ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପର୍ଯ୍ୟଟନ ଠାରୁ ମହିଳା ବିକାଶ, ରେଳ ରୂପାନ୍ତରୀକରଣଠୁ ସଶକ୍ତ ପ୍ରତିରକ୍ଷା… ଅନ୍ତରୀଣ ବଜେଟ୍‌ରେ କ’ଣ ଘୋଷଣା କଲେ ସରକାର ?

Image Courtesy: Social Media

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଏହା ଶେଷ ବଜେଟ୍‌ । ଏହି ବଜେଟକୁ ନେଇ ଚର୍ଚ୍ଚା ଲାଗିରହିଛି । ଲୋକସଭା ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍‌ରେ କେଉଁ କ୍ଷେତ୍ର ଲାଗି କ’ଣ ଘୋଷଣା ହୋଇଛି ତା ଉପରେ ଆଲୋଚନା ଚାଲିଛି । ସେପଟେ ବଜେଟ୍‌ ଅଧିବେଶନରେ ସବୁଠାରୁ କମ୍‌ ସମୟ ଭାଷଣ ଦେଇଛନ୍ତି ନିର୍ମଳା ସୀତାରମଣ । ମୋଦୀ ସରକାରଙ୍କ ଏହି ଅନ୍ତରୀଣ ବଜେଟ୍‌କୁ ନେଇ ଦେଶରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି 

 ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ର 

ଅନ୍ତରୀଣ ବଜେଟ୍‌ ୨୦୨୪ ରେ ଦେଶର ପ୍ରତିରକ୍ଷା ବଜେଟ୍‌କୁ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ବଜେଟ୍‌ ୪ ପ୍ରତିଶତ ବୃଦ୍ଧି ପାଇଛି।  ୫.୯୪ ଲକ୍ଷ କୋଟିରୁ ପ୍ରତିରକ୍ଷା ବଜେଟ୍‌ ୬.୨ ଲକ୍ଷ କୋଟିକୁ ବଢ଼ାଇଛନ୍ତି ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମେ ନୂଆ ଡିପ୍‌ ଟେକ୍ ଟେକ୍ନୋଲୋଜି ଆଣିବୁ। ଡିପ-ଟେକ୍ ଟେକ୍ନୋଲୋଜି ଅର୍ଥ ବାୟୋଟେକ୍, କ୍ବାଣ୍ଟମ କମ୍ପ୍ୟୁଟିଂ, ଏଆଇ ରୋବୋଟିକ୍ସ, ଆଡଭାନ୍ସ ମ୍ୟାଟେରିଆଲ, ଗ୍ରୀନ୍ ଏନର୍ଜୀ, ଆଡଭାନ୍ସ କମ୍ପ୍ୟୁଟିଂ, ଏରୋସ୍ପେସ୍ ଭଳି ଉଦ୍ୟୋଗ। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏ‌ବେ ଘରୋଇ କମ୍ପାନୀକୁ ମଧ୍ୟ ଅଧିକ ସୁଯୋଗ ମିଳିବ। ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।  ଗ୍ଲୋବାଲ ଫାୟାରପାଓ୍ବାର ମିଲିଟାରୀ ରାଙ୍କିଙ୍ଗ ୨୦୨୪ ରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଅର୍ଥାତ ଦୁନିଆର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ମିଲିଟାରୀ ଭାରତ ପାଖରେ ରହିଛି । 

ପର୍ଯ୍ୟଟନ

ଅନ୍ତରୀଣ ବଜେଟରେ ଦେଶର ପର୍ଯ୍ୟଟନକୁ ଗୁରୁତ୍ବ ଦେଇଛନ୍ତି ସରକାର । ବିଶେଷ କରି ଲାକ୍ଷାଦ୍ବୀପ ପର୍ଯ୍ୟଟନ ଲାଗି ବଡ଼ ଘୋଷଣା ହୋଇଛି । ମାଳଦ୍ବୀପ ସହ ବିବାଦ ମଧ୍ୟରେ ଲାକ୍ଷାଦ୍ବୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବାକୁ ସରକାର ସବୁ ଜୋର ଖଟାଇ ଦେଇଛନ୍ତି । ଏଠାରେ ଭିତ୍ତିଭୂମି ସୁଦୃଢ଼ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ମାଳଦ୍ବୀପ ପ୍ରତି ଭାରତୀୟ ପର୍ଯ୍ୟଟକ ବୁମୁଖ ହେଉଥିବା ବେଳେ ଲାକ୍ଷାଦ୍ବୀପକୁ ନିଜର ବିକଳ୍ପ ରୂପେ ବାଛୁଛନ୍ତି ବୋଲି ସୀତାରମଣ କହିଛନ୍ତି । ଏହା ବ୍ୟତୀତ ପର୍ଯ୍ୟଟନର ବିକାଶ ଲାଗି ଗତ ବଜେଟ୍‌ ଘୋଷଣା ହୋଇଥିବା ଅର୍ଥରାଶିଠାରୁ ୨ ଗୁଣ ଅଧିକ ଘୋଷଣା ହୋଇଛି । ୨୦୨୩-୨୪ରେ ଭାରତର ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ବିଜ୍ଞାପନ ଲାଗି ୨୪୦୦ କୋଟି ଟଙ୍କା ଘୋଷଣା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ରାଶି ୧୯୯୨ କୋଟିରେ ରଖାଯାଇଥିଲା । କିନ୍ତୁ ୨୦୨୪-୨୫ ବଜେଟ୍‌ରେ ଏଥିଲାଗି ୨୪୪୯.୬୨ କୋଟି ଟଙ୍କା ରଖାଯାଇଥିବା କହିଛନ୍ତି ସୀତାରମଣ ।

 ଟ୍ୟାକ୍ସ ସ୍ଲାବ୍‌ ଅପରିବର୍ତ୍ତିତ

ମଧ୍ୟବିତ୍ତ ପରିବାରର ଲୋକଙ୍କୁ ସବୁବେଳେ ବଜେଟ୍‌ରେ ଉପରେ କିଛି ନା କିଛି ଆଶା ଥାଏ। ଇନକମ୍ ଟ୍ୟାକ୍ସରେ ହ୍ରାସ କିମ୍ବା ବୃଦ୍ଧି ନେଇ ଜାଣିବାର ଏକ ଆଗ୍ରହ ଥାଏ। ତେବେ ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନଥିବା ନେଇ ଘୋଷଣା କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗତ କାମଚଳା ବଜେଟ୍ ଅର୍ଥାତ ୨୦୧୯ ଭଳି ଲୋକଙ୍କୁ ଆୟକରରୁ କିଛ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଥିଲା । ହେଲେ ଏଥର ଦେଶବାସୀଙ୍କୁ ନିରାଶ ହେବାକୁ ପଡ଼ିଛି । 

ଟ୍ୟାକ୍ସ ସ୍ଲାବ୍‌:

୦ ରୁ ତିନି ଲକ୍ଷ ପର୍ଯ୍ୟନ୍ତ ଉପରେ ୦%

୩ ରୁ ୬ ଲକ୍ଷରେ ୫ %

୬ ରୁ ୯ ଲକ୍ଷରେ ୧୦%

୯ ରୁ ୧୨ ଲକ୍ଷରେ ୧୫%

୧୨ରୁ୧୫ ଲକ୍ଷରେ ୨୦%

୧୫ ରୁ ଅଧିକ ଲକ୍ଷ ଉପରେ ୩୦%

 କୃଷି
ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ୍ ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଅନ୍ତରୀଣ ବଜେଟରେ ହୋଇଛି ଅନେକ ଘୋଷଣା । ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ଅନେକ ଘୋଷଣା ହୋଇଛି । ବଜେଟ୍ ଆଗତ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତ ହେଉଛି ବିଶ୍ୱର ସବୁଠୁ ଅଧିକ କ୍ଷୀର ଉତ୍ପାଦନ କରୁଥିବା ଦେଶ । କିନ୍ତୁ ଦୁଗ୍ଧ ଦେଉଥିବା ପଶୁଙ୍କ ତୁଳନାରେ କ୍ଷୀର ଉତ୍ପାଦନ କମ୍ । କ୍ଷୀରରୁ ଡାଏରୀ ଭିତ୍ତିକ ସାମଗ୍ରୀ ପାଇଁ କୃଷକଙ୍କୁ ସହାୟତା ଲାଗି ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମ ସରକାର ହିଁ ମତ୍ସ୍ୟଜୀବୀଙ୍କୁ ସହାୟତାର ମହତ୍ତ୍ୱ ବୁଝି ମତ୍ସ୍ୟପାଳନ ବିଭାଗ ସ୍ଥାପନ କରିଥିଲେ । ଯାହା ପରେ ଚାଷଜମି ଓ ଜଳ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଛି । ୨୦୧୩-୧୪ ଆର୍ଥିକ ବର୍ଷରୁ ସି-ଫୁଡ୍ ରପ୍ତାନୀ ଦ୍ୱିଗୁଣ ହୋଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା କାର୍ଯ୍ୟାନ୍ୱୟନକୁ ଗୁରୁତ୍ୱ ଦିଆଯିବ । ଅର୍ଥମନ୍ତ୍ରୀ ନିର୍ମଳା ବଜେଟ୍ ଆଗତ ବେଳେ କହିଛନ୍ତି, ନାନୋ ୟୁରିଆକୁ ସଫଳତାପୂର୍ବକ ଆପଣାଇବା ପରେ ସମସ୍ତ କୃଷି-ଜଳବାୟୁ କ୍ଷେତ୍ରରେ ବିଭିନ୍ନ ଫସଲ ଉପରେ ନାନା ଡିଏପିର ପ୍ରୟୋଗ କରାଯିବ । ୧୧.୮ କୋଟି କୃଷକଙ୍କୁ ସରକାରୀ ସହାୟତା ମିଳୁଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍ ମାଧ୍ୟମରେ କୃଷକଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଡିପୋଜିଟ୍ କରାଯାଉଛି । ପିଏମ୍ ଫସଲ ଯୋଜନାର ଲାଭ ଦେଶର ୪ କୋଟି ଚାଷୀ ଭାଇଙ୍କୁ ମିଳୁଛି ।

ପିଏମ ଆବାସ ଯୋଜନା

ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତ ପରିବାରଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଘୋଷଣା କରିଛନ୍ତି ।  ସରକାର ମଧ୍ୟବିତ୍ତଙ୍କ ପାଇଁ ବିଶେଷ ଆବାସ ଯୋଜନା ନେଇ ଆସିବେ। ଅର୍ଥମନ୍ତ୍ରୀ କହିଛନ୍ତି, କୋଡିଭ ମହାମାରୀ ପରେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅନୁସାରେ, ୩ କୋଟି ଘର ମିଳିସାରିଛି। ସେହିଭଳି ଆଗାମୀ ଦୁଇ ବର୍ଷରେ ଦୁଇ କୋଟି ନୂଆ ଘର ମଧ୍ୟ ଦିଆଯିବ। ଅର୍ଥମନ୍ତ୍ରୀ ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍‌ ଆଗତ କରି କହିଛନ୍ତି, ୧ କୋଟି ଲୋକଙ୍କ ଘରେ ସୂର୍ଯ୍ୟଦୋୟ ଯୋଜନା ଅନୁସାରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଉପଲବ୍ଧ କରାଯିବ। ଏହାବ୍ୟତୀ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁସାରେ, ମୋଟ ୨୨.୫ ଲକ୍ଷ କୋଟି ଟଙ୍କାର ଲୋନ୍ ଦେଇଛନ୍ତି ।  ଗତ ୧୦ ବର୍ଷରେ ମହିଳାଙ୍କୁ ୩୦ କୋଟି ମୁଦ୍ରା ଲୋନ୍ ଦିଆଯାଇଛି। 

‘ଲକ୍ଷପତି ଦିଦି’ ଯୋଜନା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ୩ କୋଟି ମହିଳା ସରକାରଙ୍କ ‘ଲକ୍ଷପତି ଦିଦି ଯୋଜନା’ର ଲାଭ ପାଇବେ। ଏଥିପାଇଁ ସରକାର ବଜେଟରେ ଆବଣ୍ଟନ ମଧ୍ୟ ବୃଦ୍ଧି କରିବେ। ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଅଭିଭାଷଣରେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧କୋଟି ମହିଳା ‘ଲକ୍ଷ୍ମୀ ଦିଦି ଯୋଜନା’ର ଲାଭ ପାଇଛନ୍ତି। ପ୍ରାରମ୍ଭରେ ଏହି ଲକ୍ଷ୍ୟ ୨ କୋଟି ମହିଳାଙ୍କ ନିକଟରେ ପହଞ୍ଚିବାକୁ ସ୍ଥିର ହୋଇଥିଲା। ଯାହାକୁ ବର୍ତ୍ତମାନ ୩ କୋଟି ବୃଦ୍ଧି କରାଯାଇଛି। ଯେଉଁ ପରିବାର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା, ସେମାନଙ୍କୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି। ଏହି ଯୋଜନା ଅଧୀନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ଅନେକ ପ୍ରକାରର ଦକ୍ଷତା ତାଲିମ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଯାହା ସେମାନଙ୍କୁ ଲକ୍ଷପତି କରିବାରେ ସାହାଯ୍ୟ କରିବ। ଏହି ଯୋଜନା ଅଧୀନରେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏଲଇଡି ବଲ୍‌, ପ୍ଲମ୍ବିଂ, ଡ୍ରୋନ ମରାମତି ଇତ୍ୟାଦି ବୈଷୟିକ କାର୍ଯ୍ୟ ଶିଖାଇ ଆତ୍ମନିର୍ଭରଶୀଳ କରାଯିବ।

 ରେଳ ପାଇଁ କ’ଣ ?

ଦେଶରେ ୪୦ ହଜାର ରେଳ ଡବା (ବଗି) ବନ୍ଦେ ଭାରତ ସ୍ତରକୁ ରୂପାନ୍ତରିତ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏହି ଘୋଷଣା କରିଛନ୍ତି । ଏଥିସହ ରେଲୱେ ଭିତ୍ତିଭୂମକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।  ଫ୍ରେଟ୍ କରିଡର୍ ଅର୍ଥାତ୍ ମାଲ ପରିବହନ ପାଇଁ ହୋଇଥିବା ରେଲୱେ କରିଡର ବ୍ୟତୀତ ଆଉ ୩ ପ୍ରକାରର ରେଲୱେ କରିଡର୍ ନିର୍ମାଣ କରାଯିବ । 

ଉର୍ଜା  ସିମେଣ୍ଟ କରିଡର୍ଏହାର ବ୍ୟବହାର ସିମେଣ୍ଟ ଓ କୋଇଲା ପରିବହନ ଲାଗି ପୃଥକ ଭାବେ କରାଯିବ ।

ବନ୍ଦର ଯୋଗାଯୋଗ କରିଡର୍: ଏହି କରିଡର୍ ଦେଶର ପ୍ରମୁଖକୁ ସଂଯୋଗ କରିବ ।

ହାଇ ଟ୍ରାଫିକ୍ ଡେନସିଟି କରିଡର୍ଅଧିକ ଟ୍ରେନ୍ ଯାତାୟତ କରୁଥିବା ମାର୍ଗ ଲାଗି ସ୍ୱତନ୍ତ୍ର କରିଡର୍ ପ୍ରସ୍ତୁତ ହେବ ।

 

  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.