ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ପିଲାଙ୍କ ଭିତରେ ଥିବା ବିଶେଷ କ୍ଷମତାକୁ ଜାଣିବାରେ ସାହାଯ୍ୟ କରିବା ଶିକ୍ଷକ ଓ ଅଭିଭାବକଙ୍କ କର୍ତ୍ତବ୍ୟ :ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୫।୯ – ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ବିଶେଷ କ୍ଷମତାକୁ ଜାଣିବା ଏବଂ ପିଲାଙ୍କର ସେହି କ୍ଷମତାକୁ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଏବଂ ଅଭିଭାବକଙ୍କ କର୍ତ୍ତବ୍ୟ ଅଟେ । ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩’ ପ୍ରଦାନ କରିବା ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଛନ୍ତି । 

 

ପବିତ୍ର ‘ଗୁରୁ ଦିବସ’ ଅବସରରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଶିକ୍ଷାଦାନ କାର୍ଯ୍ୟରେ ମହିଳାଙ୍କ ଭାଗିଦାରୀକୁ ଦେଖି ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରୁଥିବା ଶିକ୍ଷକଙ୍କ ମଧ୍ୟରେ ମହିଳା ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ରାଷ୍ଟ୍ରପ୍ରତି ଆଶାବ୍ୟକ୍ତ କରିଛନ୍ତି । ମହିଳା ସଶକ୍ତୀକରଣ ପାଇଁ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।  

 

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକ ମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ମାର୍ଗଦର୍ଶନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଗୁରୁ ଦିବସର ଅଭିନନ୍ଦନ ଜଣାଇବା ସହ ସମ୍ମାନିତ ୭୫ ଜଣ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପାଠପଢାରେ ଉନ୍ନତି ଆଣିବା ଦିଗରେ ଶିକ୍ଷକ ମାନଙ୍କର ଉତ୍ସାହ ଏବଂ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଅଭିନବ ଶୈଳୀରେ ପାଠପଢା ପ୍ରେରଣାର ସ୍ରୋତ ।  ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଶିକ୍ଷକ । ଏହି ଶିକ୍ଷକ ସମୁଦାୟ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ସମାଜ ଭାବରେ ପରିଣତ କରିବା ଦିଗରେ ଆଗକୁ ନେବେ । ଆମର ଶିକ୍ଷକମାନେ ଶିକ୍ଷାଦାନ ଓ ଶିକ୍ଷା ଆହରଣରେ ଏକ ନୂଆ ମାନଦଣ୍ଡ ପ୍ରତିଷ୍ଠା କରି ଶିକ୍ଷିତ ଓ ବିକଶିତ ଭାରତର କଳ୍ପନାକୁ ସାକାର କରିବେ । ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା, ସୁସ୍ଥ ସମାଜ ଗଠନ କରିବା ତଥା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଭବିଷ୍ୟତରେ ଜଣେ ସୁନାଗରିକ ଭାବରେ ଗଢି ତୋଳିବା ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଶିକ୍ଷା ପରିବାରରେ ଏହି ଯୋଗଦାନ ଶିକ୍ଷକ ଓ ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।   

 

ଓଡ଼ିଶା ସମେତ ଦେଶର ୭୫ ଜଣ ପ୍ରତିଭାବାନ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ସୁଧାଂଶୁ ଶେଖର ପଣ୍ଡା, ରବିନାରାୟଣ ସାହୁ ଓ ସୁନୀତା ସିଂହ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶଶି ଶେଖର କର ଶର୍ମା ଓଡ଼ିଆ ଭାଷାରେ ନବମ ଓ ଦଶମ ଶ୍ରେଣୀର ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରି ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି । 

 

ସେହିପରି ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସୁଭାଷ ଚନ୍ଦ୍ର ରାଉତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଆରହଣରେ ସକ୍ରିୟ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଉତ୍ତରପ୍ରଦେଶ ପ୍ରଦେଶର ମେରଟରେ କେ.ଏଲ ଇଣ୍ଟରନ୍ୟାସନାଲ ସ୍କୁଲରେ ସୁଧାଂଶୁ ଶେଖର ପଣ୍ଡା ଦୀର୍ଘ ଦିନ ହେବ ଶିକ୍ଷକତା କରୁଛନ୍ତି । ଏହାବ୍ୟତିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁର ସ୍ଥିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାର୍ଯ୍ୟରତ ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନୀତା ସିଂହ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ଆହୁରି ପଢନ୍ତୁ : ନୂଆଦିଲ୍ଲୀର ଜି-୨୦ ଶିଖର ସମ୍ମିଳନୀ ହସ୍ତଶିଳ୍ପ ବଜାର : ପ୍ରଦର୍ଶିତ ହେବ ଓଡ଼ିଶାର ପଟ୍ଟଚିତ୍ର

Copyright © 2022 - Summa Real Media Private Limited. All Rights Reserved.