ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଦାରନାଥ ଯାତ୍ରା ଉପରେ ଦିଲ୍ଲୀ G20 ସମ୍ମିଳନୀର ପ୍ରଭାବ, ବନ୍ଦ ହେଲା ହେଲିକପ୍ଟର ସେବା

ଡେରାଡୁନ୍୦୬/୦୯: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହେବାକୁ ଯାଉଥିବା ଜି୨୦ ବୈଠକକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି । ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ଜି୨୦ ଶିଖର ସମ୍ମିଳନୀରେ ସାମିଲ୍ ହେବାକୁ ଆସୁଥିବା ଅତିଥିଙ୍କ ପାଇଁ ହୋଇଛି ବିଶେଷ ବ୍ୟବସ୍ଥା । ଏହି ଶିଖର ସମ୍ମିଳନୀର ପ୍ରଭାବ କେଦାରନାଥ ଯାତ୍ରା ଉପରେ ପଡ଼ିଛି ।

କେଦାରନାଥ ଯାତ୍ରାରେ ସେବା ଯୋଗାଉଥିବା ସମସ୍ତ ହେଲିପ୍ୟାଡ୍ ସେବାକୁ ବନ୍ଦ କରି ଦିଆଯାଇଛି । ସେପ୍ଟେମ୍ବର ୭ରୁ ୧୧ ତାରିଖ ଯାଏ କେଦାରନାଥରେ ସମ୍ପୂର୍ଣ୍ଣ ଭାବେ ହେଲିକପ୍ଟର ସେବା ବନ୍ଦ ରହିବ । ଏହି ହେଲିକପ୍ଟର ସେବାର ବ୍ୟବହାର ଜି୨୦ ବୈଠକରେ ପହଞ୍ଚୁଥିବା ନେତାଙ୍କ ଲାଗି କରାଯିବ । 

ଉତ୍କଟ ଗନ୍ଧ କରୁଛି ଆବଟ୍ଟ କମ୍ପାନୀର ଡାଇଜିନ୍‌ ଜେଲ୍‌, ଡିସିଜିଆଇଙ୍କ ଚେତାବନୀ ପରେ ଔଷଧ ଫେରାଇ ନେବ କମ୍ପାନୀ

ଭାରତ ସରକାର କେଦାରନାଥରେ ଉଡ଼ାଣ କରୁଥିବା ସମସ୍ତ ହେଲିକପ୍ଟର ସେବାକୁ ଜି୨୦ ବୈଠକ ଲାଗି ବୁକ୍ କରିଛନ୍ତି । ଏବେ କେଦାରନାଥରେ ପ୍ରାୟ ୮ଟି କମ୍ପାନୀ ହେଲିକପ୍ଟର ସେବା ଯୋଗାଇ ଦେଉଛନ୍ତି । ଜି୨୦ ବୈଠକରେ ଯୋଗ ଦେଉଥିବା ଅତିଥିଙ୍କ ସଂଖ୍ୟା ଓ ଯାତାୟତକୁ ଦେଖି ସବୁ ହେଲିକପ୍ଟରକୁ ଦିଲ୍ଲୀ ଅଣାଯାଇଛି ।

ତେବେ କେଦାରନାଥରେ ହେଲିକପ୍ଟର ସେବା ଏବେ ବନ୍ଦ ରହିଥିବା ବେଳେ ଶ୍ରଦ୍ଧାଳୁ ଚାଲି କରି ଯାଇ ପାରିବେ । ଯେଉଁମାନେ ହେଲିକପ୍ଟର ବୁକ୍ କରିଥିଲେ ସେମାନଙ୍କୁ ୧୧ ତାରିଖ ପରେ ଯାତ୍ରା ପାଇଁ ଅନୁମତି ମିଳିବ । ଏବେ ଜି୨୦ ପରେ ସମସ୍ତ ହେଲିକପ୍ଟରକୁ ଦିଲ୍ଲୀରେ ରଖାଯାଇଛି । 

ପାକିସ୍ତାନର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡଲାଇଟ୍, ପ୍ରାୟ ଅଧଘଣ୍ଟା ବନ୍ଦ ରହିଲା ଖେଳ

  • G20 Summit
  • Kedarnath
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.