ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂହଙ୍କୁ ଘରେ ପଶି ଗୁଳି କରି ହତ୍ୟା, ‘ଜଙ୍ଗଲରାଜ ଆରମ୍ଭ’ କହି ଘେରିଲା କଂଗ୍ରେସ

ଜୟପୁର, ୦୫/୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ହତ୍ୟା କରାଯାଇଛି । କରଣୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୪ ଜଣ ଅଜ୍ଞାତ ଦୁର୍ବୃତ୍ତ ଘରେ ପଶି ସୁଖଦେବ ସିଂହଙ୍କ ସହ ତାଙ୍କ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତ ଗୁଳି କରିଛନ୍ତି । ଏନେଇ ଜୟପୁର ପୋଲିସ ସୂଚନା ଦେଇଛି ।

ଗୁଳିମାଡ଼ରେ ଆଉ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଶ୍ୟାମ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ସିସିଟିଭ୍ ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ । ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପତ୍ତ ନେହରା ପୂର୍ବରୁ ସୁଖଦେବଙ୍କୁ ହତ୍ୟା ଧମକ ଦେଇଥିଲା ।

ଇଡି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ୍‌, ଏବେ ଜେଲ୍‌ରୁ ମୁକୁଳି ପାରିବେ

କରଣୀ ସେନା ଅଧ୍ୟକ୍ଷ ସୁଖଦେବଙ୍କୁ ହତ୍ୟାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଇନ୍ଦ୍ରଜ ଗୁର୍ଜର । ଅନ୍ୟପଟେ ସୋସିଆଲ୍ ମିଡିଆରେ କଂଗ୍ରେସ ନେତା ନୀତିନ ଅଗ୍ରୱାଲ୍ ଲେଖିଛନ୍ତି, ରାଜସ୍ଥାନରେ ଶାନ୍ତିପୂର୍ଣ୍ଣ ଆଇନବ୍ୟବସ୍ଥା ଶେଷ ହେବା ପରେ ବିଜେପିର ଜଙ୍ଗଲରାଜ ଆରମ୍ଭ ହୋଇଛି ।

ପୋଲିସର ସୂଚନା ଅନୁସାରେ, ହସ୍ପିଟାଲରେ ଆଖି ବୁଜିଛନ୍ତି ସୁଖଦେବ ସିଂହ । ମଙ୍ଗଳବାର ମଧ୍ୟାହ୍ନରେ ଶ୍ୟାମ ନଗର ସ୍ଥିତ ସୁଖଦେବଙ୍କ ଘରେ ୪ ଜଣ ଅଜଣା ବନ୍ଧୁକଧାରୀ ଦୁର୍ବୃତ୍ତ ଘରେ ପସି ଗୁଳିମାଡ଼ କରିଥିଲେ । ପୋଲିସ ଟିମ୍ ପହଞ୍ଚି ଛାନଭିନ୍ କରୁଥିବା କହିଛନ୍ତି ଡିଜିପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.