ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଉଲୁଙ୍ଗିଆ - ଭାଲିଙ୍ଗିଆ ରାସ୍ତାରୁ ମାଓ ବ୍ୟାନର ଜବତ

ଭଂଜନଗର,୧୩/୧୧ - ସିପିଆଇ ମାଓବାଦୀଙ୍କ ନାମ ଉଲ୍ଲେଖ ଥାଇ ରାସ୍ତା କଡ଼ରେ ଲାଗିଥିବା ଏକ ମାଓ ବ୍ୟାନର କୁ ଭଂଜନଗର ପୋଲିସ ଜବତ କରିଛି । ଭଂଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଠାରୁ ଗଞ୍ଜାମ - କନ୍ଧମାଳର ସୀମାନ୍ତବର୍ତ୍ତୀ ଉଲୁଙ୍ଗିଆ - ଭାଲିଙ୍ଗିଆ ରାସ୍ତାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । 

 ଦୁର୍ଗାପ୍ରସାଦ ଠାରୁ ଉଲୁଙ୍ଗିଆ ରାସ୍ତା ପ୍ରଶସ୍ତିକରଣ  ହେବାକୁ ଥିବାବେଳେ ଉକ୍ତ କାର୍ଯ୍ୟକୁ ବିରୋଧ  କରିବାକୁ ଉକ୍ତ ବ୍ୟାନର୍ ରେ ଉଲ୍ଲେଖ ରହିଛି । ମାଓବାଦୀଙ୍କ ବିନା ଅନୁମତିରେ ଜୋର ଜବରଦସ୍ତ ରାସ୍ତା କାମ ଆରମ୍ଭ କଲେ ସଂପୃକ୍ତ ଠିକାଦାରଙ୍କୁ ପରିଣାମ ଭୋଗିବାକୁ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ୩ ଦିନ ଧରି ଏହି ରାସ୍ତାରେ ମାଓ ପୋଷ୍ଟର ଲାଗିଛି।  ଦୀପାବଳୀ ପାଇଁ ଉଲୁଙ୍ଗିଆର କିଛି ଲୋକ ବଜାର କରିବାକୁ ଏହି ରାସ୍ତାରେ ଆସିବା ବେଳେ ଏଭଳି ବ୍ୟାନର ଦେଖି ଭୟରେ ଗ୍ରାମକୁ ଫେରିଯାଇଥିଲେ। ଏସଂପର୍କରେ ଖବର ପାଇ  ଘଟଣା ସ୍ଥଳରେ ଭଂଜନଗର ପୋଲିସ ପହଞ୍ଚି ବ୍ୟାନର କୁ ଜବତ କରିଛି । 

 ଆଉ କିଛି ଦିନ ମଧ୍ୟରେ ଉଲୁଙ୍ଗିଆ - ଭାଲିଙ୍ଗିଆ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେବ। ତା’ପୂର୍ବରୁ ମାଓ ସଂଗଠନ ନାଁ ରେ ପୋଷ୍ଟର ଲଗାଇ କିଛି ଅସାମାଜିକ ବ୍ୟକ୍ତି ବିଶେଷ ଲୋକମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ କହିଛନ୍ତି।

ଆହୁରି ପଢନ୍ତୁ : ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ, ଉତ୍ତର ଦ୍ୱାର ଦେଇ କରିବେ ଦର୍ଶନ

Copyright © 2022 - Summa Real Media Private Limited. All Rights Reserved.