ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଶସ୍ତା ଟିକେଟ୍‌ ପାଇଁ ଚର୍ଚ୍ଚାରେ ଥିଲା ଜେଟ୍‌ ଏୟାରଓ୍ବେଜ୍‌, ଭଲ ବ୍ୟବସାୟ ବି କରୁଥିଲା, ହେଲେ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ଏହି ନିଷ୍ପତ୍ତି କମ୍ପାନୀକୁ ବୁଡ଼ାଇଦେଲା

ନୂଆଦିଲ୍ଲୀ, ୦୭/୦୯: ବ୍ୟବସାୟରେ ଲାଭ-କ୍ଷତି ଲାଗିରହିଥାଏ । ହେଲେ ଠିକ୍‌ ସମୟରେ ଠିକ ନିଷ୍ପତ୍ତି ନନେଲେ ସବୁକିଛି ଓଲଟପାଲଟ ହୋଇଯାଏ । ଯେମିତି ଜେଟ୍‌ ଏୟାରଓ୍ବେଜ୍‌ କ୍ଷେତ୍ରରେ ହୋଇଛି  । ପ୍ରତିଷ୍ଠାତା ନରେଶ ଗୋୟଲଙ୍କ କେତେକ ଭୁଲ ନିଷ୍ପତ୍ତି ଆଜି ଜେଟ୍‌ ଏୟାରଓ୍ବେଜ୍‌ର ବିନାଶର କାରଣ ସାଜିଛି । ଗତ ସପ୍ତାହରେ ୫୩୮ କୋଟି ଟଙ୍କା ହେରଫେର ମାମଲାରେ ନରେଶ ଗୋୟଲଙ୍କୁ ଇଡି ଗିରଫ କରିଛି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଅତୀତରେ ଶସ୍ତା ଟିକେଟ୍‌ ଦେଉଥିବା ଜେଟ୍‌ ଏୟାରଓ୍ବେଜ୍‌ କିଭଳି କାଳକ୍ରମେ ତଳିତଳାନ୍ତ ହୋଇଗଲା ତାର କାହାଣୀ ସଂପକର୍କେରେ ଆସନ୍ତୁ ଜାଣିବା।

ବୈଜ୍ଞାନିକଙ୍କ ଅଜବ ଦାବି: ମଙ୍ଗଳ ଗ୍ରହରେ ଥିଲେ ଏଲିଅନ୍‌, ଭୁଲରେ ମାରିଦେଇଛି ନାସା

ମାତ୍ର ଏକ ଟଙ୍କା ପାଇଁ ଜେଟ୍‌ ଏୟାରଓ୍ବେଜ୍‌ର ବିନାଶ ଆରମ୍ଭ ହୋଇଥିଲା । କେବେ ୩୦୦ ଟଙ୍କା ମାସିକ ବେତନ ପାଉଥିବା ନରେଶ ଗୋୟଲ ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠା କରିଥିଲେ । ହେଲେ ତାଙ୍କର ଭୁଲ ନିଷ୍ପତ୍ତି ତାଙ୍କୁ ଆଉ ଜେଟ୍‌ ଏୟାରଓ୍ବେଜ୍‌କୁ ବୁଡ଼ାଇଦେଲା । ୨୦୧୫ର ଘଟଣା । ଦେଶର ସବୁଠାରୁ ପୁରୁଣା ଘରୋଇ ବିମାନ ସେବା ଜେଟ୍‌ ଏୟାରଓ୍ବେଜ୍‌ ନିଜର ପ୍ରତିଦ୍ବନ୍ଦୀ ଇଣ୍ଡିଗୋକୁ ମାତ ଦେବାକୁ ଯାଇ କ୍ଷତିର ସାମ୍ନା କରିଥିଲା । ଇଣ୍ଡିଗୋ ତୁଳନାରେ ଜେଟ୍‌ ଏୟାରଓ୍ବେଜ୍‌ର ଭଡ଼ା ଏକ ଟଙ୍କା ଅଧିକ ଥିଲା । ହେଲେ ଏହି ଗ୍ୟାପ୍‌କୁ କମାଇବା ଲାଗି ଜେଟ୍‌ ଏୟାରଓ୍ବେଜ୍‌ର ମାଲିକ ନରେଶ ଗୋୟଲ ବ୍ୟାଙ୍କରୁ ଋଣ କରିଥିଲେ । ଟିକେଟ ଶସ୍ତା କରିବାକୁ ଯାଇ କମ୍ପାନୀର ଋଣଭାର ବଢ଼ିବାରେ ଲାଗିଲା । ସେପଟେ ଇଣ୍ଡିଗୋ ନିଜର ଅପରେସନ୍‌ ଅଢ଼େଇଗୁଣ ବୃଦ୍ଧି କରିଦେଲା । ଫଳରେ ଇଣ୍ଡିଗୋ ଟିକେଟ୍‌ ମଧ୍ୟ ଶସ୍ତା ହେଲା । ହେଲେ ଜେଟ୍‌ ଏୟାରଓ୍ବେଜ୍‌ ଟିକେଟ ଶସ୍ତା କରିବାକୁ ଯାଇ ଋଣ କରିବାକୁ ଲାଗିଲା । କିନ୍ତୁ କିସ୍ତି ସୁଝିପାରିଲା ନାହିଁ କମ୍ପାନୀ । ଏପରିକି ପାଇଲଟ ଏବଂ ଅନ୍ୟ କର୍ମଚାରୀଙ୍କୁ କମ୍ପାନୀ ଦରମା ଦେଇପାରିଲା ନାହିଁ । 

ଡରାଉଛି ନୂଆ ତଥ୍ୟ: ଯୁବପିଢ଼ିଙ୍କୁ ଗ୍ରାସ କରୁଛି କ୍ୟାନ୍ସର, ୩୦ ବର୍ଷରେ ୮୦ ପ୍ରତିଶତ ବୃଦ୍ଧି

ଦରମା ନପାଇ କର୍ମଚାରୀ ଷ୍ଟ୍ରାଇକ୍‌ କରିବାକୁ ଧମକ ଦେଲେ । ଧିରେ ଧିରେ ଜେଟ୍‌ ଏୟାରଓ୍ବେଜ୍‌ ରୋଗଣ ହେବାକୁ ଲାଗିଲା । ବିମାନ ଉଡ଼ାଣ ବାତିଲ ହେଲା । ବିମାନବନ୍ଦରରେ ଜେଟ୍‌ ଏୟାରଓ୍ବେଜ୍‌ର ବିମାନ ଛିଡ଼ା ହୋଇ ରହିଲା । ସେପଟେ ଯାତ୍ରୀଙ୍କ ଭଡ଼ା ଟଙ୍କା ଫେରାଇଲା କମ୍ପାନୀ । ଫଳରେ କମ୍ପାନୀର ଋଣଭାର ଆହୁରି ବଢ଼ିଗଲା । ପରେ ପରେ ବିମାନ ଇନ୍ଧନର ଦର ବୃଦ୍ଧି କମ୍ପାନୀକୁ ତଳିତଳାନ୍ତ କରିଦେଲା । ୨୦୧୭ରେ ଇନ୍ଧନ ଦର ହଠାତ ବୃଦ୍ଧି ପାଇଲା । ଯଦିଓ ଏହି ଦାମ ଅନ୍ୟ ଏୟାର ଲାଇନ୍ସକୁ ପ୍ରଭାବିତ କଲା । ତଥାପି ପୂର୍ବରୁ ଋଣରେ ବୁଡ଼ିରହିଥିବା ଜେଟ୍‌ ଏୟାରଓ୍ବେଜ୍‌ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଗଲା ଇନ୍ଧନ ରେଟ୍‌ । ଦୀର୍ଘ ୨୫ ବର୍ଷ କାର୍ଯ୍ୟ କରିବା ପରେ ଶେଷରେ ୨୦୧୯ରେ ବିତ୍ତିୟ ନିଅଣ୍ଟ ଯୋଗୁଁ କମ୍ପାନୀକୁ ବନ୍ଦ କରିବାକୁ ପଡ଼ିଲା । 

ନେପାଳକୁ ଚୟନ କରିବ ନା ବାଂଲାଦେଶକୁ ? ଭାରତ ଆଗରେ ସୃଷ୍ଟି ହୋଇଛି ଧର୍ମ ସଙ୍କଟ

କମ୍ପାନୀକୁ କାର୍ଯ୍ୟକ୍ଷମ କରିବାକୁ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ସମୟ ଦେଲେ ସରକାର । କମ୍ପାନୀକୁ ଏୟାର ଅପରେଟର ପ୍ରମାଣପତ୍ର ମିଳିଥିଲା । ହେଲେ କମ୍ପାନୀ ଆଉ ଅଣ୍ଟା ସଳଖି ଛିଡ଼ା ହୋଇପାରିଲା ନାହିଁ । ଏମିତି ଗୋଟିଏ ସମୟ ଥିଲା ଯେବେ ଶସ୍ତା ଫ୍ଲାଇଟ ଟିକେଟ୍‌ କେବଳ ଜେଟ୍‌ ଏୟାରଓ୍ବେଜ୍‌ ଦେଉଥିଲା । ଲୋକେ ଜେଟ୍‌ ଏୟାରଓ୍ବେଜ୍‌କୁ ଖୁବ ପସନ୍ଦ ବି କରୁଥିଲେ । ତେବେ ନରେଶ ଗୋୟଲ କେବଳ ଗୋଟିଏ ଭୁଲ କରିନାହାନ୍ତି । ଏକାଧିକ ଭୁଲ କରିଛନ୍ତି ନରେଶ । ଯେଉଁ କର୍ମଚାରୀଙ୍କୁ କମ୍ପାନୀରେ ନିଯୁକ୍ତି ମିଳୁଥିଲା ସେମାନଙ୍କୁ ନରେଶ ଗୋୟଲ ବିଶ୍ବାସ କରୁନଥିଲେ ବୋଲି କୁହାଯାଏ । ନରେଶ ଭାବୁଥିଲେ ସେ ଯାହା କହୁଛନ୍ତି ସବୁ ଠିକ୍‌ । ନରେଶଙ୍କ ଗର୍ବ ପାଇଁ ଜେଟ୍‌ ଏୟାରଓ୍ବେଜ୍‌ର ସର୍ବନାଶ ହେଲା ବୋଲି ମଧ୍ୟ କୁହାଯାଉଛି । 

You can also read: ଟ୍ୱିଟରରୁ କାହିଁକି ପରାଗ ଅଗ୍ରୱାଲଙ୍କୁ ବାହାର କରାଯାଇଥିଲା, ଜାଣନ୍ତୁ ପ୍ରକୃତ କାରଣ

Naresh Goyal
Jet Airways

Copyright © 2022 - Summa Real Media Private Limited. All Rights Reserved.