ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବାଇଡେନଙ୍କ ବିକଳ୍ପ ହୋଇ ପାରନ୍ତି ମିଶେଲ୍ ଓବାମା, ଡେମୋକ୍ରେଟିକ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କୁ ଦେବେ ଟକ୍କର !

ୱାଶିଂଟନ୍, ୨୮/୦୨: ଆମେରିକାରେ ବଢ଼ୁଛି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା । କିଏ ହେବ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିକଳ୍ପ ? ମିଶେଲ୍ ଓବାମା ହେବେ କି ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ? ଚଳିତବର୍ଷ ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଭୋଟ୍ ପୂର୍ବରୁ ହେଉଥିବା ସର୍ଭେ ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି ।

ଯାହାକୁ ଦେଖି ବାଇଡେନଙ୍କ ବିକଳ୍ପ ସନ୍ଧାନରେ ରହିଛି ଡେମୋକ୍ରେଟିକ୍ ପାର୍ଟି । ସଦ୍ୟତମ ସର୍ଭେରେ ବାଇଡେନଙ୍କ ସ୍ଥାନରେ ମିଶେଲ୍ ଓବାମା ସମସ୍ତଙ୍କ ପସନ୍ଦ ପାଲଟିଛନ୍ତି । ମିଶେଲ୍ ଓବାମା ହେଉଛନ୍ତି ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ।

ସର୍ଭେରେ ଡେମୋକ୍ରେଟିକ୍ ପାର୍ଟିର ୨୦ ପ୍ରତିଶତ ପ୍ରସଂଶକଙ୍କ ପସନ୍ଦ ମିଶେଲ୍ ଓବାମା । ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ବଢ଼ି ଚାଲିଥିବା ବେଳେ କେତେବେ ବି ରିପବ୍ଲିକନ୍ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ।

ସର୍ଭେ ଅନୁସାରେ, ୨୦୨୪ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେ ବଦଳନ୍ତୁ ବୋଲି ଚାହୁଁଛନ୍ତି ଡେମୋକ୍ରେଟିକ୍ ପାର୍ଟିର ମତଦାତା । ବାଇଡେନଙ୍କ ସ୍ଥାନରେ ମିଶେଲ୍ ଓବାମାଙ୍କୁ ସେମାନେ ପସନ୍ଦ କରୁଛନ୍ତି । ସର୍ଭେରେ ୪୮ ପ୍ରତିଶତ ମତଦାତା ନୂଆ ଚେହେରା ଖୋଜିବା ସମ୍ପର୍କରେ ରାୟ ଦେଇଥିବା ବେଳେ ୩୮ ପ୍ରତିଶତ ଅସହମତ ଅଛନ୍ତି । ତେବେ ବାଇଡେନଙ୍କ ବିକଳ୍ପ ଭାବେ ମିଶେଲ୍ ଓବାମା ସର୍ବାଧିକ ୨୦ ପ୍ରତିଶତ ଭୋଟ୍ ପାଇ ସବୁଠୁ ଆଗରେ ଅଛନ୍ତି ।

ଡେମୋକ୍ରେଟିକ୍ ପାର୍ଟିର ଅନ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦାବିଦାର୍ ମଧ୍ୟରେ କମଲା ହ୍ୟାରିସ୍, ପୂର୍ବତନ ବିଦେଶ ମନ୍ତ୍ରୀ ହିଲେରି କ୍ଲିଣ୍ଟନ୍, କାର୍ଲିଫର୍ଣ୍ଣିଆର ରାଜ୍ୟପାଳ ଗୈବିନ୍ ନ୍ୟୁଜାମ୍ ଓ ମିଶିଗନ ରାଜ୍ୟପାଳ ଗ୍ରେଟଚେନ୍ ହ୍ୱିଟମର ଅଛନ୍ତି । ସର୍ଭେରେ ୧୫ ପ୍ରତିଶତ ମତଦାତାଙ୍କ ପସନ୍ଦ କମଲା ହ୍ୟାରିସ୍ ହୋଇଥିବା ବେଳେ ୧୨ ପ୍ରତିଶତଙ୍କ ପସନ୍ଦ ହିଲେରି କ୍ଲିଣ୍ଟନ୍ ।

ଦଳର କିଛି ନେତାଙ୍କ ଅନୁସାରେ, ଟ୍ରମ୍ପଙ୍କ ବିପକ୍ଷରେ ବାଇଡେନ୍ ପ୍ରାର୍ଥୀ ହେଲେ ଠିକ୍ ବାର୍ତ୍ତା ଯିବ ନାହିଁ । ଡୋନାଲ୍ଡ ଟ୍ରମ୍ପ ଆକ୍ରମଣାତ୍ମକ ନେତା ହୋଇଥିବା ବେଳେ ବାଇଡେନଙ୍କ ସ୍ୱଭାବ ନରମ । ଏଭଳି ସ୍ଥିତିରେ ବାଇଡେନ୍, ଟ୍ରମ୍ପଙ୍କ ଆଗରେ ଦୁର୍ବଳ ସାବ୍ୟସ୍ତ ହୋଇ ପାରନ୍ତି । ତେବେ ବାଇଡେନ୍ ଏବେ ନିଜକୁ ଦାବିଦାର୍ କହୁଥିବା ବେଳେ ତାଙ୍କ ବୟସକୁ ନେଇ ସର୍ଭେରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.