଆକୁ ଷଷ୍ଠଥର ବିଶ୍ବ ବିଜୟୀ କରିଛି। ଶେଷରେ ୪୩ ଓଭରରେ ୪ ଓ୍ଵିକେଟ୍ ହରାଇ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି। ଟ୍ରେଭିସ୍ ୧୨୦ ବଲ୍‌ରୁ ୧୫ ଚୌକା ୪ ଛକା ସହ ୧୩୫ ରନ୍‌ କରିଥିବା ବେଳେ ଲାବୁସେନ୍‌ ୧୧୦ ବଲ୍‌ରେ ୪ ଚୌକା ସହିତ ୫୮ ରନ୍‌ କରିଥିଲେ। 

  • India Vs Australia
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.