ପ୍ରମୁଖ ଖବର
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଟାଇମ୍ସ ମାଗାଜିନ ଶ୍ରେଷ୍ଠ ପୁରସ୍କାର: ମେସି ବର୍ଷର ଶ୍ରେଷ୍ଠ ଆଥ୍‌ଲେଟ୍‌

ନ୍ୟୁୟର୍କ୦୭/୧୨: ବିଶ୍ୱ ପ୍ରସିଦ୍ଧ ଫୁଟବଲ୍‌  ଖେଳାଳି ଲିଓନେଲ ମେସିଙ୍କୁ ଟାଇମ୍ସ ପତ୍ରିକା ପକ୍ଷରୁ  ବର୍ଷର ଶ୍ରେଷ୍ଠ ଆଥ୍‌ଲେଟ୍‌ ମାନ୍ୟତା ପ୍ରଦାନ କରାଯାଇଛି ।  ମେସି ଚଳିତ ବର୍ଷ ଶ୍ରେଷ୍ଠ ଖେଳାଳି ଭାବେ ରେକର୍ଡ ଅଷ୍ଟମ ଥର ବାଲନ ଡୋ’ର ପୁରସ୍କାର ପାଇଥିଲେ । କେବଳ  ସେତିକି ନୁହେଁ, ଗତ ବର୍ଷ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ରେ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଚାମ୍ପିଅନ୍‌ ଆଖ୍ୟା ଅର୍ଜନ  କରିଥିଲା । ଫାଇନାଲ୍‌ରେ ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସକୁ  ପରାସ୍ତ କରିବା ଫଳରେ ଦୀର୍ଘ ୩୬ ବର୍ଷ ପରେ ବିଶ୍ୱକପ୍‌  ଆର୍ଜେଣ୍ଟିନାକୁ ଫେରିଥିଲା । ଏହାପରେ ମେସି ପ୍ୟାରିସ  ସେଣ୍ଟ ଜର୍ମେନ କ୍ଲବ୍‌ ଛାଡ଼ି ଆମେରିକାର ଏନ୍‌ଏଫ୍‌ଏଲ୍‌ କ୍ଲବ୍‌  ଇଣ୍ଟର ମାୟାମୀ ସହ ଚୁକ୍ତି କରିଥିଲେ । ତାଙ୍କ ଅଧିନରେ  ଦଳ ଚଳିତ ବର୍ଷ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.