ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଳାହାଣ୍ଡିରେ ନୂଆ-ଓ ଛାତ୍ରବୃତ୍ତି ବିତରଣ, ୧୩ ହଜାର ୭୪ ଛାତ୍ରଛାତ୍ରୀଙ୍କୁ ୧୨ କୋଟି ୯୩ ଲକ୍ଷ ୫୯ ହଜାର ଛାତ୍ରବୃତ୍ତି ପ୍ରଦାନ

ଭବାନୀପାଟଣା, ୩/୩ : ରବିବାର ପଞ୍ଚାୟତ ମହାବିଦ୍ୟାଳୟ ସାମ୍ନା ପଡ଼ିଆରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସମୃଦ୍ଧି କାମନା କରିଥିଲେ। ଆର୍ଥିକ ଅନଟନ କାରଣରୁ ଉଚ୍ଚ ଶିକ୍ଷାରେ କୌଣସି ଛାତ୍ରଛାତ୍ରୀ ପଛରେ ରହିବା ଉଚିତ ନୁହେଁ ବୋଲି ତାଙ୍କର ଲକ୍ଷ୍ୟ ଥିଲା। ଏହି ନୂଆ-ଓ ଛାତ୍ରବୃତ୍ତି ମାଧ୍ୟମରେ ସ୍ୱପ୍ନ ପୂରଣ ହେବ ବୋଲି କହିଥିଲେ। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଉଦଘାଟନ କରିଥିଲେ। ଏହି ଅବସରରେ ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ। 

୫-ଟି ଅଧ୍ୟକ୍ଷ ପାଣ୍ଡିଆନ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ଏହି ରାଶିକୁ ପାଠପଢ଼ା ବା କ୍ରୀଡ଼ା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଯଦି ଛାତ୍ରୀଛାତ୍ର ଏକମାସ ବା ତିନିମାସ ଅଥବା ବର୍ଷିକିଆ ବୃତ୍ତି ପାଇବେ ସେ ସମ୍ପର୍କରେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚିତ କରିବାକୁ କହିଛନ୍ତି। ସେ ଆହୁରି କହିଥିଲେ, ଛାତ୍ରଛାତ୍ରଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ମାର୍ଚ୍ଚ ୫ରେ ମ୍ୟାଜିକ୍‌ କାର୍ଡର ଶୁଭାରମ୍ଭ କରିବେ ବୋଲି କହିଥିଲେ।

ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ, ଯେଉଁମାନଙ୍କର ପିତାମାତା ସ୍ଥାୟୀ ସରକାରୀ କର୍ମଚାରୀ ନୁହଁନ୍ତି କିମ୍ବା ଯେଉଁ ଅଭିଭାବକମାନେ ଆୟକର ଦିଅନ୍ତି ନାହିଁ । ସ୍ନାତକ ଓ ସ୍ନାତକୋତ୍ତରର ପଢୁଥିବା ଛାତ୍ରଙ୍କୁ ୯ହଜାର ଓ ଛାତ୍ରୀଙ୍କ ପାଇଁ ୧୦ହଜାର ଟଙ୍କା ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଉଛି। ଅନୁସୂଚିତ ଜାତି, ଜନଜାତି ତଥା ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ବାର୍ଷିକ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ଟଙ୍କା ଛାତ୍ରବୃତ୍ତି ଦିଆଯାଉଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଏବଂ ବେସରକାରୀ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତିରାଶି ସିଧାସଳଖ ନିଜ ବ୍ୟାଙ୍କ୍ ଆକାଉଣ୍ଟ ଖାତାରେ ପ୍ରଦାନ କରାଯାଉଛି। ଯୁବକମାନଙ୍କୁ ସଶକ୍ତିକରଣ, ନିଜର ଦକ୍ଷତା ବିକାଶ ତଥା ରାଜ୍ୟ ସମୃଦ୍ଧିରେ ନିଜର ସହଭାଗିତା ଏବଂ ରୂପାନ୍ତରିତ କାର୍ଯ୍ୟ ପରିପ୍ରେକ୍ଷିରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜରିଆରେ କଳାହାଣ୍ଡି ଜିଲ୍ଲାରେ ୩୩ଟି କଲେଜରୁ ୧୩ ହଜାର ୭୪ ଜଣ ଛାତ୍ରଛାତ୍ରୀଙ୍କୁ ୧୨ କୋଟି ୯୩ ଲକ୍ଷ ୫୯ ହଜାର ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏମାନଙ୍କ ମଧ୍ୟରୁ ୬୯୯୩ ଜଣ ଛାତ୍ର ଏବଂ ୬୦୮୧ ଜଣ ଛାତ୍ରୀ ଅଟନ୍ତି। ମଞ୍ଚରେ ୫-ଟି ଅଧ୍ୟକ୍ଷ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। କୁସୂର୍ଲା ମହାବିଦ୍ୟାଳୟର ୩୨୩, ଆଞ୍ଚଳିକ ବସ୍ତରଣି ମହାବିଦ୍ୟାଳୟ ସାନ ଚେରଗାଁ ୫୫୮, ବର୍ଡର ମହାବିଦ୍ୟାଳୟ କାଙ୍କେରି ୨୩୫, ଚନ୍ଦ୍ରିକା ଜୈନ ମହାବିଦ୍ୟାଳୟ ବୋର୍ଡା ୪୦୮, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଭବାନୀପାଟଣା ୮୦, ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ମହାଲିଂ ୫୦୭, ଧବଳେଶ୍ବର ମହାବିଦ୍ୟାଳୟ ମୋହନଗିରି ୨୦୫, ଧର୍ମଗଡ ମହିଳା ମହାବିଦ୍ୟାଳୟ ୪୨୧, ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟ ୪୮, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ୨୬୨୧, ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ୬୦୩, ଇନ୍ଦ୍ରାବତୀ  ମହାବିଦ୍ୟାଳୟ ଜୟପାଟଣା ୫୨୬, ଜୟ ପ୍ରକାଶ ସନ୍ଧ୍ୟା ମହାବିଦ୍ୟାଳୟ ଭବାନୀପାଟଣା ୩୩୮, ଜଗନ୍ନାଥ ମହାବିଦ୍ୟାଳୟ ରିଶିଡ଼ା ୩୪୧, କର୍ଲାପଡା ମହାବିଦ୍ୟାଳୟ ୩୦୨, କେସିଙ୍ଗା ମହାବିଦ୍ୟାଳୟ ୬୦୨, କୌଶିକ ବାବା ମହାବିଦ୍ୟାଳୟ ତେରେସିଂହା ୨୨୮, ମା ହୀରାନିଲା ମହାବିଦ୍ୟାଳୟ ବିଶ୍ୱନାଥପୁର ୩୪୦, ମଦନପୁର ରାମପୁର ମହାବିଦ୍ୟାଳୟ ୫୯୩, ମହାରାଣୀ କସ୍ତ୍ତୁରିକା ମୋହିନୀ ଦେବୀ ମହାବିଦ୍ୟାଳୟ ୩୩୦, ମଡର୍ନ ମହାବିଦ୍ୟାଳୟ ଧର୍ମଗଡ ୧୧୩, ମୋହନ ପ୍ୟାରୀ ମହାବିଦ୍ୟାଳୟ ରାଜପୁର ୧୬୧, ପଂଚାୟତ ମହାବିଦ୍ୟାଳୟ ଧର୍ମଗଡ ୬୦୬, ପଂଚାୟତ ମହାବିଦ୍ୟାଳୟ ବେଲଖଣ୍ଡି ୧୭୬, ପଂଚାୟତ ମହାବିଦ୍ୟାଳୟ ବଡ ଚେର ଗାଁ୧୪୯, ପଞ୍ଚାୟତ ମହାବିଦ୍ୟାଳୟ ନର୍ଲା ୩୩୮, ପଞ୍ଚାୟତ ମହାବିଦ୍ୟାଳୟ କୋକସରା ୩୩୮, ପ୍ରଗତି ମହାବିଦ୍ୟାଳୟ ଭବାନୀପାଟଣା ୨୧୮, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଜୁନାଗଡ ୪୩୦, ସରସ୍ଵତୀ ମହାବିଦ୍ୟାଳୟ ଭବାନୀପାଟଣା ୪୧, ସର୍ବମଙ୍ଗଳା ମହାବିଦ୍ୟାଳୟ ଗୋଲାମୁଣ୍ଡା ୬୬୩, ଶାସ୍ତ୍ରିଜି ମହାବିଦ୍ୟାଳୟ ଭବାନୀପାଟଣା୮୭, ଶ୍ରୀ ଭୂତେଶ୍ଵର ମହାବିଦ୍ୟାଳୟ ୧୩୫ ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଗଲା। ଆଜିର କାର୍ଯ୍ୟକ୍ରମରେ ସମୁଦାୟ ୫୭୩୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। 

ଛାତ୍ରବୃତ୍ତି ବଣ୍ଟନ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମାର୍ଚ୍ଚ ୫ ତାରିଖରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡର ଶୁଭାରମ୍ଭ କରାଯିବ। ମୂଳତଃ ଏହି ମ୍ୟାଜିକ୍ କାର୍ଡ, ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ। ଏହି କାର୍ଡ୍ ରହିବ ୱାଇଫାଇ ଆକସେସ୍, ବହି କିଣିବାରେ ରିହାତି, ଯାତ୍ରାରେ ରିହାତି (ବସ୍/ଟ୍ରେନ୍), ଅନଲାଇନ୍ କ୍ଲାସରୁମର ସୁବିଧା, ଅନଲାଇନ୍ କ୍ୟାରିୟର କାଉନସେଲିଂ, ଫୋନ୍ ପାଇଁ ରିଚାର୍ଜ କରିବା ମ୍ୟାଜିକ୍ କାର୍ଡ ହେଉଛି ଆଧାର କାର୍ଡ, ଯଦି ଛାତ୍ର ଭଲ ପ୍ରଦର୍ଶନ କରେ ତେବେ ସେମାନଙ୍କୁ ସିଲଭର କାର୍ଡ ଅପଗ୍ରେଡ୍ କରାଯାଇପାରିବ। ପରେ ଗୋଲ୍ଡେନ୍ ଏବଂ ତା'ପରେ  ପ୍ଲାଟିନମ୍ କାର୍ଡ ଯାହା ଦ୍ୱାରା ସେମାନେ ସେମାନଙ୍କ ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.