ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଓଡ଼ିଶା ଅନ୍ତରୀଣ ବଜେଟ : ସହରାଞ୍ଚଳର ରୂପାନ୍ତରଣ ପାଇଁ ୧୦,୭୮୧କୋଟିର ବ୍ୟୟବରାଦ

Published By : Prameya | February 8, 2024 8:34 PM

ଭୁବନେଶ୍ୱର,୮/୨ : ରାଜ୍ୟ ସରକାର ଗୁରୁବାର ବିଧାନସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଷୋଡ଼ଶ ବିଧାନସଭାର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଆରୁଖ କହିଛନ୍ତି ଯେ, ସହର ନିର୍ମାଣ ଓ ରକ୍ଷଣାବେକ୍ଷଣରେ ବସ୍ତିବାସିନ୍ଦାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସ୍ବୀକାର କରି, ଆମେ ସେମାନଙ୍କୁ ଭୂମି ଅଧିକାର ପ୍ରଦାନ ଏବଂ ବସ୍ତିଗୁଡ଼ିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରିବା ପାଇଁ ଜାଗା ମିଶନ କାର୍ଯ୍ୟକାରୀ କରୁଛୁ । ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୪୦ହଜାରରୁ ଅଧିକ ବସ୍ତିରେ ରହୁଥିବା ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଯୋଜନା ୨୦୧୯ ଏବଂ ୨୦୨୩ମସିହାରେ ମିଳିତ ଜାତି ସଂଘର ବିଶ୍ବ ଆବାସ ପୁରସ୍କାର ହାସଲ କରିଛି। 

ସେହିଭଳି ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ନାମକ ଏକ ସହରାଞ୍ଚଳ ମଜୁରୀ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାଟି ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘକୁ ନେଇ କମ୍ୟୁନିଟି ପାର୍ଟନରସିପ୍ ମଡେଲ ମାଧ୍ୟମରେ ରାଜ୍ୟର ୧୧୫ଟି ସହରାଞ୍ଚଳ ନିକାୟ ସଂସ୍ଥାରେ ବସବାସ କରୁଥିବା ଗରିବଙ୍କ ପାଇଁ କାର୍ଯ୍ୟକାରୀ ହେଉଛି । ମୁକ୍ତା ଯୋଜନା ଅଧିନରେ ୧ହଜାର କୋଟି ଟଙ୍କା ବିନିଯୋଗରେ ୬୦ହଜାରଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

ରାଜ୍ୟରେ ଜଳ ଯୋଗାଣ ସେବାକୁ ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମକକ୍ଷ କରିବା ପାଇଁ ଡ୍ରିଙ୍କ ଫ୍ରେମ୍ ଟ୍ୟାପ୍ ମିଶନ କାର୍ଯ୍ୟକାରୀ ହେଉଛି ।ସହରାଞ୍ଚଳ ଓଡ଼ିଶାର ରୂପାନ୍ତରଣ ପାଇଁ ୧୦,୭୮୧କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.