ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସର୍ବଭାରତୀୟ ରେଲୱେ ଫେଡେରେସନ ଉପ ସଭାପତିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର ସଦର ୪/୨  ପୂର୍ବ ତଟ ରେଳପଥ ଶ୍ରମିକ ୟୁନିୟନ ତଥା ସର୍ବ ଭାରତୀୟ ରେଲୱେ ଫେଡେରେସନର ଉପ ସଭାପତି ପି.କେ. ପାଟଶାଣୀ ରବିବାର କେନ୍ଦୁଝର ଗସ୍ତ କରିଛନ୍ତି।  କେନ୍ଦୁଝର ଗଡ଼ ରେଳ ଷ୍ଟେସନରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କେନ୍ଦୁଝର ଗଡ଼ ଜୁରିଡିକିସନରେ କାର୍ଯ୍ୟରତ ରେଳ କର୍ମଚାରୀ ମାନେ ଯୋଗ ଦେଇଥିଲେ।  

କେନ୍ଦୁଝର ରେଲୱେ ହସ୍ପିଟାଲ ରେ ସ୍ଥାୟୀ ଡାକ୍ତର ନିଯୁକ୍ତି, କେନ୍ଦୁଝରଗଡ଼ର ରେଳ ଚାଳକ ଦ୍ୱାରା ବୁଢ଼ାପଙ୍କ ଓ ତାଳଚେର ପ୍ରଯ୍ୟନ୍ତ ରେଳ  ଚାଳନା ଓ ନିର୍ଧାରିତ ସମୟରେ ରିଲିଫ ନ କରି ୧୬ରୁ ୧୮ଘଣ୍ଟା ଡ୍ୟୁଟି ନ କରାଇ କାମାକ୍ଷାନଗର ରେ ରନିଙ୍ଗ ରୁମ ସ୍ଥାପନ କରିବା, ପୁରାତନ  ପେନସନ ଲାଗୁ କରିବା, ଟ୍ରାକ ମେଣ୍ଟେନରନ୍କ ଗ୍ରେଡ ପେ ବୃଦ୍ଧି, ଟିପି ମାନଙ୍କ ରିଷ୍ଟକଚରିଙ୍ଗ ଅପରେଟିଙ୍ଗ ଓ ଇଲେକ୍ଟ୍ରିକାଲ ଅପରେଟିଙ୍ଗ କର୍ମଚାରୀଙ୍କ ରିକ୍ସ ଆଲାଆଉନସ ପ୍ରଦାନ, ଡିପି ପୂର୍ଣ୍ଣ କରିଥିବା ସିନିୟର ଆସିଷ୍ଟାଣ୍ଡ ମାନଙ୍କୁ ତୁରନ୍ତ ଲୋକ ପାଇଲଟ ପଦବୀକୁ ପ୍ରମୋସନ ଦେବା, ରନିଂ ଷ୍ଟାଫଙ୍କ ଡ୍ୟୁଟି ୯ଘଣ୍ଟାରେ ସୀମିତ କରିବା, ଷ୍ଟେସନ ମାଷ୍ଟର ଓ ଲୋକ ପାଇଲଟଙ୍କ ବେସିକ ୪୬୦୦କରିବ ସହିତ ନୂଆ ରେଳ ଲାଇନ ରେ ଅଧିକ ନୂଆ ଷ୍ଟାପ ନିଯୁକ୍ତି କରିବାକୁ ଦାବି କରାଯାଇଥିଲା।

ଏ ସମସ୍ତ ଦାବିକୁ ଖୁବ ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ପୁରଣ କରାଯିବ ବୋଲି ଶ୍ରୀଯୁକ୍ତ ପାଟଶାଣୀ କହିବାସହିତ ପୂରାତନ ପେନସନ ପାଇଁ ପ୍ରୟାସ ଜାରି ରହିଛି ଓ ଆଗକୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବା ନେଇ ଘୋଷଣା କରିଥିଲେ। ପୂର୍ବରୁ କେନ୍ଦୁଝରଗଡ଼ ରେଳ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ରୋଡ଼ ବ୍ରାଞ୍ଚ ଉପରେ ନିର୍ଭରଶୀଳ ଥିବାବେଳେ ଆଜି ଶ୍ରୀଯୁକ୍ତ ପାଟଶାଣୀଙ୍କ ଉପସ୍ଥିତରେ କେନ୍ଦୁଝର ଗଡରେ ପୂର୍ବ ତଟ ରେଳପଥ ଶ୍ରମିକ ୟୁନିୟନର ଶାଖା କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି। ଏଥିରେ ଭାଗମତ ହାଁସଦା ସଭାପତି, କରମବିର ରାୟ ସମ୍ପାଦକ, ସୁଧୀର ଚନ୍ଦ୍ର ଗିରୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ ଶ୍ରମିକ ୟୁନିୟନର ସମ୍ପାଦକ ଭାବେ ଈଶ୍ୱର ମୁର୍ମୁଙ୍କୁ ନିର୍ବାଚିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.