ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ବିଶ୍ବକପ୍‌ ସେମିଫାନାଲ୍‌ରେ ନ୍ୟୁଜିଲାଣ୍ଡ

Image Courtesy: espncricinfo

ବେଙ୍ଗାଲୁରୁ: ଡେଭନ କନଓ୍ବେ, ରଚିନ ରବୀନ୍ଦ୍ର ଏବଂ ଡାରିଲ ମିଚେଲଙ୍କ ଦମଦାର  ବ୍ୟାଟିଂ ବଳରେ ଶ୍ରୀଲଙ୍କା ପାଖରୁ ୫ ଓ୍ବିକେଟରେ ମ୍ୟାଚ୍‌ ଜିତିନେଇଛି ନ୍ୟୁଜିଲାଣ୍ଡ । ୨୩.୨ ଓଭରରେ ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ୧୭୨ ରନ୍‌ ହାସଲ କରିନେଇଛି । ଆଜିର ମ୍ୟାଚରେ ଡେଭନ୍‌ କନଓ୍ବେ ୪୫ ରନ୍‌ କରିଥିବା ବେଳେ ରଚିନ ରବୀନ୍ଦ୍ର ୪୨ ରନ୍‌ ଏବଂ ଡାରିଲ ମିଚେଲ ୪୩ରନ୍‌ ସଂଗ୍ରହ କରିଛନ୍ତି । ସେପଟେ ଶ୍ରୀଲଙ୍କା ଟିମ୍‌ର ଆଞ୍ଜିଲୋ ମାଥ୍ୟୁସ୍‌ ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି । ମହିଶ ତୀକ୍ଷଣା ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଦୁଶମନ୍ଥା ଚାମିରା ମଧ୍ୟ ଗୋଟିଏ ଓ୍ବିକେଟ ନେଇଛନ୍ତି । ତେବେ ମ୍ୟାଚ୍‌ ଜିତିବା ପରେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିବା ଏକପ୍ରକାର ସ୍ପଷ୍ଟ ହୋଯାଇଛି । 

ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳୀୟ ସ୍କୋର ୩ ରନ ବେଳକୁ ପଥୁମ ନିଶଙ୍କା(୨) ଆଉଟ୍ ହୋଇଥିଲ । ଅଧିନାୟକ କୁଶଳ ମେଣ୍ଡିସ ମାତ୍ର ୬ ରନ୍‌ରେ ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ କୁଶଲ ପେରେରା କ୍ରିଜରେ ଜମି ରହିଥିଲେ ସୁଦ୍ଧା ଅନ୍ୟ ବ୍ୟାଟର ତିଷ୍ଠି ପାରିନଥିଲେ । କୁଶଲ ପେରେରା(୫୧) ଓ ମହୀଶ ତୀକ୍ଷଣା(୩୯)ଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନଥିଲେ । ୪୬.୪ ଓଭରରେ ୧୭୧ ରନରେ ଅଲଆଉଟ୍ ହୋଇଥିଲା ଦଳ ।

ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ । ୧୦ ଓଭରରେ ୩୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ । ମିଚେଲ୍ ସାଣ୍ଟନର ୧୦ ଓଭରରେ ସବୁଠୁ କମ ୨୨ ରନ ଦେଇ ୨ଟି  ଓ ଲକି ଫର୍ଗ୍ୟୁସନ ମଧ୍ୟ ୧୦ ଓଭରରେ  ୩୫ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ । ରଚିନ ରବୀନ୍ଦ୍ର ୭.୪ ଓଭରରେ ୨୨ ରନ ଦେଇ ୨ଟି ଓ୍ବିକେଟ ହାସଲ କରିଥିଲେ ।

 

 

 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.