ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଉପରେ ପ୍ରହାର, ଆଉ ୨ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ଶ୍ରୀନଗର, ୨୮/୦୨: ଜମ୍ମୁ-କାଶ୍ମୀରର ଆଉ ୨ଟି ସଂଗଠନ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ମୁସଲିମ୍ କନଫରେନ୍ସ ଜମ୍ମୁ-କାଶ୍ମୀର (ସୁମଜୀ ଗୋଷ୍ଠୀ) ଏବଂ ମୁସଲିମ୍ କନଫରେନ୍ସ ଜମ୍ମୁ-କାଶ୍ମୀର (ଭଟ ଗୋଷ୍ଠୀ)କୁ ଗୃହ ମନ୍ତ୍ରଣାଳୟ ଅବୈଧ ଘୋଷଣା କରିଛି । ୟୁଏପିଏ ଆଧାରରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୨ ସଂଗଠନକୁ ବ୍ୟାନ୍ କରି ଦିଆ ଯାଇଛି ।

ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଅମିତ ଶାହ ଲେଖିଛନ୍ତି, ଆତଙ୍କବାଦୀ ନେଟୱର୍କ ଉପରେ ପ୍ରହାର କରି ସରକାର ମୁସଲିମ୍ କନଫରେନ୍ସ ଜମ୍ମୁ-କାଶ୍ମୀର (ସୁମଜୀ ଗୋଷ୍ଠୀ) ଏବଂ ମୁସଲିମ୍ କନଫରେନ୍ସ ଜମ୍ମୁ-କାଶ୍ମୀର (ଭଟ ଗୋଷ୍ଠୀ)କୁ ବେଆଇନ୍ ସଂଗଠନ ଘୋଷଣା କରିଛନ୍ତି ।




ଅମିତ ଶାହ ଆହୁରି କହିଛନ୍ତି, ରାଷ୍ଟ୍ରର ସାର୍ବଭୌମତ୍ୱ ଓ ଏକତା ବିରୋଧୀ ଗତିବିଧିରେ ଏହି ୨ ସଂଗଠନ ସାମିଲ୍ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଆତଙ୍କବାଦର ମୂଳ ଉତ୍ପାଟନ ପାଇଁ ପ୍ରତିବଦ୍ଧ ଏବଂ ଯିଏ କେହି ବି ବେଆଇନ୍ ଗତିବିଧିରେ ସମ୍ପୃକ୍ତ ଥିବ, ପରିଣାମ ଭୋଗିବ ।

ମଙ୍ଗଳବାର ପ୍ରତିବନ୍ଧିତ ସଙ୍ଗଠନ ଜମାତ-ଏ-ଇସ୍ଲାମୀ ଜମ୍ମୁକାଶ୍ମୀର ଉପରେ ଆଉ ୫ ବର୍ଷ ବ୍ୟାନ ବଢାଇ ଥିଲେ କେନ୍ଦ୍ର ସରକାର । ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ, ଦେଶର ସୁରକ୍ଷା ବିରୋଧରେ ସଂଗଠନର ଗତିବିଧି ଜାରି ରହିଥିଲା । ତେଣୁ କେନ୍ଦ୍ର ସରକାର ଜମାତ-ଏ-ଇସ୍ଲାମୀ ଜମ୍ମୁ-କାଶ୍ମୀର ଉପରେ କଟକଣା ଆହୁରି କଡ଼ାକଡି କରିବାକୁ ଯୋଜନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.