କୋଚି, ୧୯/୧୧: ହୋଟେଲର ପାର୍କିଂ ଅଞ୍ଚଳରେ ଥୁଆ ହୋଇଥିବା କାରରୁ ଜଣେ ଅଭିନେତାଙ୍କ ମୃତଦେହ ମିଳିଛି । ମାଲାୟଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ବିନୋଦ ଥୋମାସଙ୍କ ମୃତ୍ୟୁ ୪୫ ବର୍ଷ ବୟସରେ ହୋଇଛି । କୋଟ୍ଟାୟମ୍ ଜିଲ୍ଲାର ପାମ୍ପଡିର ଏକ ହୋଟେଲ ନିକଟରୁ ମିଳିଛ ମୃତଦେହ ।
ବିଶ୍ବକପ୍ ଫାଇନାଲ : ଷ୍ଟାଡିୟମରେ ଲାଗିବ ଭିଆଇପିଙ୍କ ମେଳା, ୧୦୦ରୁ ଅଧିକ ଓହ୍ଲାଇବ ଚାର୍ଟର ପ୍ଲେନ୍
ଦୀର୍ଘଦିନରୁ ପାର୍କିଂରେ ଥୁଆ ହୋଇଥିବା କାରରୁ ମୃତଦେହ ମିଳିବା ପରେ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଜବତ କରି ଛାନଭିନ୍ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଓ କିଭଳି ଅଭିନେତା ବିନୋଦଙ୍କ ମୃତ୍ୟୁ ହେଲା ତାର କାରଣ ଜଣାପଡ଼ିନି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
ତେବେ କାରର ଏସି ଗ୍ୟାସରେ ବିନୋଦଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ । ବିନୋଦ ଅନେକ ବଡ଼ ମାଲାୟଲାମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଦେହାନ୍ତରେ ସିନେ ପ୍ରଶଂସକଙ୍କ ମହଲରେ ଖେଳି ଯାଇଛି ଶୋକର ଛାୟା ।
ପିଏମ୍ ମୋଦିଙ୍କ ସଭାକୁ ଯାଉଥିବା ବେଳେ ଦୁର୍ଘଟଣା, ୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ