ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚଳଚ୍ଚିତ୍ରର ମଇଦାନରୁ ଏବେ ରାଜନୈତିକ ମଇଦାନ୍‌ରେ କସରତ, ଲୋକସଭା ଟିକେଟ୍ ଉପରେ ମନୋଜଙ୍କ ନଜର !

ସମ୍ବଲପୁର,୧୩/୦୨: ମାଇଣ୍ଡଗେମ୍‌ରୁ ପଲିଟିକାଲ୍‌ ଗେମ୍‌ । ବିଶିଷ୍ଟ ସିନେ ଅଭିନେତା ମନୋଜ ମିଶ୍ର କଂଗ୍ରେସର ହାତ ଧରିବା ପରେ ଚଳଚ୍ଚିତ୍ରର ମଇଦାନରୁ ବର୍ତ୍ତମାନ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି । ଗତ ପ୍ରାୟ ୬ ମାସ ହେଲା ଚଳଚ୍ଚିତ୍ର ବିବାଦକୁ କେନ୍ଦ୍ର କରି ଚର୍ଚ୍ଚାରେ ରହି ଆସିଥିବା ମନୋଜ ସାରା ଓଡିଶାରେ ଏକ ପରିଚିତ ନାଁ ହୋଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେବା ପରେ ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କର ସମ୍ଭାବ୍ୟ ଭୂମିକାକୁ ନେଇ ଆଲୋଚନା ସରଗରମ ହେଲାଣି । ଏଭଳି ସ୍ଥିତିରେ ପଶ୍ଚିମ ଓଡିଶାର କୌଣସି ଲୋକସଭା ଆସନରୁ ଦଳ ଟିକଟ ଦେଲେ ସେ ଛିଡା  ହେବା ପାଇଁ ପରୋକ୍ଷରେ ଇସାରା ଦେଇ ସାରିଛନ୍ତି ।

ସମ୍ବଲପୁର ମାଟିର ପୁଅ ମନୋଜ ଜାତୀୟ ଫିଲ୍ମ ଜଗତରେ ବେଶ୍‌ ସୁନାମ କରି ସାରିଛନ୍ତି । ସମ୍ବଲପୁରର ପ୍ରଥମ ଏନ୍‌ଏସ୍‌ଡି ଏବଂ ଏଫ୍‌ଟିଆଇ ଛାତ୍ର ଭାବେ ସେ ଫିଲ୍ମ ଜଗତରେ ଏଣ୍ଟ୍ରି କରି ବଲିଉଡରେ ବି ପ୍ରସିଦ୍ଧି ସାଉଁଟି ସାରିଛନ୍ତି । ହିନ୍ଦୀରୁ ଆରମ୍ଭ କରି ଓଡିଆ ଏବଂ ତାମିଲ ଚଳଚ୍ଚିତ୍ରରେ ବି ତାଙ୍କର ଛାପ ଛାଡିଛନ୍ତି । ତାହା ବଲିଉଡ ଫିଲ୍ମ ‘ମିଶନ କାଶ୍ମୀର’ ହେଉ ଅବା ଓଡିଆ ଫିଲ୍ମ ‘ତୁମକୁ ପାରୁନି ତ ଭୁଲି’ ହେଉ ଅବା ଷ୍ଟାର୍‌ ପ୍ଲସ୍‌ର ଚର୍ଚ୍ଚିତ ସିରିଏଲ୍‌ ‘ବେହେନେଇ’ ହେଉ ସବୁଥିରେ ସେ ତାଙ୍କ ଦକ୍ଷତା ପ୍ରତିପାଦିତ କରି ସାରିଛନ୍ତି । ଆଉ ଗତବର୍ଷ ରିଲିଜ୍‌ ହୋଇଥିବା ‘ମାଇଣ୍ଡଗେମ୍‌’ ତାଙ୍କ କ୍ୟାରିଅର୍‌ର ଅନ୍ୟତମ ମାଇଲଖୁଣ୍ଟ କୁହାଯାଉଛି ।  ତେବେ, ଏହି ମାଇଣ୍ଡଗେମ୍‌ ଫିଲ୍ମକୁ ନେଇ ସାରା ଓଡିଶାର ଫିଲ୍ମ ଜଗତରେ ସୃଷ୍ଟି ହୋଇଥିବା ବିବାଦ ପରେ ସେ ସମ୍ବଲପୁରକୁ ସବୁଦିନ ପାଇଁ ଫେରି ଆସିଥିବା ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କିଛି ମାସ ତଳେ ପଶ୍ଚିମ ଓଡିଶାରେ ଭାଷା ସଂସ୍କୃତି ଯାତ୍ରା କରି ତାଙ୍କର ରାଜନୈତିକ ପଦାର୍ପଣର ଆଭାସ ଦେଇଥିବା ଚର୍ଚ୍ଚା ହୋଇଥିଲା । ଆଉ ସବୁ କଳ୍ପନାଜଳ୍ପନାକୁ ଦୂର କରି ସେ ଦୁଇଦିନ ତଳେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ଦଳ ତାଙ୍କୁ କେଉଁ ଦାୟିତ୍ୱ ଦେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଲୋକସଭା ଆସନ ପାଇଁ ସେ ଆଶାୟୀ ଥିବା ପରୋକ୍ଷ ଇସାରା ଦେଇଛନ୍ତି । ପ୍ରମେୟକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ସେ ଗ୍ରହଣ କରିବେ । ହେଲେ ବିଧାନସଭା କି ଲୋକସଭା ପାଇଁ ଇଚ୍ଛା ଅଛି ବୋଲି ପଚାରିବାରୁ ସେ ଲୋକସଭା ଆସନରେ ଲଢିବାକୁ ପସନ୍ଦ କରିବି କହିଛନ୍ତି । ସେ କହିଛନ୍ତି ଯେ, ଓଡିଶା ଅପେକ୍ଷା ଜାତୀୟସ୍ତରରେ ତାଙ୍କୁ ଅଧିକ ଲୋକ ଜାଣିଛନ୍ତି । ଲୋକସଭା ଗଲେ ସେ ରାଜ୍ୟ ପାଇଁ ବିଶେଷ କରି ପଶ୍ଚିମ ଓଡିଶାର ହକ୍‌ ପାଇଁ ଲଢେଇ କରିବି ବୋଲି କହିଛନ୍ତି ।

ଏଭଳି ସ୍ଥିତିରେ ସେ କେଉଁ ଆସନ ପାଇଁ ଆଗ୍ରହୀ ତାହା ପ୍ରକାଶ କରିନଥିଲେ ହେଁ ବଲାଙ୍ଗୀର ଆସନରୁ ଛିଡା ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବଲାଙ୍ଗୀରର ବିଧାୟକ ତଥା ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସହ ତାଙ୍କର ଭଲ ସଂପର୍କ ଥିବା କଥା ସମସ୍ତଙ୍କୁ ଜଣା । ସେହିପରି ନରସିଂହ ବାବୁ ତାଙ୍କ ପୁଅକୁ ନିଜ ବିଧାନସଭା ଆସନ ଦେଇ ମନୋଜଙ୍କୁ ଲୋକସଭାରେ ଛିଡା କରାଇ ପାରନ୍ତି ବୋଲି ବି ଆଲୋଚନା ହେଉଛି । ସେମିତିବି ମାଇଣ୍ଡଗେମ୍‌ ଫିଲ୍ମ ବିବାଦ ବେଳେ ତାଙ୍କୁ ଅବିଭକ୍ତ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରୁ ଅକୁଣ୍ଠ ସମର୍ଥନ ବି ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.