ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ସଡ଼କ ଦୁର୍ଘଟଣାରେ କିପଟମ୍‌ଙ୍କ ଚାଲିଗଲା ଜୀବନ, ମାତ୍ରା ୨୪ ବର୍ଷ ବୟସରେ ମାରାଥନ୍‌ରେ କରିଥିଲେ ବିଶ୍ୱ ରେକର୍ଡ

Published By : Prameya | February 13, 2024 9:39 AM

ଲଣ୍ଡନ୍‌,୧୩/୦୨: କେନିଆର ଯୁବ ମାରାଥନ ବିସ୍ମୟ କେଲଭିନ୍‌ କିପ୍‌ଟମ୍‌ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ  ବରଣ କରିଛନ୍ତି । କିପଟମଙ୍କ ମାତ୍ର ୨୪ବର୍ଷ  ହୋଇଥିଲା । ଆଗକୁ ଏକ ଲମ୍ବା କ୍ୟାରିୟର ରହିଥିଲା । ସୀମିତ ସମୟ ମଧ୍ୟରେ ସେ ସବୁ ପ୍ରସିଦ୍ଧ ମାରାଥନ ଧାବକଙ୍କୁ ପଛରେ ପକାଇ ଦେଇଥିଲେ । ତାଙ୍କୁ ମାରାଥନ ବିସ୍ମୟ ଭାବେ ଗଣନା କରାଯାଉଥିଲା ।  

ରବିବାର ଦିନ ସେ କାର୍‌ ଚଳାଇ ଏଲଡୋରେଟ୍‌ରୁ କପ୍ତାଗତ ଅଭିମୁଖେ ଯାତ୍ରା  କରୁଥିବା ସମୟରେ ସେ ଦୁର୍ଘଟଣାର ସାମ୍ନା କରିଥିଲେ। ତାଙ୍କ ସହ କୋଚ୍‌ ଜର୍ଭେସ ହାକିଜିମାନା ମଧ୍ୟ ଯାତ୍ରା କରୁଥିଲେ ।  କିପଟମଙ୍କ ଗାଡ଼ି ନିୟନ୍ତ୍ରଣ ହରାଇ  ରାସ୍ତ କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଉଭୟ ପ୍ରାଣ  ହରାଇଛନ୍ତି । କିପଟମଙ୍କ ମୃତ୍ୟୁଖବର ସମଗ୍ର  ଆଥ୍‌ଲେଟିକ୍‌ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି।

ଗତ ଅକ୍ଟୋବରରେ ଅନୁଷ୍ଠିତ ଚିକାଗୋ ମାରାଥନ୍‌ରେ କିପଟମ ବିଶ୍ୱ ରେକର୍ଡ ସ୍ଥାପନ  କରିଥିଲେ । ୪୨.୨ କିଲୋ ମିଟର ଦୂରତାକୁ  ସେ ମାତ୍ର ୨ଘଣ୍ଟା ୩୫ସେକେଣ୍ଡ ମଧ୍ୟରେ ଅତିକ୍ରମ କରି ଏଲିଉଡ କିପଚୋଗଙ୍କ  ନାମରେ ରହିଥିବା ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ସିନିୟର ସ୍ତରରେ ଏହା  ତାଙ୍କ କ୍ୟାରିୟର୍‌ର ମାତ୍ର ତୃତୀୟ ରେସ୍‌  ରହିଥିଲା । 

ଗତ ବର୍ଷ ଲଣ୍ଡନ ମାରାଥନରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ(୨ଘଣ୍ଟା ୦୧ମିନିଟ୍‌  ୨୫ସେକେଣ୍ଡ) ହାସଲ କରିଥିଲେ । ଚିଳତ ବର୍ଷ କିପଟମଙ୍କୁ ବିଶ୍ୱ ଆଥ୍‌ଲେଟିକ  ମହାସଙ୍ଘ(ୱାର୍ଲ୍ଡ ଆଥ୍‌ଲେଟିକ୍ସ) ପକ୍ଷରୁ  ବର୍ଷର ଶ୍ରେଷ୍ଠ ମାରାଥନ ଧାବକ ଭାବେ  ପୁରସ୍କୃତ କରାଯାଇଥିଲା । ୨୦୨୨ରେ ଅନୁଷ୍ଠିତ ଭାଲେନ୍‌ସିଆ ମାରାଥନ ଜରିଆରେ କିପଟମ ସିନିୟର ପଦାର୍ପଣ କରିଥିଲେ । ନିର୍ଦ୍ଧାରିତ ଦୂରତାକୁ ସେ ୨ଘଣ୍ଟା ୦୧ମିନିଟ୍‌ ୫୩ ସେକେଣ୍ଡରେ  ରେସ୍‌ ଶେଷ କରି ସମସ୍ତଙ୍କୁ ଚମତ୍କୃତ  କରିଦେଇଥିଲେ । ମାରାଥନ ଇତିହାସରେ  ଏହା ଚତୁର୍ଥ ଦ୍ରୁତତମ ରହିଥିଲା । 

ଚଳିତ ବର୍ଷ ସେ କୌଣସି ରେସ୍‌ରେ ଭାଗ ନେଇ ନଥିଲେ । ଆସନ୍ତା ଏପ୍ରିଲରେ ହେବାକୁ ଥିବା  ରୋଟରଡାମ ମାରାଥନ ଯୋଗେ ୨ଘଣ୍ଟ ମଧ୍ୟରେ ରେସ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ନିକଟରେ କିପଟମ ପ୍ରକାଶ କରିଥିଲେ । ଏଥିପାଇଁ ସେ ପ୍ରସ୍ତୁତି ଚଳାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.