ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ମାମଲା: ବନ୍ଧା ହେଲା ଅଭିଯୁକ୍ତ ପ୍ରେମିକ

Published By : Prameya | December 7, 2023 11:55 AM

ଜୟପୁର,୦୭/୧୨: ଜଣେ  ନାବାଳିକା(୧୭)କୁ ଅପହରଣ ଏବଂ ଦୁଷ୍କର୍ମ  ମାମଲାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ମହିଳା ପୁଲିସ । ସେ ହେଲା ସ୍ଥାନୀୟ  ଛୋଟାଗୁଡ଼ାର ରୋହିତ ହରିଜନ(୨୦) ।  ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ  ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ଅନିତା କୁଜୁର କହିଛନ୍ତି ।  

ପୁଲିସ ସୂଚନା ଅନୁଯାୟୀ, ନାବାଳିକାର ଘର  ସହରରେ । ୪ ବର୍ଷ ତଳେ ରୋହିତ ସହ ତା’ର ଭେଟ ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଗତ ଜୁଲାଇ ପ୍ରଥମ ସପ୍ତାହରେ ନାବାଳିକାକୁ ରୋହିତ ଅପହରଣ  କରିନେଇଥିଲା । ଘରେ ରଖି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ମାସେ ପରେ ଗାଳିଗୁଲଜ ସହ ମାଡ଼ ମାରିଥିଲା । ନଭେମ୍ବର ୨୭ରେ  ନାବାଳିକା ତା’ର ବାପ ଘରକୁ ଚାଲିଆସିଥିଲା । ଡିସେମ୍ବର ୪ରେ ପୀଡ଼ିତାର ମାଆ ଥାନାର ଦ୍ୱାରସ୍ଥ  ହୋଇଥିଲେ । ନାବାଳିକାର ଡାକ୍ତରୀ ମାଇନା ଏବଂ  ବୟାନ ରେକର୍ଡ କରାଯାଇଥିଲା । ଅପହରଣ ମାମଲା  ପରେ ପକ୍‌ସୋ ମୋଡ଼ ନେଇଥିଲା । ଏସ୍‌ଆଇ ଶୁକ୍ଳା  ମଣ୍ଡଳ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.