ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମି ଆସିଲାଣି ଗହଳିଚହଳି: ଆସନ୍ତା ୧୬ରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା, ମେଳାକୁ ସରକାରୀ ମାନ୍ୟତା ଦାବି

ଭୁବନେଶ୍ୱର,୧୦/୦୨: ଚଳଚଞ୍ଚଳ ହୋଇଛି ଖଣ୍ଡଗିରି ଅଞ୍ଚଳ । ଆରମ୍ଭ ହେଲାଣି ଖଣ୍ଡଗିରି କୁମ୍ଭମେଳା ପ୍ରସ୍ତୁତି । ଜମି ଆସିଲାଣି ଗହଳିଚହଳି । ଆସନ୍ତା ୧୬ରୁ ମେଳା ଆରମ୍ଭ ହେବ । ଏହା ମାଘ ପୂର୍ଣ୍ଣିମା ଦିନ ଯଜ୍ଞ ପୂର୍ଣ୍ଣାହୂତି ହେବ । ଚଳିତଥର କଳି ଯୁଗର ୫ହଜାର ୧୨୪ବର୍ଷ ପାଳନ କରାଯିବ । ପ୍ରତିବର୍ଷ ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ସାଧୁସନ୍ଥ ଆସିଥାନ୍ତି । ହେଲେ ଏଠାରେ ସେମାନଙ୍କ ରହିବା, ଖାଇବା, ସ୍ନାନ ଓ ଶୌଚାଳୟ ନିତ୍ୟକର୍ମ ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । 

ଏଥିସହିତ ଖଣ୍ଡଗିରି ମେଳାକୁ ସରକାରୀ ମାନ୍ୟତା ଦେବା ପାଇଁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ପଞ୍ଚଦେବ ଖଣ୍ଡଗିରି କୁମ୍ଭ ମେଳା ଆବାହକ ବିଶ୍ୱ ସନାତନ ବୈଦିକ ପରିଷଦ ଓଡ଼ିଶା ଶାଖା ଏଠାକାର ସମସ୍ୟା ସମାଧାନ କରିବା ସହିତ ଏହାକୁ ସରକାରୀ ମାନ୍ୟତା ଦେବାକୁ ଅନୁରୋଧ କରିଛି । ଏନେଇ ୫-ଟି ଅଧ୍ୟକ୍ଷକୁ ଦାବିପତ୍ର ପ୍ରଦାନ କରାଯାଇଛି । ଖଣ୍ଡଗିରି ମାଳାରେ ସାଧୁ ସନ୍ଥଙ୍କ ସମସ୍ୟା ଦେଖି ୨୦୨୦ ମସିହାରୁ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ତରଫରୁ ଖାଦ୍ୟ, ଶୀତବସ୍ତ୍ର, ଅସ୍ଥାୟୀ ତମ୍ବୁ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଉଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.