ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିଲା ସଂସଦ ଉପରେ ହମଲାର ଧମକ ,ଭାରତ ସରକାର ଦେଲେ ଦୃଢ଼ ଜବାବ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଭାରତ ଉପରେ ବିଷ ଓଗାଳିଛି। ଗତ କିଛି ଦିନରୁ ଭାରତ ବିରୋଧୀ କଥା କହିବାରେ ଲାଗିଛି। ୧୩ ଡିସେମ୍ୱରରେ ଭାରତୀୟ ସଂସଦରେ ହମଲା ନେଇ ମଧ୍ୟ ସେ ଧମକ ଦେଇଛି। ସେପଟେ ଆତଙ୍କୀ ପନ୍ନୁର ଏହି ଧମକର ପ୍ରତି ଜବାବ ଦେଇଛି ଭାରତ।  ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ୍‌ ବାଗଚୀ ଗୁରୁବାର କହିଛନ୍ତି କି, କାନାଡୀୟ ଓ ଆମେରିକାର ଅଧିକାରୀଙ୍କୁ ଏହି ମାମଲାରେ ଅବଗତ କରାଯାଇଛି। ପାକିସ୍ତାନ ସ୍ଥିତ ଆତଙ୍କବାଦୀଙ୍କ ହତ୍ୟା ଉପରେ ବାଗଚୀ କହିଛନ୍ତି , ଭାରତ ଚାହେଁ କି, ଯେଉଁ ଲୋକ ଏଠାରେ ଚାହିଁବେ ଆମର ଆଇନ ବ୍ୟବସ୍ଥାର ସାମନା କରି ପାରିବେ। 

ସେ କହିଛନ୍ତି , ଯେଉଁ ଲୋକ ଭାରତରେ ଅପରାଧିକ ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନ୍ୟାୟର ସମ୍ମୁଖୀନ କରିବାକୁ ଚାହିଁବେ, ଆମେ ଚାହିଁବୁ କି ସେ ଭାରତ ଆସନ୍ତୁ ଏବଂ ଆମର ଆଇନଗତ ପ୍ରଣାଳୀର ସାମନା କରନ୍ତୁ ,କିନ୍ତୁ ମୁଁ ପାକିସ୍ତାନରେ ହେଉଥିବା ବିକାଶ ଉପରେ କୌଣସି ଟିପ୍ପଣୀ ଦେଇ ପାରିବି ନାହିଁ। ପନ୍ନୁ ନିକଟରେ କଥିତ ଭାବେ ଭାରତର ସଂସଦ ଉପରେ ଆକ୍ରମଣ କରିବାର ଧମକ ଦେଇଛି । ଏହା ଉପରେ ବାଗଚୀ କହିଛନ୍ତି କି ସରକାର ଏହି ବିପଦକୁ ଗୁରୁତର ସହ ନେଇଛନ୍ତି।

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି , ଆମେ ଉକ୍ତ ଧମକକୁ ଗୁରୁତର ସହ ନେଇଛୁ। ହେଲେ ଆମେ ଏମିତି ଲୋକଙ୍କୁ ଅଧିକ ଆମ୍ପ୍ଲିଫାଇ କରିବାକୁ ଚାହିଁ ନାହୁଁ , ଯିଏ ଧମକ ଦେଇଥାନ୍ତି ଏବଂ ଖୁବ୍‌ ଅଧିକ କଭରେଜ୍‌ ପ୍ରାପ୍ତ କରିଥାନ୍ତି। ଆମେ ଏହି ମାମଲାକୁ ନେଇ ଆମେରିକା ଓ କାନାଡୀୟ ଅଧିକାରୀଙ୍କ ସହ ଆଲୋଚନା କରିଛୁ। 

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ନିକଟରେ ଏକ ଭିଡ଼ିଓ ଜାରି କରିଥିଲା, ଯେଉଁଥିରେ ତାକୁ ୧୩ ଡିସେମ୍ୱରରେ ସଂସଦ ଉପରେ ଆକ୍ରମଣ କରିବାର ଧମକ ଦେବାକୁ ଶୁଣିବାକୁ ମିଳୁଛି। ସେ କହିଥିଲା ଭାରତୀୟ ଏଜେନ୍ସି ଦ୍ୱାରା ରଚା ଯାଇଥିବା ଷଡ଼ଯନ୍ତ୍ର ଏହାକୁ ଧରିବାରେ ବିଫଳ ହୋଇଛି। ସେ ଡିସେମ୍ୱରରେ  ହମଲା କରି ଜବାବ ଦେବ । 

କହି ରଖୁଛୁ କି ୧୩ ଡିସେମ୍ୱର ୨୦୦୧ରେ ଭାରତୀୟ ସଂସଦ ଉପରେ ହମଲା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.