ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହଟହଟା କରୁଛି ନନ୍ଦନକାନନ ଟୟ ଟ୍ରେନ୍: ୨୫ ଜାନୁଆରୀରୁ ପଡ଼ିଛି ବନ୍ଦ, ନିରାଶ ହେଉଛନ୍ତି ପର୍ଯ୍ୟଟକ

ବାରଙ୍ଗ, ୧୨/୦୨: ବଡ଼ ହଟହଟା କରୁଛି  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଟୟ  ଟ୍ରେନ୍‌ । ବେଶ୍‌ କିଛିଦିନ ଅନାୟସରେ ଚାଲୁଛି  ତ ଆଉ କିଛିଦିନ ଅଚଳ ରହୁଛି । ଏମିତି  ସମସ୍ୟା ବାରମ୍ବାର ହେବାରୁ ପର୍ଯ୍ୟଟକଙ୍କ  ମନରେ ନିରାଶାର କଳାବାଦଲ ଘୋଟିଗଲାଣି ।  ବନ୍ଦ ହେବା ଓ ଚାଲିବା ପୁଣି ମରାମତି ପରେ  ସମସ୍ୟାରେ ଛନ୍ଦି ହେବା ଏହାର ଜନ୍ମଗତ  ତ୍ରୁଟିରେ ପରିଣତ ହେଲାଣି । ଗତ ଜାନୁୟାରୀ  ୨୫ ତାରିଖ ଠାରୁ ଏହି ଟୟ ଟ୍ରେନ୍‌ ବନ୍ଦ  ହୋଇପଡ଼ିରହିଛି । 

ଏଥିରେ ଲାଗିଥିବା ୫୫ଟି  ବ୍ୟାଟେରି ଯାହାର ଆନୁମାନିକ ମୁଲ୍ୟ ୧୦  ଲକ୍ଷ ଟଙ୍କା ହେବ ତାହା ସମ୍ପୁର୍ଣ୍ଣ ଭାବରେ ନଷ୍ଟ  ହେବା ଯୋଗୁଁ ବନ୍ଦ ପଡ଼ିଥିବା ଏକ ସୂତ୍ରରୁ  ସୂଚନା ମିଳିଛି । ଟ୍ରେନ ଓ ଟ୍ରାକ୍‌ର ଜରୁରିକାଳୀନ  ମରାମତି ଚାଲିଥିବା କର୍ତ୍ତୃପକ୍ଷ କହିଛନ୍ତି । ଏହାର  କାର୍ଯ୍ୟ କେବେ ସରିବ ତାର ମଧ୍ୟ କିଛି ସୂଚନା  ଦେଇପାରୁନାହାନ୍ତି । ଯାହାକୁ ନେଇ ପର୍ଯ୍ୟଟକଙ୍କ  ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରତ୍ୟେକ  ଦିନ ହଜାର ହଜାର ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ  ବୁଲିବାକୁ ଆସି ଶିଶୁ ରେଳଗାଡ଼ିରେ ବୁଲି ନପାରି  ନିରାଶ ହୋଇ ଫେରୁଛନ୍ତି । 

ଶିଶୁ ରେଳଗାଡ଼ି  ନିର୍ମାଣରେ ୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ  ମଧ୍ୟ ୨୭ ମାସରେ ବହୁବାର ଯାନ୍ତ୍ରିକ ତ୍ରୁଟି  ଦେଖାଦେଇ ବନ୍ଦ ହୋଇ ରହୁଛି । ସେଥିପାଇଁ  ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଯାହା ଲୋକ  ଲେଚନକୁ ଆସିପାରୁ ନାହିଁ । ଟଙ୍କା ଖର୍ଚ୍ଚ ହେବା  ସହିତ ନିର୍ମାଣରେ ବିଳମ୍ବ ହେବାରୁ ପ୍ରତ୍ୟେକ  ଦିନ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି ।  ତେଣୁ ଶିଶୁ ରେଳଗାଡ଼ିକୁ ଶୀଘ୍ର ଚଲାଇବା  ସହିତ ଏହାର ଏକ ଉଚ୍ଚସ୍ତରୀୟ ଚଦନ୍ତ ପାଇଁ  ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.