ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରି ଘରେ ଝୁଲି ପଡ଼ିଲେ ଅଭିନେତ୍ରୀ ଅପର୍ଣ୍ଣା ନାୟର

Aparna Nair

ନୂଆଦିଲ୍ଲୀ, ୦୧/୦୯: ମଲୟାଲମ୍ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ମୃତ୍ୟୁ ହୋଇଛି । ସନ୍ଦେହଜନକ ଅବସ୍ଥାରେ ୩୧ ବର୍ଷୀୟ ଅପର୍ଣ୍ଣାଙ୍କ ମୃତଦେହ ତାଙ୍କ ଘରୁ ମିଳିଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅପର୍ଣ୍ଣ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କର ଝିଅ କିଛି ଫଟୋର ଏକ ଭିଡିଓ ସେୟାର କରିଥିଲେ ।

ତେବେ କେଉଁ ପରିସ୍ଥିତିରେ ଅପର୍ଣ୍ଣାଙ୍କ ମୃତ୍ୟୁ ହେଲା । ସେ କାହିଁକି ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ । ଅପର୍ଣ୍ଣାଙ୍କ ମୃତ୍ୟୁକୁ ପରିବାର ସହ ପ୍ରଶଂସକ ଗ୍ରହଣ କରି ପାରୁ ନାହିଁନ୍ତି । ସୂଚନା ଅନୁସାରେ, ଗୁରୁବାର ରାତିରେ ଅପର୍ଣ୍ଣାଙ୍କ ଝୁଲନ୍ତା ଶରୀର ତାଙ୍କ ଘରୁ ମିଳିଥିଲା । ପରିବାର ଲୋକ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।

୧୫ ମାସରେ ଅଶୋଧିତ ତୈଳ ୩୧% ଶସ୍ତା, ୩୧ ହଜାର କୋଟି ଲାଭରେ ତେଲ କମ୍ପାନି: ପେଟ୍ରୋଲ, ଡିଜେଲ ଦର ହ୍ରାସ ପାଇବ କେବେ?

ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । ମଲୟାଲମ୍ ଫିଲ୍ମ ସହ ଟିଭି ସିରିଏଲରେ ଅଭିନୟ କରୁଥିଲେ ଅପର୍ଣ୍ଣା । ସବୁ ସମୟରେ ସେ ସୋସିଆଲ୍ ମିଡିଆରେ ସ୍ୱାମୀ ଓ ଝିଅର ଫଟୋ ସେୟାର କରୁଥିଲେ । ତେବେ ହଠାତ୍ କଣ ହେଲା, ଅପର୍ଣ୍ଣା କାହିଁକି ଆତ୍ମହତ୍ୟା କଲେ ? ସମସ୍ତଙ୍କୁ ଅପର୍ଣ୍ଣାଙ୍କ ପଦକ୍ଷେପ ଚକିତ କରିଛି ।

ଅପର୍ଣ୍ଣା ତାଙ୍କ ସ୍ୱାମୀ ଓ ୨ ଛୁଆଙ୍କ ସହ ଅଲଗା ରହୁଥିଲେ । ତେବେ ଆତ୍ମହତ୍ୟା ପଛରେ ପାରିବାରିକ କାରଣ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।  

ଅଦାନୀ ଗ୍ରୁପର ସେୟାର ହ୍ରାସର ପ୍ରଭାବ, LIC ହରାଇଲା ୧୪୩୯ କୋଟି

  • Malayalam Actor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.